Indus Valley Times

ଟ୍ରାକ୍ଟର ଟାୟାର ଫାଟି ନାବାଳକ ଗୁରୁତର

 Breaking News

ଟ୍ରାକ୍ଟର ଟାୟାର ଫାଟି ନାବାଳକ ଗୁରୁତର

ଟ୍ରାକ୍ଟର ଟାୟାର ଫାଟି ନାବାଳକ ଗୁରୁତର
November 18
20:23 2021

ନୀଳଗିରି, ୧୮/୧୧: ଟ୍ରାକ୍ଟର ଟାୟାର ଫାଟି ନାବାଳକ ଗୁରୁତର । ନାବାଳକର ଦୁଇ ହାତ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।
ସୂଚନାନୁସାରେ, ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଅନେକ ଗୁଡିଏ ଟ୍ରାକ୍ଟର ଲାଗିଛି । ମାନଗଡ଼ ପେଟ୍ରୋଲ ପମ୍ପ ନିକଟରେ ଥିବା ଏକ ଦୋକାନକୁ ଗୋଟିଏ ଟ୍ରାକ୍ଟର ରିପ୍ୟାରିଂ ପାଇଁ ଆସିଥିଲା।
ଟାୟାର ସଜାଡିବା ପରେ ମୂଳାବାଡିସାହି ଅଞ୍ଚଳର ୧୩ ବର୍ଷୀୟ ନାବାଳକ ଟାୟାର ଉପରେ ବସିଥିଲେ। ତେବେ ହଠାତ ଟାୟାର ଫାଟିଯିବାରୁ ନାବାଳକଟି ଉପରକୁ ଉଠିଯାଇ ତଳେ ପଡି ଯାଇଥିଲା। ଫଳରେ ତାଙ୍କର ଦୁଇ ହାତ ଭାଙ୍ଗି ଯାଇଥିବା ଜଣାପଡିଛି ।
ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031