Indus Valley Times

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି

 Breaking News

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି

ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା: ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି
June 23
12:01 2022

ଭୁବନେଶ୍ୱର, ୨୩/୬: ଟେଲି ଅଭିନେତ୍ରୀ ରଶ୍ମିରେଖା ଆତ୍ମହତ୍ୟା ଘଟଣା । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ନୟାପଲ୍ଲୀ ଥାନା ପୋଲିସର ନୋଟିସ୍ ଜାରି ।
ଥାନାରେ ହାଜର ପାଇଁ ନୋଟିସ୍ ଜାରି କରିଛି ପୋଲିସ । ବୟଫ୍ରେଣ୍ଡ୍ ସନ୍ତୋଷ ପାତ୍ରଙ୍କୁ ହାଜର ପାଇଁ ତଦନ୍ତରେ ସହଯୋଗ କରିବାକୁ ଏହି ନୋଟିସ୍ ଜାରି କରିଛି ପୋଲିସ ।
ସୂଚନା ଥାଉକି, ରଶ୍ମିରେଖାଙ୍କ ସହ ଲିଭ୍ ଇନ୍ ରିଲେସନସିପ୍ରେ ରହୁଥିଲେ ସନ୍ତୋଷ । ସେପଟେ ମୃତ୍ୟୁ ଘଟଣା ଏବେ ନୂଆ ମୋଡ ନେଇଛି ।
କ୍ୟାପିଟାଲ୍ ହସ୍ପିଟାଲ୍ର ଏକ ବିଶ୍ୱସ୍ତସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡିଛି ରଶ୍ମିରେଖା ୩ ମାସର ଗର୍ଭବତୀ ଥିଲେ । ଯାହାକି ଘଟଣାକୁ ଭିନ୍ନ ମୋଡ଼ ଦେଇଛି । ଖବର ଅନୁଯାୟୀ, ଗତ ଶନିବାର ରଶ୍ମିରେଖା ଆତ୍ମହତ୍ୟା କରିଥିଲେ । ରବିବାର ଶବ ବ୍ୟବଚ୍ଛେଦ ହୋଇଥିଲା ।
ବ୍ୟବଚ୍ଛେଦ ବେଳେ ଜଣାପଡ଼ିଥିଲା ଅଭିନେତ୍ରୀ ରଶ୍ମିରେଖା ୧୨ରୁ ୧୪ ସପ୍ତାହ ଗର୍ଭବତୀ ଥିଲେ । ଏ ସଂପର୍କରେ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି । ଉକ୍ତ ରିପୋର୍ଟ ଗୁରୁବାର କମିଶନରେଟ୍ ପୋଲିସ୍କୁ ହସ୍ତାନ୍ତର କରାଯିବ । ଏହି ଘଟଣା ବିଭିନ୍ନ ଦିଗକୁ ଇଙ୍ଗିତ କରୁଛି ।
ପୋଲିସ୍ ପୂର୍ବରୁ ଦେଇଥିବା ସୂଚନା ମୁତାବକ ରଶ୍ମିରେଖାଙ୍କ ମୃତ୍ୟୁର ୪୫ ଦିନ ପୂର୍ବରୁ ଉଭୟଙ୍କ କୋର୍ଟ ମ୍ୟାରେଜ୍ ହୋଇଥିଲା । ସେଥିରୁ ଜଣାପଡୁଛି ରଶ୍ମିରେଖା ଗର୍ଭବତୀ ହେବାପରେ ଜିଦ୍ ଧରିଥିଲେ ବିଧିମତେ ବାହା ହେବାକୁ । ତେବେ ପୁରୁଷ ବନ୍ଧୁ ସନ୍ତୋଷ ରାଜି ନଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031