Legatus

ଦିନ ଦ୍ୱିପ୍ରହରରେ ଲୁଟ୍:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

 Breaking News

ଦିନ ଦ୍ୱିପ୍ରହରରେ ଲୁଟ୍:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

ଦିନ ଦ୍ୱିପ୍ରହରରେ ଲୁଟ୍:କଳା ପଲସର ଆତଙ୍କ:ବ୍ୟବସାୟୀ ଙ୍କ ଠାରୁ ୧୭ଲକ୍ଷ ରୁ ଉର୍ଧ୍ଵ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
April 04
10:19 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୪/୪: କନ୍ଧମାଳ ଜିଲା ଫୁଲବାଣୀ ସହରରେ ସୋମବାର ଦିନ ଦ୍ୱିପ୍ରହରରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଲୁଟେରା ପୋଲିସକୁ ଖୋଲା ଚାଲେଞ୍ଜ ଦେଇ ଫୁଲବାଣୀ ଆକ୍ସିସ୍ ବ୍ୟାଙ୍କ ନିକଟରୁ ୧୭ ଲକ୍ଷ ୫୦ ହଜାର ଟଙ୍କା ଝାମ୍ପି ନେଇଛନ୍ତି। ଏନେଇ ବ୍ୟବସାୟୀ ଜଣକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି।
ଅଭିଯୋଗକୁ ଭତ୍ତି କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମିଳିଥିବା ସୂଚନା ମୁତବକ, ସଂସ୍କାର ପାତ୍ର ଗ୍ରୋସରି ହୋଲ୍ସେଲ ବ୍ୟବସାୟ କରନ୍ତି। ଗତ ୩ଦିନ ହେଲା ବ୍ୟାଙ୍କ ବନ୍ଦ ରହିଥିଲା। ବ୍ୟବସାୟ ଟଙ୍କା ବ୍ୟାଙ୍କରେ ଜମା କରିବାକୁ ପୂର୍ବାହ୍ନ ୧୧ ଟାରେ ସଂସ୍କାରଙ୍କ ଭାଇ ଅଜୟ ଏବଂ କର୍ମଚାରୀ ରମେଶ ପ୍ରଧାନ ସ୍କୁଟିରେ ବାହାରିଥିଲେ। ପ୍ରଥମେ ଷ୍ଟେଟ ବ୍ୟାଙ୍କରେ ଟଙ୍କା ଜମା କରିବା ପରେ ବାକି ୧୭ ଲକ୍ଷ ୫୦ ହଜାର ଟଙ୍କା ଆକ୍ସିସ୍ ବ୍ୟାଙ୍କରେ ଜମା କରିବାକୁ ଆସୁଥିଲେ। ହେଲେ ଆକ୍ସିସ୍ ବ୍ୟାଙ୍କଠାରୁ ମାତ୍ର ୩୦ ମିଟର ଦୂରରେ ଏକ ପଲ୍ସର ବାଇକ୍ରେ ୨ଜଣ ଯୁବକ ଆସି ସ୍କୁଟିକୁ ଗୋଇଠା ମାରିଥିଲେ।
ସେମାନେ ସ୍କୁଟିରୁ ତଳେ ପଡ଼ିଯାଇଥିଲେ। ଏହାର ସୁଯୋଗ ନେଇ ଯୁବକ ଦ୍ୱୟ ଟଙ୍କା ଭର୍ତ୍ତି ବ୍ୟାଗ୍କୁ ଝାମ୍ପିନେଇ ଦ୍ରୁତଗତିରେ ସରକୁଲାର ରୋଡ୍ ଦେଇ ଫେରାର ହୋଇଯାଇଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ଅଶୋକ କୁମାର ଗିରି ଆକ୍ସିସ୍ ବ୍ୟାଙ୍କ ସମ୍ମୁଖରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଶାଗ ତୋଳିବା ବେଳେ ଖସି ପଡିଯିବାରୁ ଜୀବନ ଗଲା
ବାଲିଗୁଡା,୪/୪: ବରଡା ଶାଗ ତୋଳିବା ବେଳେ ଗଛରୁ ଖସିପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ଅଞ୍ଚଳରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, କୋଟଗଡ ଥାନା ଅନ୍ତର୍ଗତ ସାର୍ତ୍ତୁଲ ପଞ୍ଚାୟତ ରଡା ଗ୍ରାମର ମାଧବ ମୁଠାମାଝୀ (୫୦ ବର୍ଷ) ସନ୍ଧ୍ୟାରେ ବରଡା ଶାଗ ତୋଳିବା ପାଇଁ ଗଛ ଉପରେ ଚଡିଥିଲେ କ୍ଷ ଅସାବଧାନତା ବଶତଃ ସେ ପ୍ରାୟ ୨୫ ଫୁଟ ଉପରୁ ତଳକୁ ଖସି ପଡ଼ିଥିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ନେଇ କୋଟଗଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ ।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ଓ ପରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଟାଉନ ଥାନାରେ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବିଷୟ ଏଏସଆଇ ବାଳକୃଷ୍ଣ ପାଇଁ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31