Indus Valley Times

ତାମିଲ ସୁପରଷ୍ଟାର ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ, ଟ୍ୱିଟ୍ କରି ଦେଲେ ସୂଚନା

 Breaking News

ତାମିଲ ସୁପରଷ୍ଟାର ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ, ଟ୍ୱିଟ୍ କରି ଦେଲେ ସୂଚନା

ତାମିଲ ସୁପରଷ୍ଟାର ଧନୁଷ-ଐଶ୍ୱର୍ଯ୍ୟାଙ୍କ ବିବାହ ବିଚ୍ଛେଦ, ଟ୍ୱିଟ୍ କରି ଦେଲେ ସୂଚନା
January 18
10:44 2022

ନୂଆଦିଲ୍ଲୀ ୧୮/୧: ସାଉଥ୍ ଇଣ୍ଡଷ୍ଟ୍ରିର ଆଉ ଏକ ପାୱାର୍ ଫୁଲ୍ ଲୋକପ୍ରିୟ ଦମ୍ପତ୍ତି ସେମାନଙ୍କ ବିବାହ ବିଚ୍ଛେଦକୁ ଘୋଷଣା କରିଛନ୍ତି। ନିକଟରେ ସାମନ୍ତ ଏବଂ ନାଗା ଚୈତନ୍ୟଙ୍କ ଛାଡପତ୍ର ଖବର ଶୁଣିବା ପରେ ଏବେ ପୁଣି ଥରେ ଆଉ ଏକ ଷ୍ଟାରଙ୍କ ବିଷୟରେ ଶୁଣିବାକୁ ମିଳିଛି ।
ତାହା ପୁଣି ଜଣାଶୁଣା ଅଭିନେତା ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା। ସୁପରଷ୍ଟାର ଧନୁଷ ଓ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି । ଦୀର୍ଘ ୧୮ ବର୍ଷ ବୈବାହିକ ଜୀବନ ବିତାଇବା ପରେ ଉଭୟ ପରସ୍ପରଠାରୁ ଅଲଗା ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଏହି ଖବର ସାମ୍ନାକୁ ଆସିବା ପରେ ଇଣ୍ଡଷ୍ଟ୍ରି ଜଗତରେ ଚର୍ଚ୍ଚା ସୃଷ୍ଟି କରିଛି । ସାମାନ୍ଥା ପ୍ରଭୁ ଓ ନାଗା ଚୈତନ୍ୟଙ୍କ ବିବାହ ବିଚ୍ଛେଦ ପରେ ଏବେ ଏହି ଯୋଡ଼ି ଚର୍ଚ୍ଚାକୁ ଆସିଛନ୍ତି ।
ସୋସିଆଲ ମିଡିଆରେ ଏକ ପୋଷ୍ଟ ଲେଖିଛନ୍ତି ଯେ ସେ ତାଙ୍କ ପତ୍ନୀ ଐଶ୍ବର‌୍ୟ୍ୟା ରଜନୀକାନ୍ତଙ୍କ ସହ ଛାଡପତ୍ର କରୁଛନ୍ତି। ଧନୁଷଙ୍କ ସହ ଐଶ୍ୱର୍ଯ୍ୟାମଧ୍ୟ ଏହି ସୂଚନା ଦେଇଛନ୍ତି। ଦୁହେଁ ୧୮ ବର୍ଷ ଧରି ଏକାଠି ଥିବା ସହ ପରସ୍ପର ପରସ୍ପରର ବନ୍ଧୁ, ଦମ୍ପତି ଏବଂ ଶୁଭେଚ୍ଛୁ ଭାବେ ରହିଥିଲୁ। । ଜୀବନ ଯାତ୍ରାରେ ବୁଝାମଣା ରଖିବା ସହିତ ପରସ୍ପର ଚଳିଥିଲୁ ଏବଂ ଆଗକୁ ବଢ଼ିଥିଲୁ। କିନ୍ତୁ ଆମେ ଏବେ ଏଭଳି ଏକ ସ୍ଥାନରେ ଛିଡ଼ା ହୋଇଛୁ ଯେଉଁଠି ଆମର ରାସ୍ତା ଆମର ଏବେ ଭିନ୍ନ। ଐଶ୍ୱର୍ଯ୍ୟାଏବଂ ମୁଁ ଦୁହେଁ ଅଲଗା ରହିବାକୁ ନିଷ୍ପତ୍ତି ନେଇଛୁ। ଏହା ସହ ଐଶ୍ଵର୍ଯ୍ୟାଙ୍କ ଭଲ ଭବିଷ୍ୟ ପାଇଁ ଶୁଭ କାମନା କରୁଛି ।
ସେ ଭଲରେ ରୁହନ୍ତୁ ଆଗକୁ ବଢନ୍ତୁ । ମୁଁ ଆଶା କରୁଛି ପ୍ରଶଂସକମାନେ ତାଙ୍କ ନିଷ୍ପତ୍ତି ଏବଂ ଗୋପନୀୟତାକୁ ସମ୍ମାନ କରିବେ। ସେହିଭଳି ଐଶ୍ୱର୍ଯ୍ୟାତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି କୌଣସି କ୍ୟାପସନର ଆବଶ୍ୟକତା ନାହିଁ। କେବଳ ଆପଣଙ୍କ ଭଲପାଇବା ଏବଂ ବୁଝିପାରିବା ଆବଶ୍ୟକ”। କିନ୍ତୁ ଧନୁଷଙ୍କ ଏହି ସୂଚନା ସହ ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ସେମାନଙ୍କ ଅଲଗା ହେବାର ଖବର ପାଇ ଆଶ୍ଚର‌୍ୟ୍ୟ ହୋଇଯାଇଛନ୍ତି ।
ସୂଚନା ଯେ, ଧନୁଷ ଗୋଟିଏ ଫିଲ୍ମ ଫେୟାର୍ ଆୱାର୍ଡ ପାଇ ଥିବାବେଳେ ୪ଟି ନ୍ୟାସନାଲ୍ ଆୱାର୍ଡ ସମେତ ଅନ୍ୟ ୧୩ଟି ପୁରସ୍କାର ପାଇଛନ୍ତି ଏହା ସହ ସର୍ବଶ୍ରେଷ୍ଠ ଅଭିନେତାର ରାଷ୍ଟ୍ରିୟ ପୁରଷ୍କାର ପାଇଛନ୍ତି । ଧନୁଷ ପ୍ରଯୋଜକ କସ୍ତୁରି ରାଜାଙ୍କ ପୁଅ ହୋଇଥିବା ବେଳେ ଐଶ୍ୱର୍ଯ୍ୟା ମେଗାଷ୍ଟାର ରଜନୀକାନ୍ତଙ୍କ ବଡ଼ଝିଅ। ଧନୁଷଙ୍କୁ ୨୧ ବର୍ଷ ଏବଂ ଐଶ୍ୱର୍ଯ୍ୟାଙ୍କୁ ୨୩ ବର୍ଷ ହୋଇଥିବାବେଳେ ୨୦୦୪ରେ ସେମାନଙ୍କର ବିବାହ ହୋଇଥିଲା।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031