Indus Valley Times

ଦାଦା ମର୍ଡରରେ ଝିଆରୀ ମୁଖ୍ୟ ଅଭିଯୁକ୍ତ, ସମ୍ପତ୍ତି ଲୋଭରେ ବୟଫ୍ରେଣ୍ଡ ସହ ମିଶି ୨ ମାସ ଆଗରୁ ସରିଥିଲା ପ୍ଲାନ୍

 Breaking News

ଦାଦା ମର୍ଡରରେ ଝିଆରୀ ମୁଖ୍ୟ ଅଭିଯୁକ୍ତ, ସମ୍ପତ୍ତି ଲୋଭରେ ବୟଫ୍ରେଣ୍ଡ ସହ ମିଶି ୨ ମାସ ଆଗରୁ ସରିଥିଲା ପ୍ଲାନ୍

ଦାଦା ମର୍ଡରରେ ଝିଆରୀ ମୁଖ୍ୟ ଅଭିଯୁକ୍ତ, ସମ୍ପତ୍ତି ଲୋଭରେ ବୟଫ୍ରେଣ୍ଡ ସହ ମିଶି ୨ ମାସ ଆଗରୁ ସରିଥିଲା ପ୍ଲାନ୍
April 23
19:04 2026

ବ୍ରହ୍ମପୁର, ୨୩/୪ : ବହୁ ଚର୍ଚ୍ଚିତ ବ୍ରହ୍ମପୁର ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର ହତ୍ୟାକାଣ୍ଡର ପର୍ଦ୍ଦାଫାସ୍ ହୋଇଛି। ଯେଉଁ ହତ୍ୟାକାଣ୍ଡକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା, ତା’ ପଛରେ ରହିଥିଲା ସମ୍ପୂର୍ଣ୍ଣ ପାରିବାରିକ ଷଡ଼ଯନ୍ତ୍ର। ହତ୍ୟା ପଛରେ ନିଜ ଝିଆରୀ ମାଷ୍ଟରମାଇଣ୍ଡ ବୋଲି ଜାଣିବାକୁ ପାଇଛି ପୋଲିସ। ଏହି ହତ୍ୟା ପଛରେ ରହିଛି ସମ୍ପତ୍ତି ଭାଗବଣ୍ଟା। ଏହି ଘଟଣାରେ ପୁତୁରା ଓ ଝିଆରୀ ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ।
ଏସପିଙ୍କ ସୂଚନା ମୁତାବକ, ଏହି ଜଘନ୍ୟ ହତ୍ୟାକାଣ୍ଡରେ ସୁଧୀରଙ୍କ ନିଜ ଝିଆରୀ ହିଁ ମୁଖ୍ୟ ଅଭିଯୁକ୍ତ। ତଦନ୍ତରୁ ଜଣାପଡ଼ିଛି ଯେ, ମୃତକଙ୍କ ଝିଆରୀ ନିବେଦିତା ପାତ୍ର ନିଜ ବୟଫ୍ରେଣ୍ଡ କାଳୁ ପ୍ରଧାନ ସହ ମିଶି ସୁଧୀରଙ୍କୁ ହତ୍ୟା କରିବା ପାଇଁ ପୂରା ପ୍ଲାନିଂ କରିଥିଲା।
ଏହି ହତ୍ୟା ଯୋଜନାର ମାଷ୍ଟରମାଇଣ୍ଡ ଥିଲା କାଳୁ ପ୍ରଧାନ। ଏଥିରେ ନିବେଦିତାଙ୍କ ଭାଇ ତୁଷାର ପାତ୍ର ମଧ୍ୟ ସାମିଲ ଥିଲେ। ପରିବାରର ଲୋକଙ୍କର ଏହି ନିଷ୍ଠୁର କାରନାମା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ଘଟଣାରେ ସମ୍ପୃକ୍ତ ଥିବା ସମୁଦାୟ ୯ ଜଣଙ୍କୁ ପୋଲିସ ଗିରଫ କରିଛି। ବ୍ୟବସାୟିକ ଶତ୍ରୁତା କିମ୍ବା ଅନ୍ୟ କୌଣସି କାରଣ ନୁହେଁ, ବରଂ ପାରିବାରିକ ସମ୍ପର୍କରେ ଥିବା ବିବାଦ ହିଁ ଏହି ହତ୍ୟାକାଣ୍ଡର ମୂଳ କାରଣ ବୋଲି ଜଣାପଡୁଛି। ପୋଲିସ ଏବେ ସମସ୍ତ ଅଭିଯୁକ୍ତଙ୍କୁ ହେପାଜତକୁ ନେଇ ଅଧିକ ତଦନ୍ତ ଜାରି ରଖିଛି।
ଗଞ୍ଜାମର ଗୋପାଳପୁର ନିକଟ ସତ୍ୟନାରାୟଣପୁର ଗ୍ରାମର ବାସିନ୍ଦା ଏବଂ ବାଲୁଗାଁ, ନାଚୁଣୀ ଏବଂ ଖଲ୍ଲିକୋଟ ଭଳି ଅଞ୍ଚଳରେ ଜମି ଏବଂ ପ୍ଲଟ୍ କାରବାରରେ ଜଡିତ ସୁଧୀର ଏପ୍ରିଲ ୧୫ ତାରିଖ ସନ୍ଧ୍ୟାରେ ଭଲିବଲ୍ ଖେଳି ନିଜ ମୋଟରସାଇକେଲରେ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ କରାଯାଇଥିଲା।
ଘଟଣାଟି ରାତି ୮ଟା ବେଳେ ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଡିଫେନ୍ସ କଲୋନି ଅଞ୍ଚଳରେ ଘଟିଥିଲା। ପରେ ତାଙ୍କ ମୋଟରସାଇକେଲ ଘଟଣାସ୍ଥଳରୁ ମିଳିଥିଲା, ଯାହା ପରେ ତାଙ୍କ ପରିବାର ଥାନାରେ ଅଭିଯୋଗ ଦାଖଲ କରିଥିଲେ। ତେବେ ପୋଲିସ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କ ପତ୍ତା ମିଳିନଥିଲା।
ସେହିପରି ଗତକାଲି (ବୁଧବାର) ଦିନ ସୋରଡା ଥାନା ଅନ୍ତର୍ଗତ ବାଲାପଙ୍କା ଗ୍ରାମ ନିକଟ ରାଶିପଙ୍କଲ ସେତୁ ନିକଟରେ ପୋଲିସ ଏକ ପଚିଯାଇଥିବା ମୃତଦେହ ବିଷୟରେ ସୂଚନା ପାଇଥିଲା।
ଫୋରେନସିକ୍ ବିଶେଷଜ୍ଞ ଏବଂ ପରିବାର ସଦସ୍ୟଙ୍କ ସମେତ ଏକ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲା ଅପହରଣ ସମୟରେ ସୁଧୀର ପିନ୍ଧିଥିବା ପୋଷାକ ଦେଖି ମୃତଦେହ ଚିହ୍ନଟ କରାଯାଇଥିଲା। ପରେ ଘଟଣାସ୍ଥଳରେ ପୋଷ୍ଟମର୍ଟମ୍ କରାଯାଇଥିଲା ଏବଂ ମୃତଦେହକୁ ଶେଷକୃତ୍ୟ ପାଇଁ ପରିବାରକୁ ହସ୍ତାନ୍ତର କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31