Indus Valley Times

ଟୋଲ ଫି ଆଦାୟକୁ ନେଇ ଫାଙ୍କା ଗୁଳିଚାଳନା କଲେ ୫ ଡକାୟତ

 Breaking News

ଟୋଲ ଫି ଆଦାୟକୁ ନେଇ ଫାଙ୍କା ଗୁଳିଚାଳନା କଲେ ୫ ଡକାୟତ

ଟୋଲ ଫି ଆଦାୟକୁ ନେଇ ଫାଙ୍କା ଗୁଳିଚାଳନା କଲେ ୫ ଡକାୟତ
October 19
10:50 2023

ପିପିଲି,୧୯/୧୦ : ପିପିଲି ଟୋଲ୍ ପ୍ଲାଜାରେ ଗୁଳିମାଡ଼ ଚାଳନା ଘଟଣାରେ ୩ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିଛି। ପୁରୀ, ନିମାପଡ଼ା, ଗୋପ ଓ ପିପିଲି ପୁଲିସର ମିଳିତ ଅପରେସନରେ ଦୁର୍ବୃତ୍ତ ମାନଙ୍କୁ କାବୁ କରାଯାଇଛି।
ନିମାପଡ଼ା ଅରିଷଣ୍ଢ ନିକଟ ଡଗରା ସାହି ଗହୀରରେ କାର ଛାଡି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ୩ ଜଣଙ୍କୁ କାବୁ କରିଛି। ଅନ୍ୟ ଯୁବକମାନେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି।
ଆଜି ଭୋର ୫ଟା ବେଳେ ଏକ କାର୍ରେ ୭ ଜଣ ଦୁର୍ବୃତ୍ତ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକମାନେ ଟୋଲ୍ କର୍ମଚାରୀଙ୍କୁ ଟିକସ ପଇସା ଦେଇ ଗାଡ଼ି ଆଗକୁ ନେଇ ଆସିଥିଲେ। ପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଗୁଳିଚାଳନା କରିଥିଲେ।
ଏହାସହ ଟୋଲ କର୍ମଚାରୀଙ୍କ ପାଖକୁ ଯାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଓ ବନ୍ଧୁକରେ ତାଙ୍କ କାନ୍ଧକୁ ଆଘାତ ଦେଇଥିଲେ। ଯୁବକ ଜଣଙ୍କ କାର୍ରେ ବସି ପଳାଇଯାଇଥିଲେ। ଏନେଇ ଟୋଲ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ।
ପୁଲିସ ସିସିଟିଭିକୁ ଅଧାର କରି ଖୋଳତାଡ଼ ଆରମ୍ଭ କରିଥିଲା। ୩ଜଣ ଯୁବକଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031