Indus Valley Times

ତାଳଚେର ବିଧାୟକଙ୍କ ଗାଡି ପୋଡିଲେ ଦୁର୍ବୃତ

 Breaking News

ତାଳଚେର ବିଧାୟକଙ୍କ ଗାଡି ପୋଡିଲେ ଦୁର୍ବୃତ

December 09
10:53 2019

ଭୁବନେଶ୍ୱର,୯ ।୧୨: ତାଳଚେରର ବିଜେଡି ବିଧାୟକ ବ୍ରଜ କିଶୋର ପ୍ରଧାନ ନିଜର କ୍ୟାମ୍ପ ଅଫିସରେ ଶୋଇଥିବା ବେଳେ ତାଙ୍କୁ ତାଲା ପକାଇ ଦୁର୍ବୁତ ମାନେ ତାଙ୍କର ଗାଡିକୁ ପୋଡି ଦେଇଛନ୍ତି ।
ଏହି ମାମଲାରେ ଲିଖିତ ଅଭିଯୋଗ ପରେ ପୋଲିସ ଘଟଣାରେ ତଦନ୍ତ ଆରମ୍ଭ କରିଛି । ଏହା ପୂର୍ବରୁ ସଂପୃକ୍ତ ବିଧାୟକଙ୍କ ଘରେ ନିଆଁ ଲଗାଇ ଦିଆ ଯାଇଥିବା ବୋଲି ଘଟଣା ମାନ ହୋଇ ସାରିଛି ।
ମିଳିିଥିବା ସୂଚନା ଅନୁସାରେ ତାଳଚେରର ବିଜେଡି ବିଧାୟକ ବ୍ରଜକିଶୋର ପ୍ରଧାନ ଶନିବାର ଦିନ ଅନୁଗୁଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ ନନ୍ଦିରା ଗାଁ ସ୍ଥିତ କ୍ୟାମ୍ପ ଅଫିିସରେ ଶୋଇଥିଲେ । ତେବେ ବିଳମ୍ବିତ ରାତ୍ରୀରେ କିଛି ଦୁର୍ବୃତ ବିଧାୟକଙ୍କ କ୍ୟାମ୍ପ୍ ଅଫିିସକୁ ଆସି ଥିଲେ । ସେମାନେ ବିଧାୟକଙ୍କୁ ବାହାରପଟୁ ତାଲା ପକାଇ ଦେଇଥିଲେ । ଏହା ବାଦ ସେମାନେ ଆସି ଗ୍ୟାରେଜରେ ଥିବା ଫର୍ଚୁନର ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏନେଇ ବିଧାୟକଙ୍କ କର୍ମୀମାନେ ଜାଣିବା ପରେ ତାଲା ଖୋଲି ବିଧାୟକଙ୍କୁ ଘର ବାହାରକୁ ଆଣିଥିଲେ ।
ଏହି କାଣ୍ଡ ଘଟାଇଥିବା ଲୋକ ମାନେ କିଏ ଓ କେଉଁ କାରଣରୁ ଏଭଳି କାଣ୍ଡ ଘଟାଇଲେ ତାହାର ପ୍ରକୃତ କାରଣ ଜଣାପଡ଼ିନାହିଁ । ତେବେ ବ୍ୟବସାୟିକ କିମ୍ବା ରାଜନୈତିକ ଶତ୍ରୁତା କାରଣରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଏନେଇ ଥାନାରେ ଅଭିଯୋଗ ହୋଇଛି । ବିକ୍ରମପୁର ପୁଲିସ୍ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031