Indus Valley Times

ଥାନାରେ ଅଟକ ପୂଜକଙ୍କ ଉନ୍ମତକାଣ୍ଡ, ବ୍ଲେଡରେ କାଟିଲେ ମହିଳା ଥାନା ଅଧିକାରିଣୀ ଙ୍କ ବେକ

 Breaking News

ଥାନାରେ ଅଟକ ପୂଜକଙ୍କ ଉନ୍ମତକାଣ୍ଡ, ବ୍ଲେଡରେ କାଟିଲେ ମହିଳା ଥାନା ଅଧିକାରିଣୀ ଙ୍କ ବେକ

October 28
16:45 2023

ବିଶୋଇ,୨୮/୧୦: ମୟୁରଭଞ୍ଜ ଜିଲ୍ଲା ବିଶୋଇ ଥାନାରେ ଆଜି ଏକ ଅଭାବନୀୟ କାଣ୍ଡ ଘଟିଯାଇଛି । ଗତ ୧୬ ତାରିଖରେ ବିଶୋଇ ଶିବ ମନ୍ଦିରରେ ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାର ପଚରାଉଚରା ପାଇଁ ଉକ୍ତ ଶୈବ ପୀଠର ସେବାୟତ ବିଶୋଇଗାଁ ଗ୍ରାମର ସୁଶାନ୍ତ ଦେଓକୁ ବିଶୋଇ ଥାନାକୁ ଡକାଯାଇଥିଲା।
ଅଭିଯୁକ୍ତ ଜଣକ ଥାନାକୁ ପ୍ରାୟ ସନ୍ଧ୍ୟା ୭ ଘଟିକା ସମୟରେ ପହଂଚିବା ପରେ ଥାନା ଅଧିକାରିଣୀ ମିନି ଭୋଇ ଘଟଣା ସମ୍ପର୍କରେ ପଚରଉଚରା କରିବା ପରେ ଚୋରି କରିବା ନେଇ ସ୍ୱୀକାର କରିଥିଲା।
ଅଭିଯୁକ୍ତ ଜଣଙ୍କ ଚୋରିରେ ସମ୍ପୃକ୍ତ ଆଉ କିଛି ଦୁର୍ବୁତ୍ତମାନଙ୍କ ନାମ ମଧ୍ୟ ପ୍ରକାଶ କରିଥିଲା। ଥାନା ପରିସରରେ ଅଟକ ଥିବା ବେଳେ ଅଭିଯୁକ୍ତ ହଠାତ ଥାନା ଅଧିକାରିଣୀଙ୍କ ଉପରକୁ ଏକ ବ୍ଲେଡରେ ମରଣାନ୍ତକ ଆକ୍ରମଣ କରିଥିଲା।
ବ୍ଲେଡ଼ ସାହାଯ୍ୟରେ ଥାନା ଅଧିକାରୀଣିଙ୍କ ଗଳା କାଟିବା ଆରମ୍ଭ କରିଥିଲା ଏଥିରେ ଥାନା ଅଧିକାରିଣୀ ଆକ୍ରମଣରୁ କୌଶଳ କ୍ରମେ ମୁକୁଳି ଯାଇଥିଲେ ସୁଦ୍ଧା ବେକ ଏବଂ ବାମ ହାତରେ ତିନୋଟି ଆଙ୍ଗୁଳିରେ ଆଘାତ ହୋଇଥିଲା ।
ପରେ ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ତାଙ୍କୁ ଥାନାର କର୍ମଚାରୀମାନେ ବିଶୋଇ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ । ଆଜି ଅଭିଯୁକ୍ତ ସୁଶାନ୍ତ ବିରୁଦ୍ଧରେ ଘଟଣାକୁ ନେଇ ବିଶୋଇ ଥାନାରେ କେସ୍ ନଂ ୨୦୯/୨୩ ଦଫାରେ ଏକ ମାମଲା ରୁଜୁ ହୋଇଛି। ସୂଚନାଥାଉକି, ସୁଶାନ୍ତ ଦୀର୍ଘ ବର୍ଷ ଧରି ବିଶୋଇ ଶୈବ ପୀଠରେ ସେବାୟତ ଦାୟିତ୍ବରେ ନିୟୋଜିତ ଥିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031