Indus Valley Times

ତାଲିବାନ୍ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି

 Breaking News

ତାଲିବାନ୍ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି

ତାଲିବାନ୍ ଆଗରେ ଆତ୍ମସମର୍ପଣ କଲେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଗନି
August 15
20:00 2021

କାବୁଲ, ୧୫/୮ : ତାଲିବାନ ପକ୍ଷରୁ ଆଫଗାନିସ୍ତାନର ରାଜଧାନୀ କାବୁଲ ଦଖଲ କରାଯ଼ିବା ପରେ ରାଷ୍ଟ୍ରପତି ଅସରଫ ଗନି ନିଜର ପଦ ତ୍ୟାଗ କରିଛନ୍ତି । ଏହା ସହିତ ସେ କାବୁଲ ଛାଡ଼ି ଚାଲିଯାଇଥିବା ଏକ ପ୍ରମୁଖ ଆଫଗାନି ଗଣମାଧ୍ୟମ ଟୋଲୋ ନ୍ୟୁଜ କହିଛି ।
ଅନ୍ୟପକ୍ଷରେ ତାଲିବାନକୁ କ୍ଷମତା ହସ୍ତାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଆଫଗାନିସ୍ତାନର ପୂର୍ବତନ ଗୃହମନ୍ତ୍ରୀ ଅଲ୍ଲି ଅହମ୍ମଦ ଜଲାଲି ଦେଶର ଅନ୍ତରୀଣ ରାଷ୍ଟ୍ରପତି ହେବାର ସମ୍ଭାବନା ରହିଛି ।
ତାଲିବାନ ହାତକୁ କ୍ଷମତା ଯିବା ପର‌୍ୟ୍ୟନ୍ତ ସେ ରାଷ୍ଟ୍ରପତି ପଦରେ ରହିବେ । ସେପଟେ ତାଲିବାନ ପକ୍ଷରୁ କୁହାଯାଇଛି ଯେ ଆସନ୍ତା ଦୁଇ ତିନି ଦିନ ମଧ୍ୟରେ କାବୁଲର କ୍ଷମତା ନିଜ ହାତକୁ ନିଆଯିବ ।
ସୂଚନାଯୋଗ୍ୟ ଯେ, ଏବେ ବି ତାଲିବାନର ଯୋଦ୍ଧାମାନେ ଆଫଗାନିସ୍ତାନ ରାଜଧାନୀ କାବୁଲକୁ ଚାରିପଟୁ ଘେରି ରଖିଛନ୍ତି । ଏହା ସହିତ ସହରକୁ ଯାଇଥିବା ରାସ୍ତାଗୁଡ଼ିକୁ ବନ୍ଦ କରିଦିଆଯାଇଛି ।
ତେବେ ସହର ଭିତରେ ସ୍ଥିତି ଶାନ୍ତିପୂର୍ଣ୍ଣ ରହିଛି । ତାଲିବାନ ମୁଖପାତ୍ର ସୁହେଲ ସାହିନ ଗଣମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ଶାନ୍ତିପୂର୍ଣ୍ଣ ଉପାୟରେ କ୍ଷମତା ହସ୍ତାନ୍ତରଣ ଉପରେ ସଂଗଠନ ଗୁରୁତ୍ବ ଦେଉଛି । କାବୁଲକୁ ବଳପୂର୍ବକ ଦଖଲ କରିବାକୁ ତାଲିବାନ ଚାହେଁନାହିଁ ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031