Indus Valley Times

ଟୀକା ଆସିଲେ ଏବେ ଘରୋଇ ହସପିଟାଲକୁ ଦିଆଯିବ : ବିଏମି କମିଶନର

 Breaking News

ଟୀକା ଆସିଲେ ଏବେ ଘରୋଇ ହସପିଟାଲକୁ ଦିଆଯିବ : ବିଏମି କମିଶନର

ଟୀକା ଆସିଲେ ଏବେ ଘରୋଇ ହସପିଟାଲକୁ ଦିଆଯିବ : ବିଏମି କମିଶନର
May 10
16:41 2021

ଭୁବନେଶ୍ୱର, ୧୦/୫: ରାଜ୍ୟରେ ବର୍ତ୍ତମାନ କୋବିଡ ଟୀକକରଣ ଚାଲିଛି । ଟୀକା ଆସିଲେ ଘରୋଇ ହସ୍ପିଟାଲରେ ମିଳିବ । ରାଜଧାନୀର ଘରୋଇ ହସ୍ପିଟାଲରେ ଟୀକାଦାନ ନେଇ ସୂଚନା ଦେଇଛନ୍ତି ବିଏମସି କମିଶନର । ପୂର୍ବରୁ ୩୧ଟି ବେସରକାରୀ ହସ୍ପିଟାଲକୁ ପ୍ରଥମ ଫେଜ୍ରେ ଚିହ୍ନଟ କରାଯାଇଥିଲା। ମାତ୍ର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ପ୍ରାଇଭେଟ୍ ହସ୍ପିଟାଲକୁ ଟୀକା ଦିଆଯାଇ ନଥିବା ସୂଚନା ମିଳିଛି ।
ଓଡ଼ିଶାକୁ ୧୮ ରୁ ୪୪ ବର୍ଷ ବର୍ଗର ହିତାଧିକାରୀ ମାନଙ୍କ ଲାଗି ଦେଢ଼ ଲକ୍ଷ ଟୀକା ଆସିଥିଲା । ଏହାପରେ ବିଏମସି ତରଫରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସ୍ଲଟ ବୁକିଂ ସରିଛି । ତେଣୁ ସେ ସମସ୍ତ ବୁକିଂ କ୍ୟାନସଲ୍ କରାଯାଇପାରିବ ନାହିଁ । ନୂଆ ଭ୍ୟାକ୍ସିନ ଆସିଲେ ପ୍ରାଇଭେଟ୍ ହସ୍ପିଟାଲକୁ ଦେବା ନେଇ ବ୍ୟବସ୍ଥା କରିବୁ ବୋଲି କହିଛନ୍ତି କମିଶନର ।
ଏଯାବତ ରାଜଧାନୀରେ ପାଖାପାଖି ୫ ଲକ୍ଷ ହିତାଧିକାରୀ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍ ଟୀକା ନେଇ ସାରିଲେଣି । ସେହିପରି ଏସପ୍ଲାନେଡ୍ ମଲ୍ ପରି ଆଉ ୩ ଟି ସ୍ଥାନରେ ବିଏମସି ଭ୍ୟାକ୍ସିନ ଇନ୍ ଭ୍ରାଇଭ୍ ପାଇଁ ବ୍ୟବସ୍ଥା କରୁଛି । ଯେଉଁଠି ୪୫ ବର୍ଷରୁ ଉର୍ଦ୍ଧ୍ବ ହିତାଧିକାରୀ ମାନେ ଦ୍ବିତୀୟ ଡୋଜ୍ ଟୀକା ସ୍ଲଟ୍ ବୁକ୍ କରି ନେଇପାରିବେ। ଏନେଇ ସୋମବାର ବିଏମସି ଟ୍ବଟରରେ ଜଣାଇ ଦିଆଯିବ ବୋଲି କମିଶନର୍ କହିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031