Indus Valley Times

ଦାବି ପୂରଣ ନହେଲେ ଷ୍ଟେରିଂ ଛାଡ ଆନ୍ଦୋଳନ : ଡ୍ରାଇଭର ମହାସଂଘ

 Breaking News

ଦାବି ପୂରଣ ନହେଲେ ଷ୍ଟେରିଂ ଛାଡ ଆନ୍ଦୋଳନ : ଡ୍ରାଇଭର ମହାସଂଘ

January 16
07:30 2022

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୬/୧: ଓଡିଶା ଡ୍ରାଇଭର ମହାସଂଘ ର ମହା ବାର୍ତା ନେଇ ନୟାଗଡ ଜିଲ୍ଲା ର ଘଡୁଆଳ ଠାରେ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟ ମହାସଂଘ ର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି, ଓ ଉପସଭାପତି ସୁମନ ଅଲଟି ଆ, ଓ ନୟାଗଡ ଜିଲ୍ଲା ସଭାପତି ଅବକାଶ କାଠୁଆ, ଉପସଭାପତି ପାଣୁ ଚରଣ ସ୍ୱାଇଁ, ସମ୍ପାଦକ ସନ୍ତୋଷ ସାଥୁଆ ଓ ଅମରେନ୍ଦ୍ର ଛୁଆଳସିଂ ଙ୍କ ପ୍ରତ୍ୟକ୍ଷତ ତତ୍ତ୍ଵାବଧାନରେ ଆୟୋଜିତ ଏହି ସମ୍ମିଳନୀରେ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ସରକାର ଡ୍ରାଇଭର ମହାସଂଘ ର ୧୧ ଦଫା ଦାବିକୁ ଶୁଣି ୮ ଦଫା ଦାବିକୁ ପୂରଣ କରିବା ପାଇଁ ପ୍ରତିଶୃତି ଦେଇ ଥିଲେ।
ସରକାର ପ୍ରତିଶ୍ରୁତି ଦେଇଥିବା ଏହି ୮ ଦଫା ଦାବିକୁ ଆଜି ପର୍ଯ୍ୟନ୍ତ ପୁରଣ କରିନାହାନ୍ତି। ସରକାରଙ୍କ ପ୍ରତିଶୃତି ସେମାଙ୍କ ପାଇଁ ପାଣି ର ଗାର ବୋଲି ସଙ୍ଘ ପକ୍ଷରୁ ସୂଚନା ଦିଆଯାଇଛି।
ଯଦି ଡ୍ରାଇଭର ସଙ୍ଘ ର ଦାବି ଅତି ଶିଘ୍ର ପୂରଣ କରାନଯାଏ ତେବେ ଓଡିଶା ର କୋଣ ଅନୁକୋଣ ରେ ଥିବା ସମସ୍ତ ଡ୍ରାଇଭର ମାନେ ପଞ୍ଚାୟତ ନିର୍ବାଚନ ର ଦୁଇ ଦିନ ପୂର୍ବରୁ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବେ ବୋଲି ସରକାର ଙ୍କୁ ଚେତାବନୀ ଦେଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031