Indus Valley Times

ଢେଙ୍କନାଳ : ଗଛରେ ପିଟି ହେଲା ବାଇକ୍, ଦାଦା ଓ ପୁତୁରା ମୃତ

 Breaking News

ଢେଙ୍କନାଳ : ଗଛରେ ପିଟି ହେଲା ବାଇକ୍, ଦାଦା ଓ ପୁତୁରା ମୃତ

May 05
10:42 2023

ଢେଙ୍କନାଳ,୫/୫ : ଢେଙ୍କନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ବନ୍ଦାଣିଆ ନିକଟରେ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ ଭାରସାମ୍ୟ ହରାଇ ଗଛରେ ପିଟିହେବାରୁ ୨ଜଣ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି। ମୃତକଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।
ଗତକାଲି ଡୁଗୁ ଓ ସିଦ୍ଧାନ୍ତ ବାଇକ ଯୋଗେ ଟାଟା ମାଇନ୍ସରୁ କାମାକ୍ଷାନଗରର ଏକ ବାଇକ ଶୋ’ରୁମକୁ ଆସୁଥିଲେ। ବନ୍ଦାଣିଆ ନିକଟରେ ବାଇକ୍ଟି ଭରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲା। ସେମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି କାମାକ୍ଷାନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031