Indus Valley Times

ଡାଇରିଆ ବ୍ୟାପିବାରୁ ଫାଷ୍ଟଫୁଡ ଦୋକାନ, ଢାବା ଉପରେ ଲାଗିଲା କଟକଣା; ୨ ସପ୍ତାହ ବନ୍ଦ ପାଇଁ ପ୍ରଶାସନର ନିର୍ଦ୍ଦେଶ

 Breaking News

ଡାଇରିଆ ବ୍ୟାପିବାରୁ ଫାଷ୍ଟଫୁଡ ଦୋକାନ, ଢାବା ଉପରେ ଲାଗିଲା କଟକଣା; ୨ ସପ୍ତାହ ବନ୍ଦ ପାଇଁ ପ୍ରଶାସନର ନିର୍ଦ୍ଦେଶ

ଡାଇରିଆ ବ୍ୟାପିବାରୁ ଫାଷ୍ଟଫୁଡ ଦୋକାନ, ଢାବା ଉପରେ ଲାଗିଲା କଟକଣା; ୨ ସପ୍ତାହ ବନ୍ଦ ପାଇଁ ପ୍ରଶାସନର ନିର୍ଦ୍ଦେଶ
June 16
20:17 2025

ଯାଜପୁର,୧୬/୬: ଯାଜପୁର ବ୍ୟାସନଗର ଏବଂ ବିଞ୍ଝାରପୁର ଅଞ୍ଚଳରେ ସମସ୍ତ ଢାବା, ଫାଷ୍ଟଫୁଡ୍ ଷ୍ଟଲ୍ ଏବଂ ଖାଦ୍ୟ ସାମଗ୍ରୀ ବିକ୍ରୟ କରୁଥିବା ଦୋକାନଗୁଡ଼ିକୁ ଆଗାମୀ ୨ ସପ୍ତାହ ପାଇଁ ବନ୍ଦ ରଖିବାକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ, ଚାଟ୍, ଗୁପ୍‌ଚୁପ୍, ଆଇସ୍‌କ୍ରିମ୍ ଫ୍ୟାକ୍ଟ୍ରି ତଥା ପାଣି ପାଉଚ୍, ମାଛ, ଚିକେନ୍ ଓ ମଟନ୍ ଦୋକାନଗୁଡ଼ିକ ମଧ୍ୟ ବନ୍ଦ ରହିବ।
ଏହି ନିଷ୍ପତ୍ତି ସ୍ଥାନୀୟ ସ୍ୱାସ୍ଥ୍ୟ ଓ ପରିଚ୍ଛନ୍ନତା ସମ୍ବନ୍ଧୀୟ ଚିନ୍ତାକୁ ନେଇ ନିଆଯାଇଥିବା ଜଣାପଡ଼ିଛି। ତହସିଲ କାର‌୍ୟ୍ୟାଳୟ ପକ୍ଷରୁ ସମସ୍ତ ଦୋକାନୀମାନଙ୍କୁ ଏହି ନିର୍ଦ୍ଦେଶ ପାଳନ କରିବାକୁ କୁହାଯାଇଛି। ଏହା ସହିତ ସ୍ଥାନୀୟ ଲୋକଙ୍କୁ ମଧ୍ୟ ସହଯୋଗ କରିବା ପାଇଁ ଅନୁରୋଧ କରାଯାଇଛି। ଏହି ନିର୍ଦ୍ଦେଶର ଉଲ୍ଲଙ୍ଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି।
ସେପଟେ ଯାଜପୁର ଜିଲାରେ ହଇଜା ସ୍ଥିତିର ଅନୁଧ୍ୟାନ ପରେ ୧୪ ଜଣିଆ କେନ୍ଦ୍ରୀୟ ଟିମ୍ ଫେରିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା ପରେ ଟିମ୍ ସ୍ପଷ୍ଟ କରିଛି ଯେ ଜିଲାରେ କଲେରା ବ୍ୟାପିଛି, ତେବେ ଏହା ପାଣ୍ଡେମିକ୍ ନୁହେଁ, ବରଂ ଏଣ୍ଡେମିକ୍ ଅବସ୍ଥାରେ ରହିଛି।
କେନ୍ଦ୍ରୀୟ ଟିମ୍ ଜଣାଇଛି ଯେ ଭିବ୍ରିଓ କଲେରା ବ୍ୟାକ୍ଟେରିଆ ଏବଂ ଅନ୍ୟ କିଛି କାରଣରୁ ରୋଗ ବ୍ୟାପୁଛି। କେସ୍ ଲୋଡ୍ ଅନୁଧ୍ୟାନ କରାଯାଉଛି ଏବଂ ଡାଇରିଆ ମାମଲା ମଧ୍ୟ ଦେଖାଦେଇଛି। ଟିମ୍ ରାଜ୍ୟ ସରକାରଙ୍କୁ ପ୍ରତିକାରମୂଳକ ପଦକ୍ଷେପ ସୁପାରିସ କରିଥିବା ସହ ସ୍ୱଚ୍ଛତା ରକ୍ଷା ନେଇ ପରାମର୍ଶ ଦେଇଛି।
“ହଇଜା ଟିକେ ଅଧିକ ବ୍ୟାପିଛି, ତେବେ ଏହା ନିୟନ୍ତ୍ରଣାଧୀନ। ଆମେ ପୁଣି ଗ୍ରାଉଣ୍ଡକୁ ଯାଇ ସ୍ଥିତି ଅନୁଧ୍ୟାନ କରି। କେଉଁ ଜିଲାକୁ ଯିବୁ, ତାହା ଖୁବ୍‌ଶୀଘ୍ର ସ୍ଥିର ହେବ,” ବୋଲି ଟିମ୍ ପକ୍ଷରୁ କୁହାଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ସତର୍କ ରହି ଜନସାଧାରଣଙ୍କୁ ସଚେତନତା ଓ ସ୍ୱଚ୍ଛତା ରକ୍ଷା ପାଇଁ ପରାମର୍ଶ ଦେଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031