Indus Valley Times

ଡେଲ୍ଟାକୁ ପଛରେ ପକାଇଲା ଓମିକ୍ରନ୍, ରାଜ୍ୟରେ ୯୭.୫% ଓମିକ୍ରନ୍ ପଜିଟିଭ୍

 Breaking News

ଡେଲ୍ଟାକୁ ପଛରେ ପକାଇଲା ଓମିକ୍ରନ୍, ରାଜ୍ୟରେ ୯୭.୫% ଓମିକ୍ରନ୍ ପଜିଟିଭ୍

ଡେଲ୍ଟାକୁ ପଛରେ ପକାଇଲା ଓମିକ୍ରନ୍, ରାଜ୍ୟରେ ୯୭.୫% ଓମିକ୍ରନ୍ ପଜିଟିଭ୍
February 11
08:57 2022

ଭୁବନେଶ୍ୱର, ୧୧/୨: ଆଇଏଲଏସ୍ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ନୂଆ ତଥ୍ୟ। ଓଡ଼ିଶାରେ ଚିହ୍ନଟ କରୋନା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୭.୫% ପ୍ରତିଶତ ଓମିକ୍ରନ୍ ଦ୍ୱାରା ଆକ୍ରାନ୍ତ ହୋଇସାରିଛନ୍ତି । ଆଇଏଲଏସ୍ ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି ଏହି ସୂଚନା ।
ଜାନୁୟାରୀ ୨୭ରୁ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୁନା ସଂଗ୍ରହ କରାଯାଇଥିଲା। ଆଇଏଲ୍ଏସ୍ ପକ୍ଷରୁ ଏହି ସବୁ ନମୁନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୁନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୁନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ଗଞ୍ଜାମ ଜିଲ୍ଲାରେ ୪୭ଟି ନମୁନାରୁ ୪୭ଟି ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅର୍ଥାତ ଉକ୍ତ ଜିଲ୍ଲାରେ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଶତପ୍ରତିଶତ ଓମିକ୍ରନ୍ ଆକ୍ରାନ୍ତ । ତା’ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା । ଖୋର୍ଦ୍ଧା ଜିଲ୍ଲାରୁ ଜିନମ ସିକ୍ୱେନ୍ସିଂ କରାଯାଇଥିବା ୪୯ଟି ନମୂନାରୁ ୪୫ ଜଣ ଓମିକ୍ରନ୍ ସଂକ୍ରମିତ ରହିଛି। ଅବଶିଷ୍ଟ ୪ ଜଣଙ୍କ ଜିନମ୍ ସିକ୍ୱେନ୍ସିଂରୁ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ କରାଯାଇଛି ।
ସେହିପରି କଟକରେ ମଧ୍ୟ ଶତ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ କରାଯାଇଥିଲା । ଏ ସମ୍ପର୍କରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ୍ ନିର୍ଦ୍ଦେଶକ ଅବଗତ କରିଛନ୍ତି ।
ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ସିଦ୍ଧାର୍ଥ ଗୁରୁ କହିଛନ୍ତି, ଏହା ଭଲ ଯେ, ଆମେ ଡେଲଟା ସଂକ୍ରମଣରୁ ମୁକୁଳି ଆସିଲେଣି। ବର୍ତ୍ତମାନ ପରିସ୍ଥିତିରେ ଯେଉଁମାନେ ପଜିଟିଭ ଚିହ୍ନଟ ହେଉଛନ୍ତି, ସେମାନେ ଓମିକ୍ରନ ଦ୍ୱାରା ଆକ୍ରାନ୍ତ ବୋଲି ଧରାଯିବ । ଏହା ଲୋକଙ୍କୁ ବେଶି ଗୁରୁତର କରୁ ନ ଥିବାରୁ ସମ୍ଭବତଃ ମାର୍ଚ୍ଚ ମାସରୁ ଆମେ ସ୍ୱାଭାବିକ ଜୀବନଯାତ୍ରା କରିପାରିବା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031