Indus Valley Times

ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଦୁଇ କଂଗ୍ରେସ ବିଧାୟକ

 Breaking News

ଟ୍ରେନରେ ମହିଳାଙ୍କୁ ଅସଦାଚରଣ କରି ଫସିଲେ ଦୁଇ କଂଗ୍ରେସ ବିଧାୟକ

October 07
18:28 2022

ଭୋପାଳ,୭/୧୦: ଟ୍ରେନ୍ରେ ମହିଳା ଯାତ୍ରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ଦୁଇ କଂଗ୍ରେସ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ। ମଧ୍ୟପ୍ରଦେଶ ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରିଛି।
ମାମଲା ଅନୁସାରେ, ଗୁରୁବାର କୋଟ୍ମା ବିଧାୟକ ସୁନୀଲ ସରାଫ ଓ ସନ୍ତ ବିଧାୟକ ସିଦ୍ଧାର୍ଥ କୁଶୱା ରିୱାଞ୍ଚଲ ଏକ୍ସପ୍ରେସ୍ରେ ଏସି କୋଚ୍ରେ ଯାତ୍ରା କରୁଥିଲେ। କର୍ଣ୍ଣି ପାଖରେ ସେମାନେ ଟ୍ରେନ୍ରେ ଚଢ଼ିଥିଲେ। ଦୁଇ ବିଧାୟ ମଦ ପିଇଥିବା ଅଭିଯୋଗ ହୋଇଛି।
ଦୁଇ ବିଧାୟ ଯାତ୍ରା କରୁଥିବା ଏସି କୋଚ୍ରେ ଜଣେ ମହିଳା ଯାତ୍ରୀ ମଧ୍ୟ ତାଙ୍କର ଛୋଟ ଶିଶୁ ସହ ଯାତ୍ରା କରୁଥିଲେ। ଅଭିଯୋଗ ଅନୁସାରେ, ଦୁଇ ବିଧାୟକ ତାଙ୍କୁ ଦୁର୍ବ୍ୟବହାର କରିବା ପରେ ଉକ୍ତ ମହିଳା ତାଙ୍କ ସ୍ୱାମୀଙ୍କୁ ଫୋନ୍ କରି ଜଣାଇଥିଲେ। ଏହାପରେ ତାଙ୍କ ସ୍ୱାମୀ ଘଟଣାକୁ ଟ୍ୱିଟ୍ କରି ରେଳମନ୍ତ୍ରାଳୟ ଓ ରେଳବାଇ ପୁଲିସକୁ ଜଣାଇଥିଲେ।
ଅଭିଯୋଗ ପାଇବା ପରେ ରେଳବାଇ ପୁଲିସ ଦୁଇ ବିଧାୟକଙ୍କ ବିରୋଧରେ ଧାରା ୩୫୪ରେ ମାମଲା ରୁଜୁ କରିଥିଲେ। ଅଭିଯୋଗ ପରେ ଯାତ୍ରା ମଝିରେ ମହିଳା ସିଟ୍ ବଦଳାଇ ଦିଆଯାଇଥିଲା। ଘଟଣାରେ ତଦନ୍ତ ଜାରି ରହିଥିବା ବେଳେ ବିଧାୟକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031