Indus Valley Times

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ

 Breaking News

ଦଶପଲ୍ଲା ବିଧାୟକ କରୋନା ଆକ୍ରାନ୍ତ

October 22
22:33 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୨୨/୧୦ : ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଉନ୍ନତି ପାଇଁ ଦୁର୍ଗମ ଅଞ୍ଚଳର ବିକାଶ ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଥିବା ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା କରୋନା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏ ନେଇ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ସୋସିଆଲ ସାଇଟ୍ ରେ ସୂଚନା ଦେଇଛନ୍ତି। ସେ ବର୍ତ୍ତମାନ ସୁସ୍ଥ ଥିବା ଏବଂ ଗୃହ ସଙ୍ଗରୋଧ ରେ ରହିଥିବା ସୂଚନା ଦେଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି କରୋନା ପରୀକ୍ଷା କରିବା ପାଇଁ ପରାମର୍ଶ ଦେଇଛନ୍ତି।ବିଧାୟକ କରୋନା ଆକ୍ରାନ୍ତ ହେବା ଖବର ମିଳିବା ପରେ ବିଧାୟକ ଶୀଘ୍ର ଆରୋଗ୍ୟ ଲାଭ କରିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ଜନସାଧାରଣ ,କର୍ମୀ,ଶୁଭେଚ୍ଛୁ ପ୍ରାର୍ଥନା କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031