Indus Valley Times

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଠା ଯୋଗୁଁ ଜାତୀୟ ରାଜପଥ ରେ ନିର୍ମାଣ ହେବ ଡିଭାଇ ଡର

 Breaking News

ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଠା ଯୋଗୁଁ ଜାତୀୟ ରାଜପଥ ରେ ନିର୍ମାଣ ହେବ ଡିଭାଇ ଡର

November 05
22:12 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ

ଦଶପଲ୍ଲା,୫/୧୧: ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ଦଶପଲ୍ଲା ଏନ୍ ଏ ସି ଅନ୍ତର୍ଗତ ୫୭ ନଂ ଜାତୀୟ ରାଜପଥ ରେ ଖୁବ୍ ଶୀଘ୍ର ନିର୍ମାଣ ହେବ ଡ଼ିଭାଇ ଡର ।ଏହି ୫୭ ନଂ ଜାତୀୟ ରାଜପଥ ପଶ୍ଚିମ ଓଡ଼ିଶା କୁ ସଂଯୋଗ କରୁଥିବା ବେଳେ ଡିଭାଇ ଡର ନଥିବା ଯୋଗୁଁ ଯାନ ବାହନ ଯାତାୟାତ ଏବଂ ଟ୍ରାଫିକ ସମସ୍ୟା ଲାଗିରହିଥିଲା।ଏହି ସମସ୍ୟା ଦୂରୀକରଣ ପାଇଁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଗତ ବିଧାନ ସଭା ଅଧିବେଶନରେ ପ୍ରଶ୍ନ ଉଠାଇଥିଲେ।ଯାହା ଫଳରେ ଏନ୍ ଏଚ ଏ ଆଇ କର୍ତ୍ତୃପକ୍ଷ ଏହି ଅଞ୍ଚଳ ପରିଦର୍ଶନ କରିବା ସହ ଅନୁଧ୍ୟାନ କରିଥିଲେ।କର୍ତ୍ତୃପକ୍ଷ ଙ୍କ ସହ ଦଶପଲ୍ଲା ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁ ଏବଂ ଅଧିକାରୀ ମାନେ ଉପସ୍ଥିତ ଥିଲେ।ତେବେ ଖୁବ୍ ଶୀଘ୍ର ଡ଼ିଭାଇ ଡର ନିର୍ମାଣ ହେବା ସହ ଲାଗିରହିଥିବା ସମସ୍ୟା ଦୂରୀକରଣ ହେବ ବୋଲି ବିଧାୟକ ଶ୍ରୀ ବେହେରା ସୂଚନା ଦେଇଛନ୍ତି।ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଏଭଳି ପ୍ରଚେଷ୍ଟା କୁ ଜନସାଧାରଣ ରେ ପ୍ରଶଂସା କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031