Indus Valley Times

ଦଶପଲ୍ଲା ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

 Breaking News

ଦଶପଲ୍ଲା ବିଧାୟକଙ୍କ ନେତୃତ୍ୱରେ ବିଜୁ ଜନତା ଦଳର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ

December 27
20:39 2020

ପୁଷ୍ପଲତା ପ୍ରଧାନଙ୍କ ରିପୋର୍ଟ
ଦଶପଲ୍ଲା,୨୭/୧୨: ନୟାଗଡ ଜିଲ୍ଲା ଦଶପଲ୍ଲା କୁଆଁରିଆ ଡ୍ୟାମ୍ ଠାରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ତରଫରୁ ବିଜୁ ଜନତା ଦଳ ର ୨୪ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଦଶପଲ୍ଲା ,ନୂଆଗାଁ ଓ ଗଣିଆ ବ୍ଲକର ବିଜେଡ଼ି କର୍ମୀ ,ନେତୃବୃନ୍ଦ ହରିଡା ବାରି ପେଟ୍ରୋଲ ପମ୍ପ ଠାରେ ଏକତ୍ରିତ ହୋଇଥିଲେ। ତତ୍ ପରେ ଦଶପଲ୍ଲା ବିଧାୟକ କର୍ମୀ ମାନଙ୍କ ସହିତ ଏକ ବିଶାଳ ମୋଟର ସାଇକେଲ ଶୋଭା ଯାତ୍ରାରେ ଯାଇ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତତ୍ ପରେ ପ୍ରଭୁ ମହାବୀରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ। ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ତରଫରୁ କୁଆଁରୀ ଆ ଡ଼ାମ୍ ଠାରେ ଆୟୋଜିତ ପ୍ରତିଷ୍ଠା ଦିବସ ସଭାରେ ମୁଖ୍ୟ ଅତିଥି ଭାବେ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କେକ୍ କାଟିବା ସହ ମାନ୍ୟବର ମୁଖ୍ୟ ମନ୍ତ୍ରୀଙ୍କ ବିଭିନ୍ନ ଜନ ହିତକର ଯୋଜନା ,ଓଡ଼ିଶା ମୋ ପରିବାର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ତତ୍ ସହିତ ତୃଣମୂଳ ସ୍ତରରେ ବିଜୁ ଜନତା ଦଳ କିପରି ଅଧିକକ ରୁ ଅଧିକ ମଝଭୂତ୍ ହେବ ସେଥିପାଇଁ ସମସ୍ତ କର୍ମୀ କଠୋର ପରିଶ୍ରମ କରିବା ପାଇଁ ଉପସ୍ଥିତ କର୍ମୀଙ୍କୁ ବିଧାୟକ ଶ୍ରୀ ବେହେରା ଆହ୍ବାନ ଦେଇଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସ୍ୱଚ୍ଛ ,ନିର୍ମଳ ଏବଂ ପ୍ରତି ଓଡ଼ିଆ ଙ୍କ ପ୍ରତି ଥିବା ସ୍ନେହ , ଶ୍ରଦ୍ଧା ଭଲ ପାଇବା ସମ୍ପର୍କରେ ଦଶପଲ୍ଲା ବିଧାୟକ ବର୍ଣ୍ଣନା କରିଥିଲେ। ଏହି ପ୍ରତିଷ୍ଠା ଦିବସରେ ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା ସୁନନ୍ଦା ସାହୁ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର‌୍ୟ୍ୟାମୀ ସ୍ୱାଇଁ,ଗଣିଆ ବ୍ଲକ ଅଧ୍ୟକ୍ଷ ଶେଷଦେବ ସ୍ୱାଇଁଙ୍କ ସମେତ ତିନୋଟି ବ୍ଲକ୍ ର ସାଂସଦଙ୍କ ପ୍ରତିନିଧି ,ଜିଲ୍ଲା ପ୍ରତିନିଧି,ବ୍ଲକ୍ ଉପାଧ୍ୟକ୍ଷ ,ବିଜୁ ଜନତା ଦଳର କର୍ମକର୍ତ୍ତା ଓ ଶହ ଶହ ବିଜେଡ଼ି କର୍ମୀ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031