Indus Valley Times

ଯାଜପୁର: ଟେଷ୍ଟିଂ, ଟ୍ରେସିଂ, ଟ୍ରିଟିଂକୁ ଗୁରୁତ୍ୱ ଦେବାକୁ ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ

 Breaking News

ଯାଜପୁର: ଟେଷ୍ଟିଂ, ଟ୍ରେସିଂ, ଟ୍ରିଟିଂକୁ ଗୁରୁତ୍ୱ ଦେବାକୁ ପର୍ଯ୍ୟବେକ୍ଷକଙ୍କ ନିର୍ଦ୍ଦେଶ

August 05
21:02 2020

ଯାଜପୁର, ୫ା୮ : ଟେଷ୍ଟିଂ, ଟ୍ରେସିଂ, ଓ ଟ୍ରିଟିଂକୁ ଗୁରୁତ୍ୱ ଦେଇ କରୋନାକୁ ପ୍ରତିହତ କରିବାକୁ ପଡିବ ବୋଲି ଶିଳ୍ପ ବିଭାଗର ପ୍ରମୁଖ ସଚିବ ତଥା କରୋନା ପରିଚାଳନା ନିମନ୍ତେ ଯାଜପୁର ଜିଲ୍ଲା ପାଇଁ ନିଯୁକ୍ତ ପର୍ଯ୍ୟବେକ୍ଷକ ହେମନ୍ତ କୁମାର ଶର୍ମା ପରାମର୍ଶ ଦେଇଚ୍ଥନ୍ତି ।
ବୁଧବାର ଦିନ ପୂର୍ବାହ୍ନରେ ଜିଲ୍ଲା ଗସ୍ତରେ ଦୁଇ ପର୍ଯ୍ୟବେକ୍ଷକ ଶିଳ୍ପ ବିଭାଗର ସଚିବ ଶ୍ରୀ ଶର୍ମା ଓ ରାଜ୍ୟ ସହରାଞ୍ଚଳ ଗୃହ ନିର୍ମାଣ ମିଶନର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ଦଳାଇ ପହଞ୍ଚିଥିଲେ ।
ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ପର୍ଯ୍ୟବେକ୍ଷକ ଶ୍ରୀ ଶର୍ମା ଜିଲ୍ଲା ପ୍ରଶାସନର କରୋନା ପରିଚାଳନାକୁ ପ୍ରଶଂସା କରିବା ସହ ଅଗଷ୍ଟ ମାସକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମାସ ଭାବେ ଗ୍ରହଣ କରି ଅନୁରୂପ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ । ଅଧିକ ପରୀକ୍ଷା କରିବା ଦ୍ୱାରା ଅଧିକ ପଜିଟିଭ କେଶ୍ ଆସିବ । ତେଣୁ ଏଥିରେ ଭୟଭୀତ ନ ହୋଇ ବରଂ ସଚେତନ ହେବା ଓ ଲକ୍ଷଣ ଥିଲେ ନ ଲୁଚାଇ ତୁରନ୍ତ ଚିକିତ୍ସା କରାଇ ନେବାକୁ ସେ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ ।
ବର୍ତ୍ତମାନ ବ୍ଳ୍‌କ ସ୍ତର ପର୍ଯ୍ୟନ୍ତ ଟେଷ୍ଟିଂ ହେଉଥିବା ବେଳେ ପଜିଟିଭର ସ୍ଥିତିକୁ ଦେଖି ପଞ୍ଚାୟତ, ଗ୍ରାମ୍ୟ ଓ ୱାର୍ଡ ସ୍ତର ଟେଷ୍ଟିଂକୁ ସଂପ୍ରସାରଣ କରାଯିବାକୁ , ଦୈନିକ ୧୨୦୦ ପର୍ଯ୍ୟନ୍ତ ଟେଷ୍ଟିଂକୁ ବୃଦ୍ଧି କରାଯିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଳ୍‌ାରେ ଡାକ୍ତର, ପାରାମେଡିକାଲ୍ସ ଓ ଆମ୍ୱୁଲାନ୍ସର ସ୍ଥିତିକୁ ଅନୁଧ୍ୟାନ କରିବା ସହ ଗୁରୁତର ରୋଗୀ ମାନଙ୍କୁ ଆଣିବାକୁ ଯାଉଥିବା ଆମ୍ୱୁଲାନ୍ସ ଗୁଡିକରେ ଅକ୍ସିଜେନ ସିଲିଣ୍ଡର ନିଶ୍ଚିତ ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଅପର ପକ୍ଷରେ ଜିଲ୍ଳ୍‌ାରୁ ଉଚ୍ଚତ୍ତର ଶିକ୍ଷା (ପି.ଜି.) ପାଇଁ ଯାଇଥିବା ଡାକ୍ତର ମାନଙ୍କୁ ସେମାନଙ୍କ ପୁରୁଣା ସ୍ଥାନକୁ ପେଂରେଇ ଅଣାଯିବ ବୋଲି ସେ ସୂଚନା ଦେଇଥିଲେ ।
ଯାହା ପଂଳରେ କୋଭିଡ ସହଯୋଗରେ ସେମାନେ ଅଧିକ ସକ୍ରିୟ ହୋଇପାରିବେ । ସମସ୍ତ କୋଭିଡ ଯୋଦ୍ଧା ମାନଙ୍କୁ ନିୟମିତ ବ୍ୟବଧାନରେ କରୋନା ପରୀକ୍ଷା କରାଇ ନେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
ଅନ୍ୟତମ ପର୍ଯ୍ୟବେକ୍ଷକ ଶ୍ରୀ ଦଳାଇ ଅଧିକ ଟେଷ୍ଟିଂକୁ ଗୁରୁତ୍ୱ ଦେବା ସହ କୋଭିଡ ହସ୍ପିଟାଲର ସ୍ଥିତି ସଂପର୍କରେ ଆଲୋକପାତ କରିଥିଲେ । ଦାୟିତ୍ୱରେ ଥିବା ଅଧିକାରୀ, କର୍ମଚାରୀ ଓ ସୁରକ୍ଷା ଉପକରଣର ବ୍ୟବହାର ସହ ସଚେତନ ହେବା ଓ ଅନ୍ୟ ମାନଙ୍କୁ କରୋନାର ମାର୍ଗଦର୍ଶିକା ପାଳନ ପାଇଁ ସଚେତନ କରାଇବାକୁ ପରାମର୍ଶ ଦେଇଥିଲେ । ପ୍ରାରମ୍ଭରେ ଜିଲ୍ଲାପାଳ ରଂଜନ କୁମାର ଦାସ ସମସ୍ତଙ୍କୁ ସ୍ୱାଗତ କରିବା ସହ ଜିଲ୍ଲାରେ କରୋନାର ସ୍ଥିତି ସଂପର୍କରେ ସୂଚନା ଦେଇଥିଲେ । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୭୧.୯ ଭାଗ ଲୋକ ଟି.ଏମ୍‌.ସି. ରୁ, ୨୦ ଭାଗ ଲୋକ କଣ୍ଟେନମେଣ୍ଟ ଜୋନରୁ ଓ ଅନ୍ୟ ୯ ଭାଗ ଲୋକ ଅନ୍ୟାନ୍ୟ ସ୍ଥାନରୁ ପଜିଟିଭ ଭାବେ ଚିହ୍ନଟ ହୋଇଚ୍ଥନ୍ତି ।
ଜିଲ୍ଲାରେ ୧୪୦୬ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୧୪୧ ରୁ ଉର୍ଦ୍ଧ୍ୱ ସୁସ୍ଥତା ଲାଭ କଲେଣି । ତେବେ ସୁସ୍ଥତା ଲାଭ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧୨୭ ଜଣ ପ୍ଳ୍‌ାଜମା ଦାନ ପାଇଁ ସମ୍ମତି ଦେବା ଜିଲ୍ଲା ପାଇଁ ବଡ ଉପଲବ୍ଧି ବୋଲି ଜିଲ୍ଲାପାଳ କହିବା ସହ ସେମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
ଅନ୍ୟ ମାନଙ୍କ ମଧ୍ୟରେ ଆଇ.ଏ.ଏସ୍‌. ପ୍ରୋବେସନର ସଚିନ ପାୱାର, ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲାକ, ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସି.ଡି.ଏମ୍‌.ଓ. ଡା. ସୁଧାଂଶୁ ଶେଖର ବଳ, ଏପିଡେମୋଲିଜିଷ୍ଟ ଡା. ପାର୍ଥ ସାରଥୀ ମିଶ୍ର ଜିଲ୍ଲାରେ ପ୍ରଶିକ୍ଷଣ ନେଉଥିବା ଓ.ଏ.ଏସ୍‌. ଅପିଂସରମାନେ ବୈଠକରେ ଯୋଗ ଦେଇଥିଲେ । ପରେ ଉଭୟ ପର୍ଯ୍ୟବେକ୍ଷକ କୋଭିଡ ହସ୍ପିଟାଲ ଓ ଅନ୍ୟାନ୍ୟ କ୍ଷେତ୍ର ପରିଦର୍ଶନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031