Indus Valley Times

ଦାନଗଦି ଠାରେ ମୋ ପରିବାର ରକ୍ତ ଦାନ ଶିବିରରେ ୧୮୨ ୟୁନିଟ ରକ୍ତ ସଂଗ୍ରହ

 Breaking News

ଦାନଗଦି ଠାରେ ମୋ ପରିବାର ରକ୍ତ ଦାନ ଶିବିରରେ ୧୮୨ ୟୁନିଟ ରକ୍ତ ସଂଗ୍ରହ

August 19
19:40 2020

ଯାଜପୁର,୧୯/୮ : ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ବିଜୁ ଜନତା ଦଳ ପକ୍ଷରୁ ଦାନଗଦି ବିଜେଡି କାର‌୍ୟ୍ୟଳରେ ମୋ ପରିବାର (ଜୀବନ ବିନ୍ଦୁ)ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତ ଦାନ ଶିବିରକୁ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ପ୍ରଦୀପ ପ୍ରଜ୍ଜୁଳନ କରି ଉଦ୍ଘାଟନ କରିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ ଘଡେଇ,ଯାଜପୁର ପୁର୍ବତନ ସାଂସଦ ରିତା ତରେଇ, ଜିଲାପରିଷଦ ସଭାପତି ନରେଶ ଚନ୍ଦ୍ର ମହାନ୍ତି, ସୁକିନ୍ଦା ବ୍ଲକ ଅଧକ୍ଷା ପଦ୍ମାବତୀ ଜେନା,ଉପାଧକ୍ଷ ଦିବ୍ୟରଞ୍ଜନ ବରାଳ, ଜିଲାପରିଷଦ ସଭ୍ୟ ପ୍ରଦୀପ କୁମାର ମହାନ୍ତି, ସୁଶାନ୍ତ କୁମାର ସାମଲ, ଜିଲାପରିଷଦ ସଭ୍ୟା ସରୋଜିନୀ ରାଜ,ଭାଗ୍ୟଲଷ୍ମୀ ରାଉତ, ଦାନଗଦି ବ୍ଲକ ପୁର୍ବତନ ଯୁବ ବିଜେଡି ସଭାପତି ମହେଶ୍ୱର ଗୁରୁ, ଦାନଗଦି ବ୍ଲକ ଯୁବ ବିଜେଡି ସଭାପତି ଜୟପ୍ରକାଶ ସାହୁ ,ବରିଷ୍ଠ ସାମ୍ବାଦିକ ବିପ୍ଳବ ପଣ୍ଡା,ସୋସିଲମିଡ଼ିଆ କୋଡ଼ିନେଟର ପ୍ରଦୀପ କୁମାର ମହାନ୍ତି, ଶାଶ୍ୱତ କୁମାର ବେହୁରା, ସନ୍ଦୀପ ଚକ୍ର ପ୍ରମୁଖ ଉପସ୍ଥିତ ରହି ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ରକ୍ତ ଦାତା ମନେ ଆସି ରକ୍ତ ଦାନ କରିଥିବାରୁ ରକ୍ତ ଦାତା ଙ୍କୁ ଧନ୍ୟବାଦ ଜଣାଇଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡେଇ । ଏହା ସହିତ ସୁକିନ୍ଦା ବାସୀ ସବୁ ବେଳେ ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହ ଅଛନ୍ତି ରହିଥିବେ ବିଧାୟକ ଘଡେଇ ମତବ୍ୟକ୍ତ କରିଛନ୍ତି । ଏହି ଶିବିରରେ ୧୮୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031