Indus Valley Times

ଠାକୁରମୁଣ୍ଡା ଅଞ୍ଚଳରୁ ଅପହୃତ ଶିଶୁକନ୍ୟା ତିନିଦିନ ପରେ ଉଦ୍ଧାର, ଅପହରଣକାରୀ ଓ ସହଯୋଗୀ ଅଟକ

 Breaking News

ଠାକୁରମୁଣ୍ଡା ଅଞ୍ଚଳରୁ ଅପହୃତ ଶିଶୁକନ୍ୟା ତିନିଦିନ ପରେ ଉଦ୍ଧାର, ଅପହରଣକାରୀ ଓ ସହଯୋଗୀ ଅଟକ

April 20
16:06 2025

ଯାଜପୁର, ୨୦/୪ : ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁକନ୍ୟା। କିନ୍ନର ବେଶରେ ଆସି ଶିଶୁକନ୍ୟା ଚୋରି କରିବାକୁ ଉଦ୍ୟମ କରିଥିଲେ କିଛି ଦୁର୍ବୁତ୍ତ। ଯାଜପୁର ରୋଡ୍ ଥାନା କାଚହୁଡି ସାହିରୁ ଅପହରଣ ହେବାର ତିନି ଦିନ ପରେ ଦୁଇ ପିଲା ଚୋରକୁ ଧରି ଥାନାରେ ପହଞ୍ଚିଲା କିନ୍ନର ସଂଘ। ଦୁଇ ଅଭିଯୁକ୍ତ କିନ୍ନର ବେଶରେ ପିଲାଚୋରି କରିଥିବା ଅଭିଯୋଗ ହୋଇଛି। ଥାନାରେ ଦୁଇ ଅଭିଯୁକ୍ତ ଅଧିକ ପଚରାଉଚରା କରୁଛି।
ସୂଚନା ଅନୁସାରେ, ଗତ୧୭ ତାରିଖରେ ଶିଶୁ କନ୍ୟାଟି ମା ବାସୁଳେଇ ଯାତ୍ରା ବୁଲିବାକୁ ଆସିଥିଲେ। ଦୁଇଜଣ ଯୁବକ ଶାଢୀ ପିନ୍ଧି କିନ୍ନର ବେଶରେ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ। ସେହି ସମୟରେ ଠାକୁରମୁଣ୍ଡାରୁ ଉଭୟ ଶିଶୁ କନ୍ୟାଟିକୁ ଚୋରି କରିନେଇଥିଲା। ତେବେ ଅପହରଣର ତିନି ଦିନ ପରେ ଦୁଇ ପିଲା ଚୋରକୁ ଧରି ଥାନାରେ ପହଞ୍ଚିଲା କିନ୍ନର ସଂଘ। ଏହାପରେ ପୋଲିସ ସେମାନଙ୍କୁ ପଚରାଉଚରା କରିଥିଲେ। ତେବେ ଦୁଇ ଅଭିଯୁକ୍ତ ପିଲାକୁ ଚୋରି କରିଥିବା ସ୍ୱୀକାର କରିଥିଲେ। ଯାଜପୁର ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ଅଧିକ ଛାନଭିନ୍ କରିବାରୁ ଜଣାପଡ଼ିଥିଲା ଯେ ଉଭୟ ବିଭିନ୍ନ ଅପରାଧୀକ ମାମଲାରେ ସମ୍ପୃକ୍ତ ଅଛନ୍ତି ଏବଂ ପଇସା ଲୋଭରେ ଶିଶୁକନ୍ୟାକୁ ଚୋରି କରିଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031