Indus Valley Times

ଦଶପଲ୍ଲା ବିଧାୟକଙ୍କ ଦ୍ଵାରା ନୟାଗଡ ଜିଲ୍ଲାର ପ୍ରଥମ ସୂର୍ଯ୍ୟ ଲେମନ୍ ଗ୍ରାସ୍ ଅଏଲ୍ ପ୍ଲାଣ୍ଟ ଉଦଘାଟିତ

 Breaking News

ଦଶପଲ୍ଲା ବିଧାୟକଙ୍କ ଦ୍ଵାରା ନୟାଗଡ ଜିଲ୍ଲାର ପ୍ରଥମ ସୂର୍ଯ୍ୟ ଲେମନ୍ ଗ୍ରାସ୍ ଅଏଲ୍ ପ୍ଲାଣ୍ଟ ଉଦଘାଟିତ

December 18
21:50 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୧୨/୧୮: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ବାହାଡ ଝୋଲା ପଞ୍ଚାୟତ କାଳିଆମ୍ୱା ଠାରେ ହୋଇଥିବା ସୂର‌୍ୟ୍ୟ ଲେମନ୍ ଗ୍ରାସ ଅଏଲ୍ ପ୍ଲାଣ୍ଟ କୁ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ। ଲେମନ ଗ୍ରାସ ଅଏଲ୍ ପ୍ଲାଣ୍ଟ ଦ୍ଵାରା ଚାଷୀ ମାନେ କିପରି ଉପକୃତ ହେବେ ଏବଂ ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ହୋଇପାରିବ ସେ ସମ୍ପର୍କରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ବର୍ଣ୍ଣନା କରିଥିଲେ।

ସମ୍ମାନୀତ ଅତିଥି ଭାବେ ନୟାଗଡ ବନଖଣ୍ଡ ଅଧିକାରୀ ଏଚ୍ ଡି ଧନରାଜ ,ଉଦ୍ୟାନ କୃଷି ବିଭାଗ ଉପ ନିର୍ଦ୍ଦେଶକ ମୁରଲୀ ଧର ବେହେରା,ଜଳ ବିଭାଜିକା ଓ ମୃତ୍ତିକା ପ୍ରକଳ୍ପ ଉପନିର୍ଦେଶକ ଚନ୍ଦନ କୁମାର ସାହୁ,ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ ଡ. ମୁରଲୀ ଧର ବେହେରା,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସ୍ ମଲ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଉପସଭାପତି ମୁରଲୀ ଧର ଜେନା,ବରିଷ୍ଠ ବିଜେଡ଼ି କର୍ମୀ ରତିକାନ୍ତ ସାମଲ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ଯୋଜନା ଏବଂ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ସହଯୋଗ ଓ ପ୍ରେରଣା ଯୋଗୁଁ ନୟାଗଡ ଜିଲ୍ଲାର ପ୍ରଥମ ଲେମନ୍ ଗ୍ରାସ ଅଏଲ୍ ପ୍ଲାଣ୍ଟ ପ୍ରତିଷ୍ଠା ହୋଇପାରିଥିବା ଲେମନ୍ ଅଏଲ୍ ଗ୍ରାସ ପ୍ଲାଣ୍ଟ ର ମୁଖ୍ୟ ସୂର‌୍ୟ୍ୟ ନାରାୟଣ ସାହୁ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031