Indus Valley Times

ତମାଣ୍ଡୋ ଥାନା ଏସ୍ ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

 Breaking News

ତମାଣ୍ଡୋ ଥାନା ଏସ୍ ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ତମାଣ୍ଡୋ ଥାନା ଏସ୍ ଆଇଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
December 15
12:15 2022

ଭୁବନେଶ୍ୱର, ୧୫/୧୨: ଭିଜିଲାନ୍ସ ଜାଲରେ ତମାଣ୍ଡୋ ଥାନା ଏସଆଇ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ଦିନ ସକାଳୁ ତମାଣ୍ଡୋ ଥାନା ଏସ ଆଇ ଅଭିମନ୍ୟୁ ଚୌଧୁରୀଙ୍କ ଘରେ ଚଢ଼ାଉ କରୁଛି ଭିଜିଲାନ୍ସ । ସୂଚନା ଅନୁଯାୟୀ, ଭୁବନେଶ୍ୱର ଓ ନୟାଗଡ଼ର ୩ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।
ଭିଜିଲାନ୍ସ ରାଜଧାନୀର ପାଇକନଗରରେ ଥିବା ତାଙ୍କର ଚାରି ମହଲା କୋଠା, ନୟାଗଡ଼ ଜିଲ୍ଲା ରଣପୁର ଥାନାର ନଛିପୁରରେ ଥିବା ପୈତୃକ ବାସଭବନ ଓ ତମାଣ୍ଡୋ ଥାନାର ଅଫିସରେ ଏକକାଳୀନ ଚଢ଼ାଉ କରୁଛି ଭିଜିଲାନ୍ସ। ଏହି ଚଢ଼ାଉରେ ୩ଜଣ ଡିଏସପି, ୧୧ ଜଣ ଇନସିପେକ୍ଟର ଓ ୬ଜଣ ଏସ ଆଇ ସାମିଲ ଅଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031