Indus Valley Times

ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା

 Breaking News

ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା

ତଦନ୍ତ ପରେ ସୁଭଦ୍ରାରେ ଯୋଡ଼ି ହେଲେ ୧୭ ଲକ୍ଷରୁ ଊର୍ଦ୍ଧ୍ବ ମହିଳା
November 29
17:53 2025

ଭୁବନେଶ୍ବର, ୨୯/୧୧: ନୂଆବର୍ଷରେ ଏକାଥରକେ ଦୁଇଟି କିସ୍ତି ପାଇବେ ସୁଭଦ୍ରା ହିତାଧିକାରୀ । ନୂଆକରି ଯୋଡି ହୋଇଥିବା ହିତାଧିକାରୀଙ୍କୁ ଏକାଥରକେ ମିଳିବ ଦୁଇଟି କିସ୍ତି । ଦୁଇଟି କିସ୍ତି ଦେବାକୁ ଜାନୁଆରୀ ପ୍ରଥମ ସପ୍ତାହରୁ କାର୍ଯ୍ୟ ତ୍ୱରାନ୍ୱିତ କରାଯିବ ବୋଲି ସୂଚନା ଦେଇଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ତଥା ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
ପୋର୍ଟାଲ ଖୋଲାଯାଇଛି, ୨୧ ବର୍ଷୀୟ ହିତାଧିକାରୀଙ୍କୁ ଯୋଡା ଯାଉଛି । ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ନୂତନ ଭାବେ ୨,୨୭,୪୧୦ ଜଣ ମହିଳା ଆବେଦନ କରିଛନ୍ତି । ସମସ୍ତ ଯୋଗ୍ୟ ହିତାଧିକାରୀ ଯେମିତି ସୁଭଦ୍ରା ଟଙ୍କା ପାଇବେ ସେଥିପାଇଁ ବିଭାଗ ତତ୍ପର ଅଛି ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ।
ସୁଭଦ୍ରା ଯୋଜନାର ଗାଇଡଲାଇନ ବାହାରେ ଥିବା ହିତାଧିକାରୀଙ୍କୁ ବାଦ୍ ଦିଆଯାଇଥିଲା । ଆଉ କିଛି ସୁଭଦ୍ରାରେ ଯୋଡ଼ି ହେବା ପାଇଁ ନୂଆ ଆବେଦନ କରିଥିଲେ । ସେଥିପାଇଁ ସେମାନଙ୍କୁ ଫିଲ୍ଡ ଇନକ୍ୱାରୀ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର ।
ବିଧାନସଭାରେ ବିଭାଗୀୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁଯାୟୀ, ୯ ଲକ୍ଷ ୩୬ ହଜାର ୨୮୩ ଜଣ ସୁଭଦ୍ରାରେ ଯୋଡି ହେବା ପାଇଁ ଆବେଦନ କରିଥିଲେ, ସେଥିମଧ୍ୟରୁ ୧୭ ଲକ୍ଷ ୮୩ ହଜାର ୨୫୧ ଜଣ ମହିଳାଙ୍କୁ ସୁଭଦ୍ରାରେ ଯୋଡା ଯାଇଥିବା ବିଧାନସଭାରେ ଉତ୍ତର ରଖିଛନ୍ତି ପ୍ରଭାତୀ ପରିଡା ।
ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ୧ କୋଟି ୩ ଲକ୍ଷ ୭୫ ହଜାର ୯୪୧, ଦ୍ଵିତୀୟ କିସ୍ତିରେ ୧ କୋଟି ୧ ଲକ୍ଷ ୯୨ ହଜାର ୭୨୪ ଜଣ ମହିଳା ଏବଂ ତୃତୀୟ କିସ୍ତିରେ ୯୭, ୫୧, ୪୭୯ ଜଣ ସୁଭଦ୍ରା ଟଙ୍କା ପାଇଛନ୍ତି । ପ୍ରତିବର୍ଷ ରାକ୍ଷୀ ପୂର୍ଣ୍ଣିମା ଓ ଅନ୍ତର୍ଜାତୀୟ ମହିଳା ଦିବସରେ ସୁଭଦ୍ରା ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଥାନ୍ତି ସରକାର ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031