Indus Valley Times

ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଆଥଲେଟ୍ସ ଗ୍ରାମରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ

 Breaking News

ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଆଥଲେଟ୍ସ ଗ୍ରାମରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ

ଟୋକିଓ ଅଲମ୍ପିକ୍ସ ଆରମ୍ଭ ହେବା ପୂର୍ବରୁ ଆଥଲେଟ୍ସ ଗ୍ରାମରେ ପ୍ରଥମ କରୋନା ସଂକ୍ରମଣ ଚିହ୍ନଟ
July 17
12:06 2021

ଟୋକିଓ,୧୭।୭ : ଟୋକିଓ ଅଲିମ୍ପିକ୍ସ ଉପରେ ବଢିବାରେ ଲାଗିଛି ସଂକଟର କଳାବାଦଲ । ଖାସ୍ କରି ଏଠାରେ ଦାଉ ସାଧିଛି କରୋନାର ଗ୍ରହଣ । ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲିମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଅଛି ଖେଳର ମହାକୁମ୍ଭ ।
ଯାହାକୁ ନେଇ ଏବେଠାରୁ ଦେଖାଦେଲାଣି ଅନିଶ୍ଚିତତା । କ୍ରୀଡା ଗ୍ରାମରେ କରୋନା ମାମଲା ନଜର ଆସିବା ପରେ ଅଲିମ୍ପିକ୍ସର ଆୟୋଜନ ଉପରେ ଅନେକ ପ୍ରଶ୍ନ ଉଠିଛି । କୋଭିଡ -୧୯ ବିଶ୍ୱ ମହାମାରୀକୁ ଦୃଷ୍ଟିରେ ରଖି ଟୋକିଓରେ ୬ ସପ୍ତାହ ଧରି ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି । ତଥାପି ଗତ କିଛି ଦିନ ମଧ୍ୟରେ ଟୋକିଓରେ ସଂକ୍ରମିତ କରୋନା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।
ଅଲିମ୍ପିକ୍ କ୍ରୀଡା ଗ୍ରାମରେ ଏହି କରୋନା ମାମଲା ଏପରି ଏକ ସମୟରେ ଆସିଛି ଯେତେବେଳେ ଖେଳ ଆରମ୍ଭ ପାଇଁ ମାତ୍ର ୬ ଦିନ ବାକି ଅଛି । ଟୋକିଓରେ କରୋନା ପ୍ରଭାବ ଅତ୍ୟଧିକ ନହେବା ପାଇଁ ଜାପାନ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ସତ୍ତ୍ୱେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯାହା ଏକ ଚିନ୍ତାର ବିଷୟ । ଏହି ସପ୍ତାହରେ, ଟୋକିଓରେ ଗତ ୬ ମାସ ମଧ୍ୟରେ ସର୍ବାଧିକ କରୋନା ମାମଲା ରହିଥିଲା। ଏହାପୂର୍ବରୁ, ଅନେକ ଦେଶ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୋକିଓକୁ ସେମାନଙ୍କ ଆଥଲେଟ୍ ପଠାଇବାକୁ ମନା କରିଦେଇଥିଲେ ।
-ପ୍ରମେୟ

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031