Indus Valley Times

ତଣ୍ଡାଗୁଡ଼ା ଠାରେ ଟେରାକୋଟା ଶିଳ୍ପୀଙ୍କୁ ନୂତନ ଜ୍ଞନକୌଶଳ ବ୍ୟବହାର ନିମନ୍ତେ ପରାମର୍ଶ ଦେଲେ ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ

 Breaking News

ତଣ୍ଡାଗୁଡ଼ା ଠାରେ ଟେରାକୋଟା ଶିଳ୍ପୀଙ୍କୁ ନୂତନ ଜ୍ଞନକୌଶଳ ବ୍ୟବହାର ନିମନ୍ତେ ପରାମର୍ଶ ଦେଲେ ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ

ତଣ୍ଡାଗୁଡ଼ା ଠାରେ ଟେରାକୋଟା ଶିଳ୍ପୀଙ୍କୁ ନୂତନ ଜ୍ଞନକୌଶଳ ବ୍ୟବହାର ନିମନ୍ତେ ପରାମର୍ଶ ଦେଲେ ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ
September 18
17:57 2021

ସୁଶାନ୍ତ କୁମାର ବେହେରାଙ୍କ ରିପୋର୍ଟ
ନବରଂଗପୁର, ୧୮/୯: ସମାଜ କଲ୍ୟାଣ ନିର୍ଦେଶକ ଅରବିନ୍ଦ ଅଗ୍ରଵାଲ ନବରଙ୍ଗପୁର ଜିଲ୍ଲା କୁ ୨ଦିନିଆ ଗସ୍ତ ରେ ଆସି ବିଭିନ୍ନ କାର୍ଯ୍ୟର ତଦାରଖ କରିବାସହ ତଣ୍ଡାଗୁଡ଼ା ଠାରେ କୁମ୍ଭାର ବସ୍ତି ରେ ଥିବା ଟେରାକୋଟା ଶିଳ୍ପୀ ମାନଙ୍କୁ ଭେଟି ସେମାନଂକୁ ନୂତନ ଜ୍ଞାନକୌଶଳ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ।
ଶୁକ୍ରବାର ଦିନ ଅପରାହ୍ନ ସମୟରେ ଶ୍ରୀ ଅଗ୍ରଵାଲ ନବରଙ୍ଗପୁର ସର୍କିଟ ହାଉସ ଠାରେ ପହଂଚିବା ପରେ ନବରଙ୍ଗପୁର ଜିଲ୍ଲାପାଳ ତାଙ୍କୁ ସ୍ୱାଗତ ଜଣାଇବା ପରେ ସେଠାରୁ ଶ୍ରୀ ଅଗ୍ରଵାଲ ପ୍ରଥମେ ପାପଡାହାଣ୍ଡି ଲାଲବାହାଦୁର ହାଇସ୍କୁଲ ଯାଇ ସେଠାରେ ଚାଲିଥିବା ମୋଡେଲ କ୍ଲାସରୁମ ଦେଖିବା ସହ ବିଜ୍ଞାନ ଗୃହ ଏବଂ ଅନ୍ୟାନ୍ୟ ଉନ୍ନୟନ କାର‌୍ୟ୍ୟ ସମ୍ପର୍କରେ ପଚାରି ବୁଝିଥିଲେ ।

ଏହି ଅବସରରେ ନବମ ଶ୍ରେଣୀର କ୍ଲାସ କୁ ଯାଇ ସେମାନଂକୁ କିପରି ଶିକ୍ଷାଦାନ କରାଯାଉଛି ସେ ସମ୍ପର୍କରେ ଛାତ୍ର ଛାତ୍ରୀ ମାନଂକୁ ପ୍ରଶ୍ନ ମାଧ୍ୟମରେ ପଚାରି ବୁଝିଥିଲେ । ସେଠାରେ ଉପସ୍ଥିତ ଥିବା କିଛି ସ୍ୱୟଂ ସହାୟକ ଗୋଷ୍ଠୀ ର ମହିଳା ମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ତରଫରୁ ଠିକ ଭାବରେ ଅଣ୍ଡା, ଚାଉଳ, ଛତୁଆ ଦିଆଯାଉଛି କି ନାହିଁ ପଚାରି ବୁଝିବା ସହ ସ୍ଥାନୀୟ ସିଡିପିଓ ଓ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଙ୍କ ସହ ଆଲୋଚନା କରିଥିଲେ । ସେଠାରୁ ପାପଡାହାଣ୍ଡି ବ୍ଲକ ତଣ୍ଡାଗୁଡ଼ା କୁମ୍ଭାର ବସ୍ତି ଯାଇ ସେଠାରେ ଟେରାକୋଟା ଶିଳ୍ପୀଙ୍କୁ ଭେଟି ବଜାର ଚାହିଦାକୁ ଲକ୍ଷ୍ୟ ନେଇ ନୂତନ ଡିଜାଇନ୍ ପ୍ରସ୍ତୁତ କଲେ ଅଧିକ ଲାଭବାନ ହୋଇ ପାରିବେ ବୋଲି କହିଥିଲେ ।

ପାପଡ଼ାହାଣ୍ଡି ବ୍ଲକର ତଣ୍ଡାଗୁଡା ଠାରେ ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପ ମାଧ୍ୟମରେ ଆଇ ଏମ୍ ଏମ୍ ଟି ,ଭୁବନେଶ୍ଵର ଓ ଭାରତୀୟ ପେଟ୍ରୋଲିୟମ୍ ସଂସ୍ଥାନ, ଡେରାଢୁନ ଦ୍ଵାରା ସ୍ଥାପିତ ଉନ୍ନତ ଧରଣର କୁମ୍ଭାର ଭାଟି ପରିଦର୍ଶନ ସମୟରେ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ମାନଙ୍କ ସହ ଆଲୋଚନା କରି ଶ୍ରୀ ଅରବିନ୍ଦ ଅଗ୍ରୱାଲ ମହିଳା ମାନେ ନୂତନ ଡିଜାଇନ୍ ସହିତ ଚାହିଦା ମୁତାବକ ମାଟିର ବାସନ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ପ୍ରସ୍ତୁତ ତିଆରି କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥି ସହ ସମସ୍ତ ମାଟି ତିଆରି ସାମଗ୍ରୀର ନମୁନା ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେଇଥିଲେ । ଜିଲ୍ଲାପାଳ ଡ ଅଜିତ୍ କୁମାର ମିଶ୍ର ଜିଲ୍ଲାରେ ଥିବା ଟେରାକୋଟା, ଆଦିବାସୀ ଅଳଙ୍କାର ର ଆଦର ସମ୍ପର୍କରେ କହିଥିଲେ ।

ଉପଜିଲ୍ଲାପାଳ ଅକ୍ଷୟ ସୁନୀଲ କୁମାର ଅଗ୍ରୱାଲ ଡିଜିଟାଲ ମାର୍କେଟ ସହ ନବରଙ୍ଗପୁରର ସ୍ଵତନ୍ତ୍ର ବ୍ରାଣ୍ଡ କରିପାରିଲେ ଅଧିକ ଲାଭ ମିଳିପାରିବ ବୋଲି କହିଥିଲେକ୍ଷ ସେଠାରୁ ଜିଲ୍ଲା ଜଳଛାୟା ପ୍ରକଳ୍ପ ତରଫରୁ ପାପଡାହାଣ୍ଡି ବ୍ଲକ ମହେନ୍ଦ୍ରୀ ଠାରେ ନିର୍ମାଣଧୀନ ଚେକଡ୍ୟାମ ଏବଂ ଫାର୍ମ ପଣ୍ଡ ଦେଖିବାପରେ ସେଠାରୁ ଡାବୁଗାଁ ବ୍ଲକ ଯାଇ ସେଠାରେ ଏସଏମଓ ତରଫରୁ ଚାଲିଥିବା ଦକ୍ଷତା ତାଲିମ ଶିବିର ପରିଦର୍ଶନ କରିବାସହ ଡ଼ମନାଗୁଡ଼ା ଏବଂ ମାଝୀଗୁଡା ର ଚେକଡ୍ୟାମ, ଏମଜିଏନାରୀଜିଏସ ତରଫରୁ ଚାଲିଥିବା ଜିଲ୍ଲା ଗ୍ରାମ୍ୟଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ରତ୍ନାକର ସାହୁ ,ବିଜ୍ଞାନ ଓ କାରିଗରୀ ବିଦ୍ୟା ପ୍ରକଳ୍ପର କ୍ରିୟାନ୍ବୟନ କମିଟିର ସଦସ୍ୟ ଲକ୍ଷ୍ମୀ ନାରାୟଣ ବକ୍ସି, ଓର୍ମାସର ଉପ କାର‌୍ୟୟନିର୍ବାହୀ ଏ.ଉମା ମହେଶ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରି ଏ. ଗୀତା ଓ ମହିଳା ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟା ଙ୍କ ସହ ଅନେକ କୁମ୍ଭକାର ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031