Indus Valley Times

ଡିସ୍‌ଚାର୍ଜ ହେଲେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

 Breaking News

ଡିସ୍‌ଚାର୍ଜ ହେଲେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଡିସ୍‌ଚାର୍ଜ ହେଲେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ
July 07
18:34 2025

ମୁମ୍ବାଇ, ୭/୭: ଦୀର୍ଘ ଦିନର ଚିକିତ୍ସା ପରେ ବିଜେଡ଼ି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହସ୍ପିଟାଲରୁ ଡିସଚାର୍ଜ ହୋଇଥିବା ସୂଚନା ମିଳିଛି ।
ମୁମ୍ବାଇସ୍ଥିତ ଧିରୁଭାଇ ଅମ୍ବାନୀ କୋକିଲା ବେନ ହସ୍ପିଟାଲରୁ ବିଦାୟ ନେବାବେଳେ ନବୀନଙ୍କର ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଡାକ୍ତରଙ୍କ ପରାମର୍ଶରେ ନବୀନ ଆଉ କିଛି ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ଦେଇଛନ୍ତି ତାଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।
ଜୁନ ୨୦ରେ ସର୍ଭାଇକାଲ୍ ଆର୍ଥରାଇଟିସରେ ପୀଡ଼ିତ ଥିବା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ବାଇ ଯାଇଥିଲେ ।
ସେଠାରେ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନବୀନଙ୍କର ଚିକିତ୍ସା ହୋଇଥିଲା ।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930