Indus Valley Times

ତୁମୁଡ଼ିବନ୍ଧ ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି

 Breaking News

ତୁମୁଡ଼ିବନ୍ଧ ବ୍ଲକରେ କନ୍ଧମାଳ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଜନ ଶୁଣାଣି

December 29
20:39 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୧୨ : କନ୍ଧମାଳ ଜିଲ୍ଲା ସ୍ତରୀୟ ଯୁଗ୍ମ ଅଭିଯୋଗ ଜନ ଶୁଣାଣି ତୁମୁଡ଼ିବନ୍ଧ ବ୍ଲକ୍ ସଭାଗୃହ ଠାରେ ଅନୁଷ୍ଠିତ ହୋଇଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବେଦଭୂଷଣ ଙ୍କ ସମେତ , ଆରକ୍ଷୀ ଅଧିକ୍ଷକ ହରିଶ ବିସି, ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀ ଏବଂ ତୁମୁଡି଼ବନ୍ଧ ବ୍ଲକ ଅଧ୍ୟକ୍ଷା ବାସନ୍ତୀ ମାଝୀ ଓ ଜିଲ୍ଲାର ବିଭିନ୍ନ ପ୍ରଶାସନିକ ଅଧିକାରୀ, ଅଧିକାରିଣୀ ଯୋଗ ଦେଇଥିବା ବେଳେ ମୋଟ ୭୦ ଗୋଟି ଅଭିଯୋଗ ଶୁଣାଣି ମଧ୍ୟରୁ ହୋଇଥିବା ଜଣାପଡିଛି ।
କନ୍ଧମାଳ ଜିଲ୍ଲାରେ କିଛି ବ୍ଲକ୍ ମଧ୍ୟରୁ ତୁମୁଡ଼ିବନ୍ଧ ବ୍ଲକ ର ଅନେକ ଦୁର୍ଗମ ଅଞ୍ଚଳ ରେ ବିଭିନ୍ନ ସମସ୍ୟା ରହିଛି, ସେଥି ମଧ୍ୟରୁ ବିଶୁଦ୍ଧ ପାନୀୟ ଜଳ, ଗ୍ରାମ୍ୟ ସଡ଼କ ଯୋଜନା, ବିଦ୍ୟୁତ୍ ସେବା, ଆବାସ ଗୃହ ,ମୁଖ୍ୟମନ୍ତ୍ରୀ ବସ୍ ସେବା ଓ ଅନ୍ୟାନ୍ୟ ସମସ୍ୟା ନେଇ ଜିଲ୍ଲାପାଳ ଓ ପ୍ରଶାସନଙ୍କ ପାଖରେ ନିଜ ଅଞ୍ଚଳର ଅଭିଯୋଗ ଜଣାଇଥିବା ଦେଖିବାକୁ ମିଳିଥିଲା ।
ପର୍ଯ୍ୟଟନ କ୍ଷେତ୍ର ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ଦୁଇ ପର୍ଯ୍ୟଟକ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ
ବାଲିଗୁଡା, ୨୯/୧୨ : ବର୍ଷର ଶେଷ ରବିବାର ରହିଥିବାରୁ ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି ।
ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ ବଣରେ ପର୍ଯ୍ୟଟକମାନେ ବଣ ଭୋଜି କରି ମଜା ନେଉଥିବା ବେଳେ କୌଣସି କାରଣରୁ ୨ ଗୋଷ୍ଠି ମଧ୍ୟରେ ପ୍ରଥମେ ପାଟିତୁଣ୍ଡ ହୋଇଥିଲା ।
ପରେ ପରିସ୍ଥିତି ଏମିତି ଘଟିଥିଲା ଯେ ଉଭୟ ଗୋଷ୍ଠି ମଧ୍ୟରେ ପିଟା ପିଟି ହୋଇଥିଲା । ରୋଷେଇରେ ବ୍ୟବହାର ଚଟୁ, ବେଲା ସହ ବିଭିନ୍ନ ସାମଗ୍ରିରେ ମାଡ଼ ହୋଇଥିଲା ।
ଏହି ସମୟରେ ଡ଼ୁଲୁରୀ ଅଞ୍ଚଳରେ ଅନ୍ୟ ପର୍ଯ୍ୟଟକମାନେ ମଧ୍ୟ ରୋଷେଇ କରୁଥିବା ବେଳେ ବହୁ ହଇରାଣ ହରକତ ହୋଇଥିବା ଦେଖିବାକୁ ମିଳିଥିଲା ।
ସପରିବାର ନେଇ ଆସିଥିବା ପର୍ଯ୍ୟଟକ ବଣ ଭୋଜି କରୁଥିବା ବେଳେ ଭୋଜି ରାନ୍ଧି ମଧ୍ୟ ଖାଇପାରିନଥିଲେ ।
ଭୟ ଓ ଆତଙ୍କ ଭିତରେ ପର୍ଯ୍ୟଟକ ଡ଼ୁଲୁରୀ ସ୍ଥାନ ଛାଡି ଚାଲିଯାଇଥିଲେ । ପରିସ୍ଥିତି ଏମିତି ହେଲା ଯେ ଉକ୍ତ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା ଏବଂ ଗଣ୍ଡଗୋଳକୁ ବନ୍ଦ କରିବାକୁ ଯାଇଥିବା କିଛି ଯୁବକ ଓ ପର୍ଯ୍ୟଟକ ଆହତ ହୋଇଥିଲେ ।
ଡ଼ୁଲୁରୀ ପର‌୍ୟ୍ୟଟନ କ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ ତୁରନ୍ତ ପ୍ଳିହେରୀ ସରପଞ୍ଚ ପାଉଲ ପ୍ରଧାନଙ୍କୁ ଫୋନରେ ଜଣାଇବା ପରେ ସରପଞ୍ଚ ତୁରନ୍ତ ଦାରିଙ୍ଗବାଡି ଥାନାକୁ ଖବର ଦେଇଥିଲେ ।
ପୋଲିସ ପହଞ୍ଚି ୨ ଗୋଷ୍ଠୀଙ୍କୁ ଝଗଡାକୁ ବନ୍ଦ କରିବାକୁ ଉଦ୍ୟମ କରୁଥିଲେ ହେଁ ପ୍ରବଳ ଗଣ୍ଡଗୋଳକୁ ଦେଖି ପୋଲିସ ମୃଦୁ ଲାଠି ଚାଳନା କରିଥିଲା ।
୨ ଗୋଷ୍ଠିର କିଛି ଯୁବକଙ୍କୁ ନେଇ ଥାନାରେ ରଖି ଅଧିକ ତଦନ୍ତ କରୁଥିବା ଓ ଅତ୍ୟଧିକ ନିଶାସକ୍ତ ଯୋଗୁଁ ଏଭକି ଘଟଣା ଘଟିଥିବା ଦାରିଙ୍ଗବାଡି ଥାନା ଅଧିକାରୀ ତଥା ଡିଏସପି କନକ ମାଝୀ କହିଛନ୍ତି ।
ଡ଼ୁଲୁରୀ ପାଇନ ବଣରେ ୨ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟଣା ପରେ ସୋମବାର ସକାଳେ ଉକ୍ତ ଡୁଲୁରୀ ପାଇନ୍ ବଣ ଖାଁ ଖାଁ ହୋଇପଡ଼ିଛି। ପର୍ଯ୍ୟଟକ ମାନେ ଭୟଭୀତ ହୋଇ କାଁ ଭାଁ ଆସିଛନ୍ତି। ପ୍ରକାଶ ଯେ, ଉକ୍ତ ପର୍ଯ୍ୟଟନ କ୍ଷେତ୍ରକୁ ବଣଭୋଜି ସହ ବୁଲାବୁଲି ପାଇଁ ପର୍ଯ୍ୟଟକ ଅଧିକ ପସନ୍ଦ କରନ୍ତି।
ଭୋର ସମୟରେ ହିଁ ପର୍ଯ୍ୟଟକ ରାଜ୍ୟ ଓ ରାଜ୍ୟ ବାହାରୁ ବସ୍ ସମେତ ବିଭିନ୍ନ କାର, ଜିପ୍‌ରେ ସେଠାରେ ପହଞ୍ଚି ଯାଉଥିବା ବେଳେ କିନ୍ତୁ ସୋମବାର ଏହା କମିଛି।
ଏବେ ଶୀତ ଛୁଟି ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ରହିଥିବାରୁ ସ୍କୁଲ, କଲେଜ ସବୁ ଛୁଟି ରହିଛି ଛୁଟିର ମଜା ନେବାକୁ ପର୍ଯ୍ୟଟକ ଆସନ୍ତା ୫ ପର୍ଯ୍ୟନ୍ତ ସବୁ ହୋଟେଲ ଲଡଜ ବୁକିଂ କରୁଥିବା ବେଳେ ଦିନରେ ଆସି ଫେରି ଯାଉଥିବା ପର୍ଯ୍ୟଟକମାନେ ମଧ୍ୟ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ୍ ବଣରେ ଭୋଜିଭାତ କରୁଥିବା ନଜିର ରହିଥିଲେ ସୁଦ୍ଧା ରବିବାର ଘଟଣା ପରେ ସୋମବାର ଏହି ସଂଖ୍ୟା କମିବା ଚିନ୍ତା ଜନକ ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ସନ୍ଧ୍ୟା ସୁଦ୍ଧା ପର‌୍ୟ୍ୟଟକ ମାନେ କମ୍ ଆସିଥିବା ବିଷୟ ଡୁଲୁରୀ ପର‌୍ୟ୍ୟଟନ କ୍ଷେତ୍ରର ପରିଚାଳକ ସଞ୍ଜୀବ ପ୍ରଧାନ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031