Indus Valley Times

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ସାଂସ୍କୃତିକ ମଣ୍ଡପ ଓ ଯୁବକ ସଂଘ ଗୃହ ଉଦଘାଟିତ

 Breaking News

ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ସାଂସ୍କୃତିକ ମଣ୍ଡପ ଓ ଯୁବକ ସଂଘ ଗୃହ ଉଦଘାଟିତ

November 30
21:24 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୩୦/୧୧: ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସୋରଡ଼ା ପଞ୍ଚାୟତ ଅଧିନରେ ଥିବା ଲୁଣିସ ରା ଗ୍ରାମ ବାଲିସାହି ରେ ସାଂସ୍କୃତିକ ମଣ୍ଡପ ଓ ଦେଉଳ ସାହି ରେ ଯୁବକ ସଂଘ ଗୃହ ଦଶପଲ୍ଲା ବିଧାୟକ ଙ୍କ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି। ଲୁଣିସ ରା ବାଲିସାହି ରେ କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଅନୁଷ୍ଠିତ ବିଶ୍ଵଶାନ୍ତି ଘୃତ ଯଜ୍ଞ ନାମ ସଙ୍କୀର୍ତ୍ତନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ବିଭିନ୍ନ ସାଂସ୍କୃତିକ କାର‌୍ୟ୍ୟକ୍ରମ ପାଳନ ର ମହତ୍ୱ ଓ ଆବଶ୍ୟକତା ସମ୍ପର୍କରେ ବର୍ଣ୍ଣନା କରିଥିଲେ।ତତ୍ ସହିତ ସାଂସ୍କୃତିକ ମଣ୍ଡପ କୁ ଉଦ୍ଘାଟନ କରିଥିଲେ। ଲୁଣିସରା ଦେଉଳ ସାହି ରେ ବିଧାୟକ ପାଣ୍ଠିରେ ନିର୍ମିତ ହୋଇଥିବା ଯୁବକ ସଂଘ ଗୃହ କୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଉଦ୍ଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ବ୍ଲକ୍ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ସାସ ମଲ,ବିଜେଡ଼ି ବ୍ଲକ୍ ସଭାପତି ସନାତନ ସାମଲ,ନୂଆଗାଁ ସମିତି ସଭ୍ୟ ରମେଶ ଚନ୍ଦ୍ର ପ୍ରଧାନ,ସ୍ଥାନୀୟ ସରପଞ୍ଚ,ସମିତି ସଭ୍ୟ ,ପୂର୍ବତନ ସମିତି ସଭ୍ୟ ଦିଲ୍ଲୀପ କୁମାର ଦଳ ବେହେରା,ଯୁବ ସଂଗଠକ ସଞ୍ଜୀବ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ଅଞ୍ଚଳର ବିକାଶ ପାଇଁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ଗ୍ରାମରେ ସାଂସ୍କୃତିକ ମଣ୍ଡପ ଓ ଯୁବକ ସଂଘ ଗୃହ ହୋଇପଡ଼ିଥିବା ଯୋଗୁଁ ଗ୍ରାମବାସୀ ଓ ଯୁବକ ସଂଘ ର ସମସ୍ତ ସଦସ୍ୟ ବିଧାୟକ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ପ୍ରଦାନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031