Indus Valley Times

ଡାକ୍ତରଖାନାର ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ଧରିପକାଇଲେ ସିଡିଏମ୍ଓ

 Breaking News

ଡାକ୍ତରଖାନାର ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ଧରିପକାଇଲେ ସିଡିଏମ୍ଓ

ଡାକ୍ତରଖାନାର ପ୍ରସୂତି ବିଭାଗରେ ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ଧରିପକାଇଲେ ସିଡିଏମ୍ଓ
February 01
19:30 2023

ଭଦ୍ରକ,୧/୨: ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରା ପଡ଼ିଛନ୍ତି ଜଣେ ଫେକ୍ ଡାକ୍ତର। ବେକରେ ଷ୍ଟେଥୋ ପକାଇ ଡାକ୍ତରଖାନାର ପ୍ରସୂତି ବିଭାଗରେ ସେ ବୁଲୁଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଧୀକାରୀ ତାଙ୍କୁ ଧରି ପୁଲିସ୍ ଜିମା ଦେଇଛନ୍ତି। ପୁଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଛି।
ପୂରା ଘଟଣା ଏମିତି। ଯାଜପୁର ଜିଲ୍ଲା ଅଞ୍ଚଳର ରାଜୀବ ଲୋଚନ ନାୟକ। ବେକରେ ଷ୍ଟେଥୋ ପକାଇ ନିଜକୁ ଡାକ୍ତର ରୂପେ ସଜେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପଶିଥିଲେ। ଡାକ୍ତରଖାନାର ପ୍ରସୂତି ବିଭାଗରେ ପଶିବାକୁ ଉଦ୍ୟମ କରୁଥିଲେ। ଗେଟ୍ ପାଖରେ କାର‌୍ୟ୍ୟରତ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇଥିଲେ। ସେତେବେଳେ ସେ ନିଜକୁ ନବ ନିଯୁକ୍ତ ଡାକ୍ତର ବୋଲି ପରିଚୟ ଦେଇଥିଲେ। ଆଉ ଓଟି ଓ ୱାର୍ଡକୁ ରାସ୍ତା ପଚାରିଥିଲେ। ଡାକ୍ତର ଭାବି ମହିଳା ସିକ୍ୟୁରିଟି ଗାର୍ଡ଼ ଜଣକ ତାଙ୍କୁ ରାସ୍ତା ଦେଖାଇଥିଲେ। ଏହାପରେ ସେ ପ୍ରସୂତି ବିଭାଗକୁ ଯାଇଥିଲେ।
ରାଜୀବ ଲୋଚନ ନାୟକ ବେକରେ ଷ୍ଟେଥୋ ପକାଇ ପ୍ରସୂତି ୱାର୍ଡ଼ରେ ବୁଲୁଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ ପାତ୍ରଙ୍କ ହାବୁଡ଼ରେ ପଡ଼ିଥିଲେ। ସେ ତାଙ୍କୁ ତାଙ୍କ ପରିଚୟ ପଚାରିଥିଲେ। ମାତ୍ର ସେ ସଠିକ୍ ଉତ୍ତର ଦେଇପାରିନଥିଲେ। ଯେଉଁଥିପାଇଁ ତାଙ୍କ ମନରେ ସନ୍ଦେହ ହୋଇଥିଲା। ଏହା ପରେ ସେ ପୁଲିସ୍କୁ ଖବର ଦେଇଥିଲେ। ଟାଉନ୍ ଥାନା ପୁଲିସ୍ ମେଡ଼ିକାଲ୍ରେ ପହଞ୍ଚି ରାଜୀବକୁ ଅଟକ ଅଟକ ରଖିଛି। ପଚରା ଉଚୁରା ବେଳେ ସେ ଜଣେ ନକଲି ଡାକ୍ତର ବୋଲି ଜଣାପଡ଼ିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031