Indus Valley Times

ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀ ଆତ୍ମସମର୍ପଣ

 Breaking News

ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀ ଆତ୍ମସମର୍ପଣ

ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀ ଆତ୍ମସମର୍ପଣ
October 03
16:09 2021

କୋରାପୁଟ, ୩/୧୦ : ପୋଲିସ ଡିଜି ଅଭୟଙ୍କ କୋରାପୁଟ ଗସ୍ତ । ତେବେ ଡିଜିପିଙ୍କ ନିକଟରେ ୨ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଜଣେ ଏସିଏମ କ୍ୟାଡର ହୋଇଥିବା ବେଳେ ଅନ୍ୟ ଜଣକ ମିଲିଟାରି ଗ୍ରୁପର ସଦସ୍ୟ ରହିଥିଲେ।
ଦୁର୍ଦ୍ଦାନ୍ତ ମାଓ ନେତ୍ରୀ ତଥା ଗୁମା ଏରିଆ କମିଟିର ସଦସ୍ୟ । ସେମାନଙ୍କ ନାମ ଦେବା ପଡିଆମି (ଗାଙ୍ଗି) ଓ ଗୀତା ପଡିଆମି (ରଞ୍ଜିତା) ବୋଲି ଦଣାପଡିଛି।
ତେବେ ଗାଙ୍ଗି ୨୦୦୫ରେ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଏହାପରେ ସେ କାଲିମେଳା ଦଳମରେ ଯୋଗଦେଇଥିଲା । ସେ ପ୍ରମୁଖ ୭ ଟି ହିଂସାରେ ସମ୍ପୃକ୍ତି ଥିବା ପୋଲିସ କହିଛି ।
୨୦୦୭ରେ ବନ୍ଧୁକ ଚାଳନା ତାଲିମ ନେବା ପରେ ୨୦୦୮ରୁ ମାଛକୁଣ୍ଡ ଓ ଗୁମା ଏରିଆ କମିଟିରେ କାମ କରିଥିଲା ।
୨୦୨୦ ରେ ACMକୁ ପ୍ରମୋସନ ପାଇ ଆନ୍ଧ୍ର ଓଡିଶା ବୋର୍ଡର ସ୍ପେଶାଲ ଜୋନାଲ କମିଟିର ଗୁମା ଏରିଆ କମିଟିରେ କାମ କରୁଥୁଲା ।ସେ ପୋଲିସ ଫୋର୍ସ ସହ ଗୁଳିବିନିମୟ ଘଟଣାରେ ଜଡିତ ଥିଲା ବୋଲି ଡିଜିପି କହିଛନ୍ତି ।
ସେହିଭଳି ଛତିଶଗଡ ରାଜ୍ୟର ଗୀତା ପଡିଆମି (ରଞ୍ଜିତା) ୨୦୧୮ରେ ମାଓ ସଂଗଠନରେ ସାମିଲ ହୋଇଥିଲା । ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ ମିଲିଟାରି କମିଟିର ନାଟ୍ୟ ମଣ୍ଡଳି ସଦସ୍ୟ ଭାବେ ଯୋଗଦେଇଥିଲା । ତାଙ୍କ ନାମରେ ୪ ଟି ହିଂସାକାଣ୍ଡରେ ଜଡିତ ଥିବା ସୂଚନା ରହିଛି ।
ତାଙ୍କ ଘର ବିଜାପୁର ଜିଲ୍ଲା ଗାଙ୍ଗୁଲର ଥାନା ମନକିର ଗ୍ରାମ। ୨୦୧୮ରେ ମାଓ ସଙ୍ଗଠନରେ ସାମିଲ ହୋଇ ବୈପାରିଗୁଡା, ମାଛକୁଣ୍ଡ, ମାଲକାନଗିରିର ସ୍ବାଭିମାନ ଅଞ୍ଚଳ ଓ ଆନ୍ଧ୍ରର ପେଦାବାଇଲୁ ଏରିଆ କମିଟିରେ କାମ କରୁଥୁଲେ ।
ସୂଚନାଯୋଗ୍ୟ ଯେ, ପୋଲିସର ଘନ ଘନ ଆକ୍ରମଣ ଏବଂ ମାଓ ସଂଗଠନ ଦୁର୍ବଳ ହୋଇପଡିଥିବା ସହ ପୂର୍ବ ଭଳି ଲୋକ ସମର୍ଥନ ମାଓବାଦୀଙ୍କୁ ମିଳୁନାହିଁ। ମାଓବାଦୀଙ୍କ ମଧ୍ୟରେ ଖରାପ ଚିନ୍ତାଧାରା ସହ ସରକାରଙ୍କ ବିକାଶ ପ୍ରକିୟାକୁ ଦେଖି ଆତ୍ମସମର୍ପଣ କରିଥିବା କହିଛନ୍ତି ।
ନକ୍ସଲ ଦମନ ପାଇଁ ୨୨ ଜଣ ପୋଲିସ କମାଣ୍ଡୋ, ୪ ଜଣଙ୍କୁ NDPS ପାଇଁ ପୁରସ୍କୃତ କରିଛନ୍ତି । ଡିଜିପିଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଅପରେସନ ,ଡିଆଇଜି ଏସ ଆଇ ଡବ୍ଲୁ୍, କୋରାପୁଟ ଡିଆଇଜି ଓ କୋରାପୁଟ ଏସପି ଉପସ୍ତିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031