Indus Valley Times

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ ପୋଡ଼ି ପାଉଁଶ

 Breaking News

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ ପୋଡ଼ି ପାଉଁଶ

ଡୁଙ୍ଗୁରିପାଲିରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ପାଇପ ପୋଡ଼ି ପାଉଁଶ
June 12
12:29 2022

ବିନିକା, ୧୨/୬: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବେହେରାମାଲ ପଞ୍ଚାୟତ ଲଙ୍ଗଳକଣ୍ଟା ଗାଁ ନିକଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ମେଗା ପାଣି ପ୍ରୋଜେକ୍ଟ ପାଇଁ ଗଚ୍ଛିତ ଥିବା RWSର କୋଟି କୋଟି ଟଙ୍କାର ପାଇପ୍ ଜଳି ପାଉଁଶ ହୋଇଯାଇଛି।
ନିଆଁ ଲିଭାଇବା ପାଇଁ ୩ଟି ଦମକଳ ବାହିନୀ ନିୟୋଜିତ ହୋଇଛନ୍ତି। ଏକ ଘଣ୍ଟା ହେବ ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବା ପାଇଁ ଉଦ୍ୟମ ଚଳାଇଥିଲେ ମଧ୍ୟ ନିଆଁକୁ ଆୟତ୍ତ କରି ପାରି ନାହାନ୍ତି।
ମେଗା ପାଣି ପ୍ରୋଜେକ୍ଟ ପାଇଁ RWSS କୋଟି କୋଟି ଟଙ୍କାର ପାଇପ ଲଙ୍ଗଳକଣ୍ଟା ଗାଁ ନିକଟରେ ରଖାଯାଇଥିଲା। କେହି ଜଣେ ବ୍ୟକ୍ତି ବିଲରେ ନଡ଼ା ପୋଡ଼ିବା ପାଇଁ ନିଆଁ ଲଗାଇ ଦେଇଥିବା ବେଳେ ଏହି ନିଆଁ ବିଲ ନିକଟରେ ରଖାଯାଇଥିବା ପାଇପରେ ଲାଗିଯାଇଥିଲା। ଫଳରେ ପାଇପ ଗୁଡିକ ପୋଡ଼ି ଯାଇଥିଲା।
ରାମପୁର ଓ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ ନିଆଁ ଲିଭାଇବାରେ ସକ୍ଷମ ହୋଇନାହାନ୍ତି।
ନିଆଁର ପ୍ରକୋପ ଏତେ ରହିଛି ଯେ ନିଆଁ ଲିଭାଇବା କଷ୍ଟକର ହୋଇପଡ଼ିଛି। ନିକଟରେ କୌଣସି ଜଳଉତ୍ସ ନ ଥିବାରୁ ଅଗ୍ନିଶମ କର୍ମଚାରୀଙ୍କୁ ନିଆଁ ଲିଭାଇବା ପାଇଁ ଅସୁବିଧା ହେଉଛି। ସ୍ଥାନୀୟ ଲୋକ ମଧ୍ୟ ନିଆଁ ଲିଭା କାର୍ଯ୍ୟରେ ଲାଗି ପଡ଼ିଛନ୍ତି। ଆଜି ଦିନ ପ୍ରାୟ ୧୦ଟା ସମୟରେ ନିଆଁ ଲାଗିଥିବା ସୂଚନା ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031