Indus Valley Times

ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ଅନେକ ପ୍ରକଳ୍ପ ର କଲେ ଶିଳାନ୍ୟାସ

 Breaking News

ଦିନିକିଆ ବଲାଙ୍ଗୀର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆସି ଅନେକ ପ୍ରକଳ୍ପ ର କଲେ ଶିଳାନ୍ୟାସ

November 02
22:20 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗୀର, ୨/୧୧: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରଥମ ବଲାଙ୍ଗିର ଗସ୍ତ। ତୁଷୁରା ରେ ପହଞ୍ଚିଲା ମୁଖ୍ୟମନ୍ତ୍ରୀ ଙ୍କ ବିମାନ।ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ବଲାଙ୍ଗିର ଗସ୍ତକରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।
ତାଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ,ସାଂସଦ ସଙ୍ଗୀତା ସିଂହ ଦେଓ,ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କ ସମେତ ଅନ୍ୟାନ୍ୟ ବିଧାୟକ ଓ ନେତୃବୃନ୍ଦ ମାନେ ଉପସ୍ଥିତ ଥିଲେ।ତୁଷୁରା ରେ ତାଙ୍କର ବିମାନ ଅବତରଣ କରିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା।
ଏହି ଅବସରରେ ତୁଷୁରା ଏୟାର ଷ୍ଟ୍ରିପ ର ଉନ୍ନତି କରଣ କରିବାକୁ ୬୫ କୋଟି ବ୍ୟୟ ଅଟକଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ଦେଇଥିଲେ।ମୁଖ୍ୟମନ୍ତ୍ରୀ ସେଠାରେ ପୂଜାର୍ଚ୍ଚନା କରି ଭିତ୍ତି ପ୍ରସ୍ତର ଦେଇଥିଲେ।ଏହା ପରେ ସେ ବେଲ ପଡା ଅଭିମୁଖେ ବାହାରିଥିଲେ।
ବେଲପଡ଼ା ରେ ଅପରଲାନ୍ଥ ପ୍ରକଳ୍ପ ର ଶୁଭ ଉଦ୍ଘାଟନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ପାଟଣାଗଡ ରେ ନୂତନ ବାଇପାସ୍ ର ଶିଳାନ୍ୟାସ ଓ ଡାଇଲେସିସ ସେଣ୍ଟର୍ ର ଉଦ୍ଘାଟନ କରିଥିଲେ।
ପରେ ବଲାଙ୍ଗୀର କୁ ସନ୍ଧ୍ୟା ରେ ପହଞ୍ଚି ନୂତନ ସର୍କିଟ ହାଉସ ଉଦ୍ଘାଟନ କରିଥିଲେ।ସର୍କିଟ ହାଉସ ଉଦ୍ଘାଟନ ବେଳେ ବଲାଙ୍ଗିର ବିଧାୟକ ଶ୍ରୀଯୁକ୍ତ କଳିକେଶ ନାରାୟଣ ସିଂଦେଓ ମଧ୍ୟ ଉପସ୍ଥିତ ରହିଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031