Indus Valley Times

ତାତିରୁ ମିଳିବ ଆଶ୍ୱସ୍ତି: ଆସୁଛି ୨ଟି ଲଘୁଚାପ, ୫ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା

 Breaking News

ତାତିରୁ ମିଳିବ ଆଶ୍ୱସ୍ତି: ଆସୁଛି ୨ଟି ଲଘୁଚାପ, ୫ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା

ତାତିରୁ ମିଳିବ ଆଶ୍ୱସ୍ତି: ଆସୁଛି ୨ଟି ଲଘୁଚାପ, ୫ ତାରିଖରୁ ରାଜ୍ୟରେ ଆରମ୍ଭ ହୋଇଯିବ ବର୍ଷା
September 03
15:19 2022

ଭୁବନେଶ୍ୱର,୩/୯: ସେପ୍ଟେମ୍ବର ମାସରେ ଏକ ବାତ୍ୟା ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ମିଳିଛି ଆଶ୍ୱସ୍ତିକର ଖବର। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ସଂପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) କୌଣସି ସୂଚନା ଜାରି କରି ନାହିଁ। ସେପ୍ଟେମ୍ବର ମାସରେ ବାତ୍ୟା ହେବାର କୌଣସି ସୂଚନା ନାହିଁ। ଏନେଇ ଆକଳନ କରାଯାଇ ନାହିଁ।
ସେପ୍ଟେମ୍ବର ମାସରେ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଦୁଇଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ସେପ୍ଟେମ୍ବର ୮ ତାରିଖରେ ପ୍ରଥମ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଦ୍ୱିତୀୟ ଲଘୁଚାପଟି ସେପ୍ଟେମ୍ବର ୯ରୁ ୧୫ ତାରିଖ ମଧ୍ୟରେ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ବାତ୍ୟା ନେଇ କୌଣସି ଆକଳନ କରାଯାଇନି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।
ଶ୍ରୀ ଦାସ କହିଛନ୍ତି, ଦୁଇ ଦିନ ମଧ୍ୟରେ ଦୁର୍ବଳ ଥିବା ମୌସୁମୀ ବାୟୁ ସକ୍ରିୟ ହେବ। ଏହା ଫଳରେ ଏକ ନିମ୍ନଚାପ ରେଖା ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା ପ୍ରଭାବରେ ରାଜ୍ୟରେ ବର୍ଷା ସହ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି। ୫ ତାରିଖରେ ରାଜ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବ। ତେବେ ୫ଟି ଜିଲ୍ଲାର ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ସେହି ଜିଲ୍ଲା ଗୁଡ଼ିକ ହେଲା- ଗଞ୍ଜାମ, ଗଜପତି, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ। ସେହିପରି ୬ ତାରିଖରେ କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗତପତି, ଗଞ୍ଜାମ, କୋର୍ଦ୍ଧା ପୁରୀ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଅନେକ ସ୍ଥାନରେ ହାଲକାରୁ ମଧ୍ୟମ ଧରଣ ବର୍ଷା ହେବ। ୭ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ।
ସେପ୍ଟେମ୍ବର ମାସରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହେବ। ୧ ଜୁନ୍ରୁ ଆଜି ସୁଦ୍ଧା ରାଜ୍ୟରେ ୯୯୩ ମି.ମି ବର୍ଷା ରେକର୍ଡ କରାଯାଇଛି। ଯାହା କି ସ୍ୱାଭାବିକ ବର୍ଷା ୯୪୧.୨ ମିମି ତୁଳନାରେ ୬ ପ୍ରତିଶତ ଅଧିକ ରହିଛି। ଦେବଗଡ଼, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହୋଇଛି ବୋଲି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି।
ସେ କହିଛନ୍ତି, ଦୁର୍ବଳ ମୌସୁମୀ ପ୍ରଭାବରେ ରାଜ୍ୟରେ ତାପମାତ୍ରା ବଢ଼ିଛି। ଗତ ୨୪ ଘଣ୍ଟାରେ ୨୨ଟି ସହରର ତାପମାତ୍ରା ୩୫ ଡିଗ୍ରୀଠାରୁ ଅଧିକ ରହିଥିଲା। ୩୬.୭ ଡିଗ୍ରୀ ସହ ଅନୁଗୋଳ ସବୁଠାରୁ ଉତ୍ତପ୍ତ ସହର ଥିଲା। ଦୁର୍ବଳ ମୌସୁମୀର ପ୍ରଭାବ ଆହୁରି ୨ ଦିନ ରହିବା ସହ ଗୁଳୁଗୁଳି ଲାଗି ରହିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031