Indus Valley Times

ଡାକ ଜମା ନାଁରେ ୧ କୋଟିରୁ ଅଧିକ ଠକେଇ, ମହିଳାଙ୍କୁ ବାନ୍ଧିଲା ପୋଲିସ

 Breaking News

ଡାକ ଜମା ନାଁରେ ୧ କୋଟିରୁ ଅଧିକ ଠକେଇ, ମହିଳାଙ୍କୁ ବାନ୍ଧିଲା ପୋଲିସ

ଡାକ ଜମା ନାଁରେ ୧ କୋଟିରୁ ଅଧିକ ଠକେଇ, ମହିଳାଙ୍କୁ ବାନ୍ଧିଲା ପୋଲିସ
April 07
11:10 2023

ଭୁବନେଶ୍ୱର,୭/୪: ମହିଳା ପୋଷ୍ଟାଲ ଏଜେଣ୍ଟ କୋଟିଏରୁ ଅଧିକ ଟଙ୍କାର ଡାକ ଜମା ଆତ୍ମସାତ୍ କରିଥିବା ଜଣାଯାଇଛି। ଏନେଇ ଠକ ମହିଳା ପୋଷ୍ଟାଲ ଏଜେଣ୍ଟ ସ୍ବର୍ଣ୍ଣଲତା ଦାସଙ୍କୁ ଜଗତସିଂହପୁରରୁ ଲିଙ୍ଗରାଜ ଥାନା ପୁଲିସ ଗିରଫ କରିଛି।
ସୂଚନା ଅନୁଯାୟୀ, ଗତ ୨ ବର୍ଷ ହେବ ଠକ ମହିଳା ସ୍ବର୍ଣ୍ଣଲତା ଦାସ ଜମାକାରୀଙ୍କ ଡିପୋଜିଟ ଟଙ୍କାକୁ ଆତ୍ମସାତ କରିଥିବା ନେଇ ଲିଙ୍ଗରାଜ ଥାନାରେ ଅଭିଯୋଗ ହୋଇଥିଲା।
ଓଲଡ ଟାଉନ କେଦାର ଲେନରେ ଠକ ମହିଳା ଜଣଙ୍କ ନିଜକୁ ପୋଷ୍ଟାଲ ଏଜେଣ୍ଟର ପରିଚୟ ଦେଇ ଲୋକଙ୍କୁ ଚୁନା ଲଗାଉଥିବା କଥା ଜଣେ ମହିଳା ଜମାକାରୀ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର ଲିଙ୍ଗରାଜ ଥାନା ପୁଲିସ ତଦନ୍ତ କରୁଥିଲା। ତାଙ୍କ ଘରୁ ୯୮ଜଣ ଜମାକାରୀଙ୍କ ୧୨୭ଟି ପୋଷ୍ଟାଲ ପାସବୁକ ଜବତ କରିଥିଲା ପୁଲିସ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031