Indus Valley Times

ତୃତୀୟ ଦେଶ ଭାବେ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷରୁ ଅଧିକ ଅତିକ୍ରମ କଲା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

 Breaking News

ତୃତୀୟ ଦେଶ ଭାବେ ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷରୁ ଅଧିକ ଅତିକ୍ରମ କଲା: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

July 02
09:55 2021

ନୂଆଦିଲ୍ଲୀ,୨/୭ : ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଛି। ଆମେରିକା, ବ୍ରାଜିଲ ପରେ ତୃତୀୟ ଦେଶ ଭାବରେ ଭାରତରେ ୪ ଲକ୍ଷରୁ ଅଧିକ ଲୋକ ଏହି ମହାମାରୀରେ ଆଖି ବୁଜିଛନ୍ତି। ଗୁରୁବାର ଭାରତରେ କୋଭିଡ ଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷରୁ ଅଧିକ ଅତିକ୍ରମ କରିଛି। ଆମେରିକାରେ ଏବେ ଛଅ ଲକ୍ଷରୁ ଅଧିକ ମୃତ୍ୟୁ ସଂଖ୍ୟା ରହିଥିବା ବେଲେ ବ୍ରାଜିଲରେ ୫.୨ଲକ୍ଷ, ମେକ୍ସିକୋରେ ୨.୩ ଲକ୍ଷ, ପେରୁରେ ୧.୯ ଲକ୍ଷ ମୃତ୍ୟୁସଂଖ୍ୟା ରହିଛି। ଭାରତ ତଳକୁ ରୁଷିଆ, ବ୍ରିଟେନ, ଇଟାଲୀ, ଫ୍ରାନ୍ସ ଏବଂ କଲମ୍ବିଆ ଆଦି ଦେଶ ରହିଥିବା ସୂଚନା ରହିଛି।
ମିଳିଥିବା ସୂଚନା ଅନୁଯାୟୀ ଭାରତ ଏବଂ ବ୍ରାଜିଲରେ କୋଭିଡ ସଂକ୍ରମଣ କ୍ରମଶଃ ହ୍ରାସ ଦେଖା ଯାଉଥିବା ବେଳେ ବ୍ରିଟେନ, ରୁଷିଆ, ଆମେରିକା, ମେକ୍ସିକୋ, ଥାଇଲ୍ୟାଣ୍ଡରେ କରୋନା ସଂକ୍ରମଣରେ ବୃଦ୍ଧି ଘଟିଛି।
ସମଗ୍ର ବିଶ୍ୱରେ କରୋନାରେ ୧୮.୨୫ କୋଟି ଲୋକ ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୯.୫୩ ଲକ୍ଷରେ ପହଞ୍ଚିଛି। ଏବେ ସୁଦ୍ଧା ସାରା ବିଶ୍ୱରେ ୩୦୮.୬୧ କୋଟି ଟିକା ଟିକା ଦିଆଯାଇଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଏବେ ଦେଶରେ ଟିକାକରଣ ୩୪ କୋଟିରେ ପହଞ୍ଚିଛି। ଡିସେମ୍ବର ୨୦୨୧ ସୁଦ୍ଧା ସମଗ୍ର ଜନସଂଖ୍ୟାକୁ ଟିକାକରଣ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର କରୋନା ରିସୋର୍ସ ସେଣ୍ଟର ଅନୁଯାୟୀ ଭାରତର ଜନସଂଖ୍ୟାର ୪.୨୩ ପ୍ରତିଶତ ବର୍ତ୍ତମାନ ଟିକା ନେଇଛନ୍ତି। ସାରା ବିଶ୍ୱରେ ମୋଟ୍ ୩୦୮.୬୧ ନିୟୁତ ଟିକା ଦିଆଯାଇଛି।
-ଓଡ଼ିଶା ରିପୋର୍ଟର

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031