Indus Valley Times

ଟିପିଏନ୍‌ଓଡିଲ ମୁଖ୍ୟ କାର୍ଯ୍ୟାର୍ଳୟରେ ବିଶ୍ୱ ମହିଳା ଦିବସ ପାଳିତ

 Breaking News

ଟିପିଏନ୍‌ଓଡିଲ ମୁଖ୍ୟ କାର୍ଯ୍ୟାର୍ଳୟରେ ବିଶ୍ୱ ମହିଳା ଦିବସ ପାଳିତ

ଟିପିଏନ୍‌ଓଡିଲ ମୁଖ୍ୟ କାର୍ଯ୍ୟାର୍ଳୟରେ ବିଶ୍ୱ ମହିଳା ଦିବସ ପାଳିତ
March 09
11:24 2023

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ୱର, ୯ । ୩: ବାଲେଶ୍ୱର ରେ ଟିପିଏନ୍‌ଓଡିଲ ର ମୁଖ୍ୟ କାର୍ଯ୍ୟାଳୟରେ ସ୍ଥାନୀୟ ହୋଟେଲ୍‌ରେ ବିଶ୍ୱ ମହିଳା ଦିବସ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ଟିପିଏନ୍‌ଓଡିଲ ଅଧିନରେ ଥିବା ବିଭିନ୍ନ କାର୍ଯ୍ୟାଳୟରୁ ଶତଧିକ ମହିଳା କର୍ମଚାରୀ ମାନେ ଯୋଗ ଦେଇଥିଲେ ।
ଟିପିଏନ୍‌ଓଡିଲ ର ମୁଖ୍ୟ ମାନବ ସମ୍ବଳ ଅଧିକାରୀ ଶ୍ରୀବହ୍ଲବ ସିଂ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । କର୍ମ କ୍ଷେତ୍ରରେ ମହିଳାମାନଙ୍କର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ । ସେହିଭଳି ଶ୍ରୀ ଭାସ୍କର ସରକାର ମଲ୨୦, ଟିପିଏନ୍‌ଓଡିଲ ମହିଳାମାନଙ୍କର ଶକ୍ତି କୁ ମା’ ଜଗତ ଜନନୀ ଦଶଭୁଜାଙ୍କ ସହିତ ତୁଳନା କରିଥିଲେ ।
ଟିପିଏନ୍‌ଓଡିଲ ବିଗତ ଦିନରେ ମହିଳା କର୍ମଚାରୀ ମାନଙ୍କ ସୁବିଧା ପାଇଁ ନେଇଥିବା ବିଭିନ୍ନ ପଦକ୍ଷେପ ଏବଂ ନିଯୁକ୍ତି କ୍ଷେତ୍ରରେ ଦିଆଯାଇଥିବା ଅଗ୍ରାଧିକାର ଉପରେ ଅନନ୍ୟ ଅତିଥିମାନେ ଗୁରୁତ୍ୱରୋପ କରିଥିଲେ ।
ଏହି ଅବସରରେ ଟିପିଏନ୍‌ଓଡିଲ ର ଅପରେସନ ଟିମ୍ ନିଲେଶ ପୋଟଫେଡେ, ଅପରେସନ ଜି.ଏମ୍ ଶରତ ମହାଲିକ୍ ଏବଂ ପ୍ରୋଜେକ୍ଟ ଚିପ୍ ରବିନ୍ଦ୍ର ଗାଓଡେ ଯୋଗ ଦେଇଥିଲେ । ମହିଳା କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଉପରେ ଯୋଗଗୁରୁ ଶ୍ରୀମତି ମିତି ପ୍ରଶିକ୍ଷଣ ଦେଇଥିଲେ ।
ଏହି କାର୍ଯ୍ୟକ୍ରମକୁ ସୁଚାର ରୂପେ ଟିପିଏନ୍‌ଓଡିଲ ର କ୍ରିଡା ଓ ସଂସ୍କୃତି ପରିଷଦରେ କର୍ମମର୍ତ୍ତାମାନେ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031