Indus Valley Times

ତୃତୀୟ ଲହର ପାଇଁ ଭୁବନେଶ୍ୱର ଏମ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ : ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି

 Breaking News

ତୃତୀୟ ଲହର ପାଇଁ ଭୁବନେଶ୍ୱର ଏମ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ : ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି

ତୃତୀୟ ଲହର ପାଇଁ ଭୁବନେଶ୍ୱର ଏମ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ : ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି
August 26
16:31 2021

ଭୁବନେଶ୍ୱର, ୨୬/୮: ତୃତୀୟ ଲହର ପାଇଁ ଭୁବନେଶ୍ୱର ଏମ୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି ବୋଲି ଏହାର ନିର୍ଦ୍ଦେଶିକା ଡାକ୍ତର ଗୀତାଞ୍ଜଳି ବି କହିଛନ୍ତି। ତାଙ୍କର କହିବା ଅନୁଯାୟୀ, ଭୁବନେଶ୍ୱର ଏମ୍ସରେ ଶିଶୁଙ୍କ ପାଇଁ ୨ ଟି ୱାର୍ଡରେ ୬୦ ଟି ବେଡ ସହ ୭ଟି ଆଇସିୟୁ ପ୍ରସ୍ତୁତ ଅଛି।
ଯଦି ଆବଶ୍ୟକ ହୁଏ ଆଗକୁ ଆଇସିୟୁ ସଂଖ୍ୟା ବଢିପାରେ। ଶିଶୁ ଙ୍କ ପାଇଁ ସମସ୍ତ ମେଡ଼ିସିନ ମହଜୁଦ ଥିବା ସହ ଡାକ୍ତର ଓ ନର୍ସଙ୍କୁ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
କରୋନା ମହାମାରୀର ତୃତୀୟ ଲହର ୧୮ ବର୍ଷରୁ କମ ପିଲା ଅଧିକ ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଅଧିକ ଚ୍ୟାଲେଞ୍ଜ ରହିଛି। ତଥାପି ଭୁବନେଶ୍ୱର ଏମ୍ସ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଥିବା କହିଛନ୍ତି ଏମ୍ସର ନିର୍ଦେଶିକା।
ଯଦି କୌଣସି ଶିଶୁ କୋଭିଡ ପଜିଟିଭ ହୋଇ ଏମ୍ସରେ ଭର୍ତ୍ତି ହୁଅନ୍ତି, ତାଙ୍କ ସହ ତାଙ୍କ ପରିବାରର ଜଣକୁ ରହିବା ପାଇଁ ଅନୁମତି ମଧ୍ୟ ଦିଆଯିବ। ଜନ୍ମ ହେବାକୁ ଯାଉଥିବା ଶିଶୁ ଓ ମାର ଅଧିକ ଯତ୍ନ ନିଆଯିବ। ଦୁଇଟି ଇକମୋ ମେସିନ ମଧ୍ୟ ରହିଛି। ଆବଶ୍ୟକ ପଡ଼ିଲେ ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031