Indus Valley Times

ତାଇୱାନକୁ ଝଟକା: କ୍ଷେପଣାସ୍ତ୍ର ଉତ୍ପାଦନ ଅଧିକାରୀଙ୍କ ମୃତ ହେଉ ଉଦ୍ଧାର

 Breaking News

ତାଇୱାନକୁ ଝଟକା: କ୍ଷେପଣାସ୍ତ୍ର ଉତ୍ପାଦନ ଅଧିକାରୀଙ୍କ ମୃତ ହେଉ ଉଦ୍ଧାର

ତାଇୱାନକୁ ଝଟକା: କ୍ଷେପଣାସ୍ତ୍ର ଉତ୍ପାଦନ ଅଧିକାରୀଙ୍କ ମୃତ ହେଉ ଉଦ୍ଧାର
August 06
13:15 2022

ତାଇପେଇ,୬/୮: ଚୀନ୍ ତାଇୱାନ ମଧ୍ୟରେ ପରିସ୍ଥିତି ସୃଷ୍ଟି ହୋଇଛି ।ଏହି ପରିସ୍ଥିତି ଦିନକୁ ଦିନ ଗମ୍ଭିର ହେବାରେ ଲାଗିଛି । ଏହାରି ଭିତରେ ତାଇୱାନର କ୍ଷେପଣାସ୍ତ୍ର ପ୍ରତିରକ୍ଷା ମନ୍ତ୍ରାଳୟର ‘ଗବେଷଣା ଓ ବିକାଶ ୟୁନିଟ୍’ର ଉପମୁଖ୍ୟଙ୍କ ଶବ ଉଦ୍ଧାର କରାଯାଇଥିବା କଥା ରାଷ୍ଟ୍ରାୟତ ‘ସେଣ୍ଟ୍ରାଲ୍ ନିଉଜ୍ ଏଜେନ୍ସି’ (ସିଏନ୍ଏ) ରିପୋର୍ଟ କରିଛି। ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହୋଇପାରି ନାହିଁ । କିନ୍ତୁ ତାଙ୍କର ମୃତ୍ୟୁ ସେହି ସମୟରେ ହୋଇଛି ଯେତେବେଳେ ଚୀନ ଲଗାତର ଭାବେ ତାଇଓ୍ୱାନକୁ ଘେରିବାରେ ଲାଗିଛି । ସୀମାରେ ସମରାଭ୍ୟାସ ମଧ୍ୟ କରୁଛି ।
ସେନା ମାଲିକାନାରେ ଥିବା ‘ନ୍ୟାସ୍ନାଲ୍ ଚୁଙ୍ଗ୍-ଶାନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ୍ ଆଣ୍ଡ୍ ଟେକ୍ନୋଲୋଜିର ଉପମୁଖ୍ୟ ଓଉ ୟାଙ୍ଗ୍ ଲି-ସିଙ୍ଗ୍କୁ ଶନିବାର ଦିନ ସକାଳେ ଦକ୍ଷିଣ ତାଇୱାନ୍ର ଗୋଟାଏ ହୋଟେଲ୍ ପ୍ରକୋଷ୍ଠରୁ ମୃତାବସ୍ଥାରେ ଉଦ୍ଧାର କରାଯାଇଛି। ତାଙ୍କ ମୃତ୍ୟୁର କାରଣ ସଂକ୍ରାନ୍ତରେ ସରକାରୀ କର୍ତ୍ତୃପକ୍ଷମାନେ ତଦନ୍ତ କରୁଥିବା କଥା ‘ସିଏନ୍ଏ’ ରିପୋର୍ଟ କରିଛି।
ବ୍ୟବସାୟିକ ଗସ୍ତରେ ଦକ୍ଷିଣାଞ୍ଚଳ କାଉଣ୍ଟି ପିଙ୍ଗ୍ସୁଙ୍ଗ୍କୁ ଯାଇଥିବା ଓଉ ୟାଙ୍ଗ୍ କେତେକ କ୍ଷେପଣାସ୍ତ୍ର ଉତ୍ପାଦନ ପ୍ରକଳ୍ପର ପର‌୍ୟ୍ୟବେକ୍ଷଣ ନିମନ୍ତେ ଚଳିତ ବର୍ଷ ଉପମୁଖ୍ୟ ପଦବୀରେ ନିଯୁକ୍ତି ପାଇଥିଲେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031