Indus Valley Times

ଡାକ୍ତର ସୁମିତଙ୍କ ଘରେ ରହିବେ ତପସ୍ୱିନୀ

 Breaking News

ଡାକ୍ତର ସୁମିତଙ୍କ ଘରେ ରହିବେ ତପସ୍ୱିନୀ

January 04
16:36 2022

ବ୍ରହ୍ମପୁର୪/୧: ବହୁଚର୍ଚ୍ଚିତ ଗଂଜାମର ଡାକ୍ତର ସୁମିତ ସାହୁ-ତପସ୍ୱିନୀଙ୍କ ବୈବାହିକ ବିବାଦ ମାମଲା ନେଇ ମଙ୍ଗଳବାର ଜିଲ୍ଲା କୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି।
ସୁମିତଙ୍କ ସହ ତାଙ୍କ ବ୍ରହ୍ମାନଗରସ୍ଥିତ ନିଜ ଘରେ ତପସ୍ୱିନୀ ରହିବେ ବୋଲି କୋର୍ଟ ଆଦେଶ ଦେଇଛନ୍ତି। ଏହାସହ ଖର୍ଚ୍ଚ ପାଇଁ ତପସ୍ୱିନୀଙ୍କୁ ମାସକୁ ୧୭ ହଜାର ଟଙ୍କା ଦେବେ ସୁମିତ । ପ୍ରତି ମାସ ୧୦ ତାରିଖ ସୁଦ୍ଧା ୧୭ ହଜାର ଦେବାକୁ କୋର୍ଟଙ୍କ ନିର୍ଦ୍ଦେଶ। କୋର୍ଟଙ୍କ ରାୟ ନେଇ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।
ବ୍ରହ୍ମପୁରରେ ତପସ୍ୱିନୀ ଓ ସୁମିତଙ୍କ ବୈବାହିକ ଜୀବନକୁ ବିବାଦ ଜୋର ଧରିଛି । ତପସ୍ୱିନୀ ଶ୍ୱଶୁର ଘର ଆଗରେ ଧାରଣାରେ ବସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା।
ଏହି ଘଟଣାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ହୋଇଥିଲା। ଏହାପରେ ତପସ୍ୱିନୀଙ୍କୁ ନ୍ୟାୟ ଦେବାକୁ ବିଭିନ୍ନ ସଂଗଠନ ପକ୍ଷରୁ ଦାବି ମଧ୍ୟ ହୋଇଥିଲା। ଏବେ ଏହାର ମାମଲା କୋର୍ଟରେ ଶୁଣାଣି ହୋଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031