Indus Valley Times

ଟ୍ରାକ୍ଟରକୁ ଧକ୍କା ଦେଲା କାର୍, ପରେ କାରକୁ ପିଟି ଦେଲା ଟ୍ରକ୍; ଚାଲିଗଲା ୪ ବନ୍ଧୁଙ୍କ ଜୀବନ

 Breaking News

ଟ୍ରାକ୍ଟରକୁ ଧକ୍କା ଦେଲା କାର୍, ପରେ କାରକୁ ପିଟି ଦେଲା ଟ୍ରକ୍; ଚାଲିଗଲା ୪ ବନ୍ଧୁଙ୍କ ଜୀବନ

ଟ୍ରାକ୍ଟରକୁ ଧକ୍କା ଦେଲା କାର୍, ପରେ କାରକୁ ପିଟି ଦେଲା ଟ୍ରକ୍; ଚାଲିଗଲା ୪ ବନ୍ଧୁଙ୍କ ଜୀବନ
June 17
10:32 2024

ନୂଆପଡ଼ା, ୧୭/୬: ନୂଆପଡ଼ା ଜିଲ୍ଲା ଖଡ଼ିଆଳରେ ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ଟ୍ରାକ୍ଟର ସହ ପିଟି ହୋଇଛି ଦ୍ରୁତଗାମୀ କାର୍।
ଫଳରେ ଘଟଣାସ୍ଥଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି।୪ ମୃତକ ଖଡ଼ିଆଳ ଅଞ୍ଚର ବାସିନ୍ଦା ବୋଲି ଜଣାପଡ଼ିଛି। ମୃତକମାନେ ହେଲେ ଖଡ଼ିଆଳ ସହରର ଶୁଭମ ମହାନ୍ତି, ଦେବେନ୍ଦ୍ର ସିଂ ଲାଲ, ରିଷି ସାହୁ ଏବଂ ଗୋଇମୁଣ୍ଡି ଗାଁଁର ଦେବରାଜ ପଟେଲ ବୋଲି ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ ମୃତକ ରିଷି ସାହୁଙ୍କ ବଡ଼ ଭାଇର ଜନ୍ମ ଦିନ ଭୋଜି ଖାଇ ସାରି କୌଣସି କାମ ପାଇଁ ଗତକାଲି ରାତ୍ରରେ ଏକ ଟାଟା ଟିଆଗୋ କାରରେ ଯାଉଥିବା ସମୟରେ ଲଛିପୁର ଗାଁଁ ନିକଟରେ ଭରସାମ୍ୟ ହରାଇ ପ୍ରଥମେ ଏକ ଟ୍ରାକଟରକୁ ପଛପଟୁ ଧକ୍କା ଦେଇଥିଲା ପରେ ପଛପଟୁ ଯାଉଥିବା ଏକ ଟ୍ରକ ଧକ୍କା ଦେଇଥିଲା ଫଳରେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାର ଖଣ୍ଡ ବିଖଣ୍ଡିତ ହେବା ସହ ଟ୍ରାକଟର ପଛ ଚକ ଅଲଗା ହୋଇ ଯାଇଥିଲା।
ଏଣେ କାରରେ ଥିବା ସମସ୍ତଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ତାସହ ଟ୍ରାକ୍ଟରର ଡ୍ରାଇଭରଙ୍କ ସମେତ ଅନ୍ୟ ଚାରିଜଣ ଆହତ ହୋଇ ଥିବା ଜଣାପଡ଼ିଛି। ଖବର ପାଇଁ ଖଡ଼ିଆଳ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ ବାହିନୀର ସହାୟତାରେ ଶବ ଉଦ୍ଧାର କରି ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930