Legatus

ଦିନ ସାଢେ ୨ଟା ସୁଦ୍ଧା ୪୪ଟପିଲା ଭୁବନେଶ୍ବର ତାପମାତ୍ରା, ୪୦ ଉପରେ ୫ଟି ସହରର ତାପମାତ୍ରା

 Breaking News

ଦିନ ସାଢେ ୨ଟା ସୁଦ୍ଧା ୪୪ଟପିଲା ଭୁବନେଶ୍ବର ତାପମାତ୍ରା, ୪୦ ଉପରେ ୫ଟି ସହରର ତାପମାତ୍ରା

ଦିନ ସାଢେ ୨ଟା ସୁଦ୍ଧା ୪୪ଟପିଲା ଭୁବନେଶ୍ବର ତାପମାତ୍ରା, ୪୦ ଉପରେ ୫ଟି ସହରର ତାପମାତ୍ରା
June 16
17:14 2023

ଭୁବନେଶ୍ବର,୧୬/୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ଆଗମନରେ ବିଳମ୍ବ କାରଣରୁ ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଖରା, ଗରମ ଓ ଗୁଳୁଗୁଳିରେ ରାଜ୍ୟବାସୀ ଅସ୍ତବ୍ୟସ୍ତ ହୋଇପଡୁଛନ୍ତି।
ପଶ୍ଚିମ ଓଡ଼ିଶାରେ ସ୍ଥିତି ଆହୁରି ଖରାପ। ତାତିରୁ ଭୁବନେଶ୍ବରବାସୀ ମଧ୍ୟ ନିସ୍ତାର ପାଇପାରୁ ନାହାନ୍ତି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଅନୁଭୂତ ହୋଇଛି। ଝାରସୁଗୁଡ଼ାରେ ସର୍ବାଧିକ ୪୪.୬ ଡ଼ିଗ୍ରି ପରା ପହଞ୍ଚିଛି। ସମ୍ବଲପୁର ସହିତ ରାଜଧାନୀ ଭୁବନେଶ୍ବରବାସୀଙ୍କୁ ମଧ୍ୟ ୪୪.୪ ଡିଗ୍ରିରେ ସିଝିବାକୁ ପଡ଼ିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି ।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ହୀରାକୁଦରେ ତାପମାତ୍ରା ୪୩.୮ ଡିଗ୍ରି, କେନ୍ଦୁଝରରେ ୪୦ ଡ଼ିଗ୍ରି, ଚାନ୍ଦବାଲିରେ ୩୭.୬ ଡ଼ିଗ୍ରି, ବାଲେଶ୍ୱରରେ ୩୫ ଡ଼ିଗ୍ରି, ଗୋପାଳପୁରରେ ୩୬.୮ ଡ଼ିଗ୍ରି, ପୁରୀରେ ୩୪.୮ ଡ଼ିଗ୍ରି ଓ ପାରାଦୀପରେ ୩୩.୪ ଡ଼ିଗ୍ରି ରେକର୍ଡ ହୋଇଛି। ପ୍ରବଳ ଖରା ଯୋଗୁଁ ଦିନ ୮ଟା ପରଠାରୁ ଅପରାହ୍ଣ ସାଢ଼େ ୩ଟା ଯାଏଁ ବାହାରକୁ ବାହାରିବା ଅସହଜ ହୋଇପଡ଼ିଥିଲା। ସେଥିପାଇଁ ରାସ୍ତାଘାଟ ଶୂନଶାନ ଲାଗୁଥିଲା। ଜରୁରୀକାମ ନଥିଲେ ଲୋକେ ବାହାରକୁ ଯାଉନଥିଲେ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ ଆହୁରି ୪ ଦିନ ତାତିରୁ ନିସ୍ତାର ନାହିଁ। ଆଗାମୀ ୪ ଦିନ ଯାଏଁ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ଦିନ ତାପମାତ୍ରା ସାମାନ୍ୟ ତଳକୁ ଖସିବା ସମ୍ଭାବନା ରହିଛି। ଆଗାମୀ ୩ ଦିନ ଉପକୂଳ ଏବଂ ୫ ଦିନ ଯାଏଁ ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ଥିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31