Indus Valley Times

ଟ୍ରକ୍ ପଛରେ ଧକ୍କା ଦେଲା କାର୍; ୪ ମୃତ, ୫ ଗୁରୁତର

 Breaking News

ଟ୍ରକ୍ ପଛରେ ଧକ୍କା ଦେଲା କାର୍; ୪ ମୃତ, ୫ ଗୁରୁତର

ଟ୍ରକ୍ ପଛରେ ଧକ୍କା ଦେଲା କାର୍; ୪ ମୃତ, ୫ ଗୁରୁତର
February 13
20:11 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୩/୨: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଲାହାବାଡିରେ ସଡକ ଦୁର୍ଘଟଣା । ଭ୍ୟାନକୁ ପିଟିଲା ଟ୍ରକ ଅକାଳରେ ଚାଲିଗଲା ୪ ଜୀବନ ।
୮ ଜଣ ଭ୍ୟାନରେ ତାଳପଡାରୁ ବାଡିସୁଗାକୁ ଫେରୁଥିବା ସମୟରେ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ।
ସମସ୍ତ ଗୁରୁତରଙ୍କୁ ଏମକେସିଜି ହସ୍ପିଟାଲକୁ ସ୍ତାନାନ୍ତରଣ କରାଯାଇଛି ।ଭୋଜି ଖାଇ ଫେରୁଥିବା ବେଳେ ଏହି ଅଘଟଣ ଘଟିଛି । ଟ୍ରକକୁ ପଛରୁ ଏକ ମାରୁତି ଓମନି ଧକ୍କା ଦେବା ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଥିବା ସୂଚନା ମିଳିଛି ।
ମୃତକମାନେ ହେଲେ ସଦର ଥାନା ଅନ୍ତର୍ଗତ ଗୁମାଗଡ଼ ଗାଡିଶୂଗା ଗ୍ରାମର ରୋଜାଲିନ ଦିଗାଲ (୧୨), ଭଗିଆ ଦିଗଲ(୧୦),ବବି ପ୍ରଧାନ(ଗାଡି ଚାଳକ) ଓ ପୂର୍ଣ୍ଣ ମିଶ୍ର (୪୨) । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।
ପ୍ରଥମେ ଫୁଲବାଣୀ ମେଡିକାଲ ଓ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତରମାନଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି କ୍ଷ ସୂଚନାଅନୁସାରେ, ଏକ ଜନ୍ମଦିନ ଭୋଜି ଖାଇବା ପାଇଁ ତାଳପଡା ଗାଁ ଯାଇ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା।
ରାତି ପ୍ରାୟ ୧୨ ଟା ପାଖାପାଖି ଏକ ମାରୁତି ଓମନି ଗାଡ଼ିରେ ଗୋଟିଏ ପରିବାରର ୮ ଜଣ ଘରକୁ ଫେରୁଥିବାବେଳେ ବଇଡା ଲାହାବାଡି ନିକଟରେ ଟ୍ରକ ପଛରେ ମାରୁତି ଓମନି ପିଟି ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031