Indus Valley Times

ତରାବୋଇଠାରେ ନୂତନ ପାସେଞ୍ଜର ହଲଟ ଉଦଘାଟିତ

 Breaking News

ତରାବୋଇଠାରେ ନୂତନ ପାସେଞ୍ଜର ହଲଟ ଉଦଘାଟିତ

ତରାବୋଇଠାରେ ନୂତନ ପାସେଞ୍ଜର ହଲଟ ଉଦଘାଟିତ
September 19
08:06 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୯/୯: ପୂର୍ବତଟ ରେଳପଥର ଖୋଦ୍ଧାରୋଡ୍ ରେଳମଣ୍ଡଳ ଖୋର୍ଦ୍ଧାରୋଡ୍ ଏବଂ ଖୋର୍ଦ୍ଧା ଟାଉନ୍ ରେଳ ଷ୍ଟେସନ୍ ମଧ୍ୟରେ ଥିାବା ତରାବୋଇ ଠାରେ ଏକ ନୂତନ ପାସେଞ୍ଜର ହଲ୍ଟ ବୁଧବାର ଉଦ୍‌ଘାଟିତ ହୋଇଯାଇଛି।
କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀ ଯୋଗଦେଇ ଉଦ୍‌ଘାଟନ କରି କହିଛନ୍ତି ଯେ ଖୋର୍ଦ୍ଧା ରୋଡ୍-ବଲାଙ୍ଗିର ରେଳ ଲାଇନ୍‌ର ତରାବୋଇରେ ନୂତନ ପାସେଞ୍ଜର ହଲ୍ଟ ବହୁ ପ୍ରତୀକ୍ଷିତ ସୁବିଧା ତରାବୋଇ ଏବଂ ଆଖପାଖ ଗ୍ରାମ ପଞ୍ଚାୟତର ଲୋକମାନଙ୍କୁ ଲାଭ ପ୍ରଦାନ କରିବ ଏଥି ସହ ଆଇଆଇଟି, ନାଇଜର ଏବଂ ନିକଟବର୍ତ୍ତୀ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଏବଂ ଅଧ୍ୟାପକ ମାନଙ୍କୁ ସେବା ଯୋଗାଇବ। ଏଠାରେ ଚାରିଯୋଡ଼ା ଟ୍ରେନ୍ ରହିବା ସହ ଦୈନନ୍ଦିନ ଯାତ୍ରୀଙ୍କ ସୁବିଧା ବହୁଗୁଣିତ ହେବ ।
ବରୁଣେଈ ପାହାଡ଼, ଖୋର୍ଦ୍ଧାଗଡ଼ ଦୁର୍ଗ ଏବଂ ବରୁଣେଈ ମନ୍ଦିର ଭଳି ଐତିହାସିକ ସ୍ଥାନଗୁଡ଼ିକୁ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବ। ଖୋର୍ଦ୍ଧାରୋଡ ରେଳ ମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ଆଲୋକ ତ୍ରିପାଠୀ ପାସେଞ୍ଜର ହଲ୍ଡର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ।
ତରାବୋଇ ହଲ୍ଟ ୨୦୨୪ ଜାନୁଆରୀରେ ରେଳ ବୋର୍ଡ ଦ୍ବାରା ଅନୁମୋଦିତ ହୋଇ ଚଳିତ ମାସରେ ୮୦ଲକ୍ଷ ଟଙ୍କା ବ୍ୟୟରେ ସମ୍ପୂର୍ଣ୍ଣ ହୋଇଛି।
ଏହି ଅଞ୍ଚଳର ୫ରୁ ଅଧିକ ଗ୍ରାମ ପଞ୍ଚାୟତକୁ ସେବା ଯୋଗାଇବା ପାଇଁ ପାସେଞ୍ଜର ହଲଟକୁ ଆଧୁନିକ ଯାତ୍ରୀ ସୁବିଧା ପ୍ରଦାନ କରାଯାଇଛି।
ତରାବୋଇରୁ ଦଶପଲ୍ଲା ଯଥା- ୬୮୪୪୩ ଭଦ୍ରକ-ଦଶପଲ୍ଲା ମେମୁ ତରାବୋଇ ଠାରେ ପୂର୍ବାହ୍ନ ୯ଟା ୧୮ରେ ପହଞ୍ଚି ପୂର୍ବାହ୍ନ ୯ଟା ୧୯ରେ ଛାଡ଼ିବ । ୬୮୪୨୯ ଭୁବନେଶ୍ବର-ଦଶପଲ୍ଲା ମେମୁ ପୂର୍ବାହ୍ନ ୧୦ ଟା ୧୯ ରେ ପହଞ୍ଚି ପୂର୍ବାହ୍ନ ୧୦ ଟା ୨୦ ରେ ଛାଡ଼ିବ ।
ସେହିପରି ୧୮୪୨୩ ଭୁବନେଶ୍ବର-ଦଶପଲ୍ଲା ଏକ୍ସପ୍ରେସ୍ ସନ୍ଧ୍ୟା ୭ ଟାରେ ପହଞ୍ଚି ସନ୍ଧ୍ୟା ୭ଟା ୨ରେ ଛାଡ଼ିବ ଏବଂ ୬୮୪୪୯ ପୁରୀ-ଦଶପଲ୍ଲା ମେମୁ ସନ୍ଧ୍ୟା ୭ଟା ୨୫ରେ ପହଞ୍ଚି ୭ଟା ୨୬ରେ ଦଶପଲ୍ଲା ଅଭିମୁଖେ ଯାତ୍ରା କରିବ । ସେହିପରି ତରାବୋଇରୁ ଖୋର୍ଦ୍ଧାରୋଡ ଅଭିମୁଖେ ଯାତ୍ରା କରିବାକୁ ଥି ବା ଟ୍ରେନ୍ ୧୮୪୨୪ ଦଶପଲ୍ଲା-ଭୁବନେଶ୍ବର ଏକ୍ସପ୍ରେସ୍ ତରାବୋଇ ଠାରେ ସକାଳ ୭ଟା ୫୫ରେ ପହଞ୍ଚି ୭ଟା ୫୬ରେ ଛାଡ଼ିବ ।
୮୮୪୫୦ ଦଶପଲ୍ଲା-ପୁରୀ ମେମୁ ସକାଳ ୮ଟା ୧୮ରେ ପହଞ୍ଚି ୮ଟା ୨୦ରେ ଛାଡ଼ିବ । ସେହିପରି ୬୮୪୩୦ ଦଶପଲ୍ଲା-ଭୁବନେଶ୍ବର ମେମୁ ସନ୍ଧ୍ୟା ୫ଟା ୨୫ରେ ପହଞ୍ଚି ୫ଟା ୨୬ରେ ଛାଡ଼ିବ ଏବଂ ୬୮୪୪୪ ଦଶପଲ୍ଲା-ଭଦ୍ରକ ମେମୁ ସନ୍ଧ୍ୟା ୬ଟା ୮ରେ ପହଞ୍ଚି ୬ଟା ୯ରେ ଖୋର୍ଦ୍ଧାରୋଡ ଅଭିମୁଖେ ଯାତ୍ରା କରିବ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031