Indus Valley Times

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା

 Breaking News

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍ ଚଳାଚଳ ବନ୍ଦ ଡାକରା

October 06
18:06 2024

ଭୁୁବନେଶ୍ୱର, ୬/୧୦ : ରାଜ୍ୟରେ ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ ତେଜିବାରେ ଲାଗିଛି। ଫଳରେ ଘରୋଇ ବସ୍ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ଡାକରା ଦିଆଯାଇଛି ।
ସୂଚନା ଅନୁଯାୟୀ, ୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବେ। ସଂଘ ଅଭିଯୋଗ କରିଛି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା। ତେବେ ପୁଣି ଥରେ ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ କରିଥିଲା । ଏହାକୁ ବସ ମାଲିକ ସଂଘ ତୀବ୍ର ପ୍ରତିବାଦ କରିଥିଲେ। ନିର୍ବାଚନ ଯୋଗୁଁ ସ୍ଥଗିତ ରହିବା ପରେ ପୁଣି ଥରେ ଲକ୍ଷ୍ମୀ ବସ୍ ଚଳାଚଳ କରୁଛି। ସରକାର ବଦଳିଥିଲେ ହେଁ ପୂର୍ବ ସରକାରଙ୍କ ଯୋଜନା ଚାଲିବା ନେଇ ଘରୋଇ ବସ୍ ମାଲିକ ସଂଘ ଅସନ୍ତୋଷ ପ୍ରକାଶ କରିଛନ୍ତି ।
କଳାହାଣ୍ଡି ବସ୍ ମାଲିକ ସଂଘ ସଭାପତି ପ୍ରବୋଧ ରଥ କହିଛନ୍ତି, ୧୪ଟି ଜିଲ୍ଲା ଓ ୨୫ଟି ସଂଘ ଏହି ଆନ୍ଦୋଲରେ ସାମିଲ ହୋଇଛନ୍ତି। ବର୍ଷେ ହେଲା ଆମର ସଂଗ୍ରାମ ଜାରି ରହିଛି। ବସ୍ ମାଲିକ ଓ କର୍ମଚାରୀଙ୍କ ଦୁଃଖ ବୁଝିବାକୁ ସରକାର ଚେଷ୍ଟା କରନ୍ତୁ। ସରକାର ଆମ ଦାବି ଗ୍ରହଣ କରି ଏହି ସମସ୍ୟାର ସମାଧାନ କରନ୍ତୁ । ନଚେତ ଆସନ୍ତାକାଲି ସକାଳ ୬ଟାରୁ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଅନେକ ଥର ଲକ୍ଷ୍ମୀ ବସ୍ ଚଳାଚଳକୁ ନେଇ ଘରୋଇ ବସ୍ ମାଲିକ ସଂଘ ଓ ସରକାର ମୁହାଁମୁହିଁ ହୋଇ ସାରିଛନ୍ତି । ଏପରିକି ବସ୍ ଧର୍ମଘଟ ମଧ୍ୟ ହୋଇ ସାରିଛି । ସରକାର ବଦଳିଗଲା ଏବଂ ନୂଆ ସରକାର ଆସିଲା । ହେଲେ ସ୍ଥିତିରେ କୌଣସି ପରିବର୍ତ୍ତନ ନ ଆସିବାରୁ ପୁଣି ଥରେ ବସ୍ ଧର୍ମଘଟ ପରି ସ୍ଥିତି ଉପୁଜିବାକୁ ଯାଉଛି ।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31