Indus Valley Times

ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡ ରାସ୍ତାରେ ପୁଣି ଦୁର୍ଘଟଣା: ଜଣଙ୍କର ମୃତ୍ୟୁ

 Breaking News

ଦାରୁଠେଙ୍ଗ ଡମ୍ପିଙ୍ଗ ୟାର୍ଡ ରାସ୍ତାରେ ପୁଣି ଦୁର୍ଘଟଣା: ଜଣଙ୍କର ମୃତ୍ୟୁ

October 30
10:37 2022

ଭୁବନେଶ୍ୱର,୩୦/୧୦: ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଦାରୁଠେଙ୍ଗରେ ଆଜି ସକାଳେ ଘଟିଛି ଏକ ଦୁଃଖଦ ଘଟଣା। ଏକ ଅଳିଆ ବୋଝେଇ ଟ୍ରକ୍ ଧକ୍କାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତିଙ୍କ ନାଁ ରାମଚନ୍ଦ୍ର ଗାଗରାଇ (୪୬)। ସେ ସାଇକେଲ୍ରେ ଯାଉଥିବା ବେଳେ ଅଳିଆ ବୋଝେଇ କରି ନେଉଥିବା ଟ୍ରକ୍ଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।
ଏହି ଘଟଣା ପରେ ଦାରୁଠେଙ୍ଗରେ ଉତ୍ତେଜନା ପ୍ରକାଶ ପାଇଛି। ସ୍ଥାନୀୟ ଲୋକେ କଟକ-ଖୋର୍ଦ୍ଧା ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି। ଏହା ପୂର୍ବରୁ ଦାରୁଠେଙ୍ଗରେ ଅଳିଆ ବୋଝେଇ ଗାଡ଼ି ଧକ୍କାରେ ଆଉ ଜଣଙ୍କ ଜୀବନ ଯାଇଥିଲା। ତେଣୁ ଆଜିର ଘଟଣା ପରେ ଦାରୁଠେଙ୍ଗବାସୀ ତାତି ଯାଇଛନ୍ତି।
ରାସ୍ତା ଅବରୋଧ କରିଥିବା କେତେକ ଲୋକେ କହିଛନ୍ତି ଯେ ଏହା ଏକ ଦୁର୍ଘଟଣା ନୁହେଁ। ଏହା ଏକ ହତ୍ୟାକାଣ୍ଡ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ରେ ଅଳିଆ ଉଠାଇବା ପାଇଁ ନିୟୋଜିତ ହୋଇଥିବା ଗାଡ଼ି ଗୁଡ଼ିକରେ ଫିଟ୍ନେସ୍ ନାହିଁ।
ସେହିପରି ତାଲିମ ନେଇ ନଥିବା ଲୋକେ ଏଗୁଡ଼ିକୁ ଚଲାଉଛନ୍ତି। ବିଏମ୍ସି ଜାଣିଶୁଣି ଏମିତି କରି ଦାରୁଠେଙ୍ଗରେ ଜଣେ ପରେ ଜଣେ ଲୋକଙ୍କୁ ମାରିବାକୁ ଷଡ଼ଯନ୍ତ୍ର କରିଛି।
ଅନ୍ୟ କିଛି ଆନ୍ଦୋଳନକାରୀ କହିଛନ୍ତି, ଆଜି ଏଠାକୁ ଜିଲ୍ଲାପାଳ, ମେୟର, ବିଏମ୍ସି କମିଶନର ପ୍ରମୁଖ ଆସିବେ। ସେମାନେ ଏଭଳି ଅଘଟଣକୁ ରୋକିବା ନିମନ୍ତେ ବିହିତ ପଦକ୍ଷେପ ନେବେ। ନହେଲେ ଆମେ ଏଠାରୁ ଉଠିବୁ ନାହିଁ। ଏହା ସହିତ ଆନ୍ଦୋଳନକାରୀମାନେ ଧମକ ଦେଇଛନ୍ତି ଯେ ଦାରୁଠେଙ୍ଗ ଡମ୍ପିଂୟାର୍ଡରେ ଆଉ ବିଏମ୍ସିର ଅଳିଆ ପକାଇବାକୁ ଦିଆଯିବ ନାହିଁ। ଏହାକୁ ସମ୍ପୂର୍ଣ୍ଣ ବନ୍ଦ କରାଯିବ।
ଅନ୍ୟପକ୍ଷରେ ଏହି ଘଟଣା ନେଇ ବିଏମ୍ସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031