Indus Valley Times

ଟୋକିଓ ଅଲମ୍ପିକ୍ସ ପାଇଁ ୨୬ ଜଣ ଖେଳାଳିଙ୍କ ନାମ ଘୋଷଣା କଲା ଏଏଫଆଇ, ଓଡ଼ିଶାର ସ୍ପିନର ଦୂତୀ ଚାନ୍ଦ ବି ସାମିଲ

 Breaking News

ଟୋକିଓ ଅଲମ୍ପିକ୍ସ ପାଇଁ ୨୬ ଜଣ ଖେଳାଳିଙ୍କ ନାମ ଘୋଷଣା କଲା ଏଏଫଆଇ, ଓଡ଼ିଶାର ସ୍ପିନର ଦୂତୀ ଚାନ୍ଦ ବି ସାମିଲ

ଟୋକିଓ ଅଲମ୍ପିକ୍ସ ପାଇଁ ୨୬ ଜଣ ଖେଳାଳିଙ୍କ ନାମ ଘୋଷଣା କଲା ଏଏଫଆଇ, ଓଡ଼ିଶାର ସ୍ପିନର ଦୂତୀ ଚାନ୍ଦ ବି ସାମିଲ
July 06
09:29 2021

ନୂଆଦିଲ୍ଲୀ, ୬/୭ : ଚଳିତ ମାସର ଶେଷ ଭାଗରେ ଆରମ୍ଭ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଆଥଲେଟିକ୍ସ ଫେଡରେସନ ଅଫ ଇଣ୍ଡିଆ (ଏଏଫଆଇ) ୨୬ ଜଣିଆ ଖେଳାଳିଙ୍କ ନାଁ ଘୋଷଣା କରିଛି। ୨୬ ଜଣଙ୍କ ମଧ୍ୟରେ ଓଡ଼ିଶାର ସ୍ପ୍ରିଟନର ଦୂତୀ ଚାନ୍ଦ ମଧ୍ୟ ରହିଛନ୍ତି।
ଏଏଫଆଇ ଘୋଷଣା କରିଥିବା ୨୬ ଜଣ ଆଲେଟଙ୍କ ମଧ୍ୟରୁ ୧୨ ଜଣ ଖେଳାଳି ବ୍ୟକ୍ତିଗତ ଇଭେଣ୍ଟ ପାଇଁ ସିଧାସଳଖ ଏଣ୍ଟ୍ରି କରିଛନ୍ତି। ଦୌଡ଼ରାଣୀ ଦୂତୀ ଚାନ୍ଦ(ମହିଳା ୧୦୦ ମିଟିର ଓ ୨୦୦ ମିଟର), ଏମସି ଜାବିର(ପୁରୁଷ ୪୦୦ ମିଟିର ହର୍ଡଲ୍ସ), ଗୁରୁପ୍ରୀତ ସିଂହ(ପୁରୁଷ ୫୦ କିମି ରେସ ୱାଲ୍କ) ଓ ଅନୁ ରାଣୀ(ମହିଳା ଜାଭେଲିନ ଥ୍ରୋ) ବିଶ୍ୱ ରାଙ୍କିଙ୍ଗ ଅନୁସାରେ ଟୋକିଓ ଟିକେଟ ପାଇଛନ୍ତି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଓଡ଼ିଆ ଆଥଲେଟ ଦୂତୀ ଚାନ୍ଦ ଏକମାତ୍ର ଖେଳାଳି ଯିଏ ଅଲିମ୍ପିକ୍ସରେ ଭାରତ ପାଇଁ ଦୁଇଟି ଇଭେଣ୍ଟରେ ପଦକ ପାଇଁ ଲଢ଼େଇ କରିବେ। ଆଉ ସମସ୍ତେ ଗୋଟିଏ ଲେଖାଏ ଇଭେଣ୍ଟରେ ଭାଗ ନେବେ।
ମୁଖ୍ୟ ଜାତୀୟ କୋଚ୍ ପି ରାଧାକ୍ରିଷ୍ଣନ କହିଛନ୍ତି, “ଆମର ବିଶ୍ୱାସ ଅଛି ଯେ ଆମ ଖେଳାଳିମାନେ ଟୋକିଓ ଅଲିମ୍ପିକ୍ସରେ ଭଲ ପ୍ରଦର୍ଶନ କରିବେ। ଏଥିସହ ପଦକ ଜିତି ଭାରତ ଫେରିବେ।”
ତାମିଲନାଡୁ ରନର ରେବତା ଭି, ଶୁଭ ଭି ଓ ଧନଲକ୍ଷ୍ମୀ ଏସ୍ଙ୍କୁ ସେମାନଙ୍କ ଟ୍ରାଏଲ ପ୍ରଦର୍ଶନ ଆଧାରରେ ମହିଳା ମକ୍ସିଡ ରିଲେ ଟିମ୍ ପାଇଁ ଚୟନ କରାଯାଇଛି। ପୁରୁଷ ରିଲେ ଟିମରେ ନାଗାନାଥନ ପଣ୍ଡି, ସାର୍ଥକ ଭାମ୍ୱ୍ରୀ ଓ ଆଲେକ୍ସ ଆନ୍ଥୋନୀ ରହିଛନ୍ତି। ସୂଚନାଯୋଗ୍ୟ, ମହାମାରୀ କରୋନା କଟକଣା ମଧ୍ୟରେ ଜୁଲାଇ ୩୧ରୁ ଅଲିମ୍ପିକ୍ସ ଆରମ୍ଭ ହୋଇ ଅଗଷ୍ଟ ୯ ଯାଏ ଚାଲିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031