Indus Valley Times

ଠାକୁରାଣୀ ଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ କ୍ଲବ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

 Breaking News

ଠାକୁରାଣୀ ଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ କ୍ଲବ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ

ଠାକୁରାଣୀ ଯାତ୍ରା ଉପଲକ୍ଷେ ଫ୍ରେଣ୍ଡସ କ୍ଲବ୍ ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ
May 31
19:15 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୩୧/୫ : ବାଲିଗୁଡା ରେ ଧୁମ୍ ଧାମରେ ଚାଲିଛି ମାଆ ପାଟ୍ଟଖଣ୍ଡା ଙ୍କ ଠାକୁରାଣୀ ଯାତ୍ରା ।
ଏହି ପରିପ୍ରେକ୍ଷୀରେ ଫ୍ରେଣ୍ଡସ କ୍ଲବ୍ ଦଣ୍ଡପଦର ପକ୍ଷରୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସମ୍ବଲପୁର ରୁ ଆସିଥିବା ସୁହାନା ମେଲୋଡି ଗ୍ରୁପ ଉପସ୍ଥିତ ଦର୍ଶକ ଙ୍କୁ ବିମୋହିତ କରିଥିଲା ।
ସଭାପତି ଯୁମର ନାୟକ ଙ୍କ ନେତୃତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ କୁମାର ବିଶିମାଝି, ସମ୍ମାନୀତ ଅତିଥି ଭାବେ ନଗର ସାଂସଦ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ, ବିଜେପି ନଗର ସଭାପତି ମନୋଜ କୁମାର ରଥ ପ୍ରମୁଖ ଉପସ୍ଥିତ ରହି ରଙ୍ଗା ରଙ୍ଗ କାର‌୍ୟ୍ୟକ୍ରମ ର ଶୁଭ ଉଦଘାଟନ କରିଥିଲେ । ଫ୍ରେଣ୍ଡସ୍ କ୍ଲବ୍ ପକ୍ଷରୁ ଗ୍ରାମ ର ବରିଷ୍ଠ ନାଗରିକ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ସମାଜସେବୀ, ସାମ୍ବାଦିକ, ମଞ୍ଚ କଳାକାର ଙ୍କୁ ମାନପତ୍ର ସହ ଉପଢୌକନ ପ୍ରଦାନ କରିଥିଲେ ।
ମା’ ପାଟ୍ଟଖଣ୍ଡା ଠାକୁରାଣୀ ଯାତ୍ରା: ହାଟପଦାସାହି ପରିକ୍ରମା : ମହିରାବଣ ବଧ ଓ ତରଣୀସେନ ବଧ ମଞ୍ଚସ୍ଥ
ବାଲିଗୁଡା, ୩୧/୫: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା ‘ପାଟଖଣ୍ଡା ଠାକୁରାଣୀଙ୍କ ଦ୍ବିବାର୍ଷିକ ଯାତ୍ରା ଶୁକ୍ରବାର ୨୫ ଦିନରେ ପହଞ୍ଚି ଥିବା ବେଳେ ନଗର ପରିଭ୍ରମଣ ୧୮ ଦିନରେ ପହଞ୍ଚିଛି ।
ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଦିନ ତମାମ ପୂଜକ ମାନଙ୍କ ଦ୍ୱାରା ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ଚାଲିଥିବା ବେଳେ ଯାତ୍ରା ସରିବାକୁ ଆଉ ମାତ୍ର ଏକ ସପ୍ତାହ ବାକି ଥିବା ବେଳେ ଗାନ୍ଧୀ ଛକ ସ୍ଥିତ ମା ‘ବରାଳ ଦେବୀ ମନ୍ଦିର ଅସ୍ଥାୟୀ ମଣ୍ଡପ ସମେତ ସମଗ୍ର ଅଞ୍ଚଳରେ ଏକ ଧାର୍ମିକ ପରିବେଶ ସୃଷ୍ଟି ହୋଇ ଦିନକୁ ଦିନ ଭକ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ।
ଅସ୍ଥାୟୀ ପୀଠ ରେ ମା ‘ପାଟଖଣ୍ଡା ଙ୍କ ସମେତ ମା’ କନକ ଦୁର୍ଗା, ମା’ ଡେଙ୍ଗସିଲ, ମା ବରାଳଦେବୀ, ମା’ ମହାମାୟୀ ଓ ମା’ ଦକ୍ଷିଣ କାଳୀ ବିରାଜ ମାନ ଅଛନ୍ତି ।
ବିଶେଷ କରି ପ୍ରତିଦିନ ସକାଳ ଓ ସନ୍ଧ୍ୟା କାଳୀନ ଆଳତୀ ସମୟରେ ଶହ ଶହ ଭକ୍ତଙ୍କ ସମାଗମ ହେଉଛି ।
ପଞ୍ଚ ଦେବୀ ସହ ମା’ଦକ୍ଷିଣ କାଳୀ ଙ୍କୁ ଶେଷ ପର୍ଯ୍ୟାୟ ରେ ଦର୍ଶନ କରିବାକୁ ଅଞ୍ଚଳର ପ୍ରତ୍ୟେକ ପରିବାର ର ଦୂର ଦୁରାନ୍ତରେ ଥିବା ବନ୍ଧୁ ବାନ୍ଧବ ଙ୍କ ସୁଅ ଛୁଟିବାରେ ଲାଗିଲାଣି, ଏଣୁ ସପରିବାରେ ଆସି ମା ‘ଙ୍କ ଯାତ୍ରା ସହ ମୀନାବଜାର, ଖାଦ୍ୟ ପସରା ଭଳି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ମନ ମୋହିବା ସୁନିଶ୍ଚିତ ଥିବା ବେଳେ ମା’ଙ୍କ କୃପା ଭିକ୍ଷା ପାଇଁ ଶ୍ରଦ୍ଧାଳୁ ଉତ୍କଣ୍ଠାର ସହ ଅସ୍ଥାୟୀ ମଣ୍ଡପ କୁ ଆସି ଦର୍ଶନ କରୁଥିବା ଦେଖିବାକୁ ମିଳୁଛି ।
ଅସ୍ଥାୟୀ ମଣ୍ଡପ ନିକଟରେ ନୟାଗଡ ଜିଲ୍ଲା ଭାପୁର ନିକଟସ୍ଥ ଏଲପଡା ଗ୍ରାମର ଯାତ୍ରା ସମ୍ରାଟ ଓଁ ଶ୍ରୀ ଶ୍ରୀ ବାବା ବୈଦ୍ୟନାଥ ବାଳିକା ରାମ ନାଟ୍ୟ ସଂସଦର ଜୋତିର୍ମୟୀ ମହାପାତ୍ର ଙ୍କ ବଳିଷ୍ଠ ନିର୍ଦେଶନାରେ ପ୍ରସିଦ୍ଧ ମହିରାବଣ ବଧ ଓ ତରଣୀସେନ ବଧ ସଫଳତର ସହ ମଞ୍ଚସ୍ଥ ହୋଇଥିଲା ।
ଏଥିରେ ଶତାଧିକ ନାଟ୍ୟ ପ୍ରେମୀ ଉପସ୍ଥିତ ରହି ଉପଭୋଗ କରିଥିଲେ । ଶୁକ୍ରବାର ୨୫ ଦିନରେ ହାଟପଦା ସାହି ପୂଜା କମିଟି ଅଞ୍ଚଳ କୁ ପରିଭ୍ରମଣ କରି ଆସିଥିଲେ । ଏହି ଅବସରରେ ସନ୍ଧ୍ୟା ଆଳତୀ ପରେ ପରେ ଏକ ବିରାଟ ପଟୁଆରରେ ଦୁଲଦୁଲି ନୃତ୍ୟ ସହ ବିଭିନ୍ନ ବାଜା ବାଜଣା, ନୃତ୍ୟ ଗୀତରେ ଅସ୍ଥାୟୀ ପୀଠ ଠାରୁ ବାହାରି ଗାନ୍ଧୀ ଛକ, ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ରେଭିନ୍ୟୁ ବଙ୍ଗଳା, ଜଗନ୍ନାଥ ମନ୍ଦିର, ତ୍ରିବେଦୀ ପାର୍କ ଛକ, ବଜାର ଛକ, ପାଟଖଣ୍ଡା ମନ୍ଦିର ଓ ମାର୍କେଟ, ହାଟପଦା ମାର୍କେଟ, ଏନଏସି ଛକ ଦେଇ ହାଟପଦା ସାହି ରେ ପ୍ରବେଶ କରି ଅସ୍ଥାୟୀ ପୂଜା ମଣ୍ଡପକୁ ମା’ ମାନଙ୍କୁ ପାଛୋଟି ନେଇଥିଲେ ।
ଉକ୍ତ ପୂଜା ମଣ୍ଡପରେ ପହଞ୍ଚିବା ପରେ ଯଥା ରୀତିନୀତି ଅନୁଯାୟୀ ପୂଜାର୍ଚନା ପରେ ସାହି ର ସମସ୍ତ ଭକ୍ତ ବିଶେଷ କରି ମହିଳା ଭକ୍ତ ମାନେ ଉପସ୍ଥିତ ରହି ମା’ ଙ୍କ ଶୁଭାଶ୍ରିବାଦ ଭିକ୍ଷା କରିଥିଲେ ।
ଶେଷରେ ଅନ୍ନ ପ୍ରସାଦ ବଣ୍ଟନ ର ବ୍ୟବସ୍ଥା କରାଯାଇଥିଲା । ଶନିବାର ଦିନ ପାତ୍ରସାହି, ଜକିସାହି, କାମନା ସାହି, ପୂଜାରୀ ସାହିକୁ ପରିଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଥିବା ବେଳେ ରବିବାର ଦିନ ଗୁଣ୍ଡିଚା ମାର୍ଗ ଅଞ୍ଚଳ କୁ ମା’ ଙ୍କ ଆଗମନ ଥିବା ଜଣା ପଡିଛି ।
ଆଗାମୀ ଦିନରେ ହେବାକୁ ଥିବା ପ୍ରତ୍ୟେକ ସାହିରେ ଆକର୍ଷଣୀୟ ମେଢ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ଆକର୍ଷଣୀୟ ପୂଜା ମଣ୍ଡପ ସାଙ୍ଗକୁ ଅସ୍ଥାୟୀ ମଣ୍ଡପ ତୋରଣର ନିର୍ମାଣ କାର୍ଯ୍ୟ ଭକ୍ତଙ୍କୁ ବେଶ ଖୋରାକ ଯୋଗାଉଛି ।
ଏଥିରେ ଯାତ୍ରା କମିଟି ସହ ହାଟପଦା ସାହି ପୂଜା କମିଟି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ ।
ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ
ବାଲିଗୁଡା, ୩୧/୫ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ୧୨୭ ବିଏନ, ସିଆରପିଏଫ ତରଫରୁ ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସ -୨୦୨୫ ପାଳନ କରାଯାଇଥିଲା।
ଯୋଗ ଅଭ୍ୟାସ ଏବଂ ଏହାର ଲାଭ ପାଇଁ ସମର୍ପିତ ଏକ ବିଶ୍ୱବ୍ୟାପୀ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମରେ ୧୨୭ ବାଟାଲିଆନ୍ କମାଣ୍ଡାଣ୍ଟ ପଙ୍କଜ ବର୍ମା, ବିପିନ କୁମାର (ଡିସି)ଙ୍କ ସହିତ ୧୨୭ ବାଟାଲିଆନ୍ ସିଆରପିଏଫ୍ ର ଅନ୍ୟାନ୍ୟ କର୍ମଚାରୀ ଏବଂ ସ୍ଥାନୀୟ ଲୋକମାନେ ଉପସ୍ଥିତ ଥିଲେ। ସିଆରପିଏଫ୍ କମାଣ୍ଡାଣ୍ଟ ପଙ୍କଜ ବର୍ମା ନିଜ ବକ୍ତବ୍ୟରେ ସମସ୍ତ ବୟସ ଏବଂ ପୃଷ୍ଠଭୂମିର ଲୋକଙ୍କୁ ଯୋଗକୁ ନିଜ ଜୀବନରେ ସାମିଲ କରିବାକୁ ଉତ୍ସାହିତ କରେ, ଯାହା ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ବିକାଶକୁ ପ୍ରୋତ୍ସାହିତ କରେ ।
ଯୋଗର ସାର୍ବଜନୀନ ଆକର୍ଷଣ ଏବଂ ସ୍ୱାସ୍ଥ୍ୟ ଏବଂ ଶାନ୍ତିର ମିଳିତ ଲକ୍ଷ୍ୟରେ ବିଶ୍ୱବ୍ୟାପୀ ବ୍ୟକ୍ତିମାନଙ୍କୁ ଏକତ୍ର କରିବାର କ୍ଷମତାକୁ ଉଜ୍ଜ୍ୱଳ କରେ ବୋଲି ଉପସ୍ଥିତ ସ୍ଥାନୀୟ ଲୋକଙ୍କୁ ଯୋଗ ବିଷୟରେ ଅବଗତ କରାଇଥିଲେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031