Legatus

ଦିଲ୍ଲୀରୁ ଫେରିଲେ ମନମୋହନ, ମେଣ୍ଟ ଚିତ୍ର ଏବେବି ଅସ୍ପଷ୍ଟ

 Breaking News

ଦିଲ୍ଲୀରୁ ଫେରିଲେ ମନମୋହନ, ମେଣ୍ଟ ଚିତ୍ର ଏବେବି ଅସ୍ପଷ୍ଟ

ଦିଲ୍ଲୀରୁ ଫେରିଲେ ମନମୋହନ, ମେଣ୍ଟ ଚିତ୍ର ଏବେବି ଅସ୍ପଷ୍ଟ
March 14
11:04 2024

ଭୁବନେଶ୍ୱର,୧୪/୩: ଓଡିଶା ରାଜନୀତିର ଭାଗ୍ୟ ଝୁଲୁଛି ଏବେ ଦିଲ୍ଲୀରେ। ମେଣ୍ଟ ହେଉଛି ନା ହେଉନି? ଏହା ଉପରେ ଏବେ ସମସ୍ତଙ୍କର ନଜର। କୁହାଯାଉଛି, ଆସନ ବୁଝାମଣା ସରିଛି ହେଲେ ସ୍ପଷ୍ଟତା ଆସିବାକୁ ଏତେ ବିଳମ୍ବ କାହିଁକି? ନା ଆସନ ଭାଗବଣ୍ଟାକୁ ନେଇ କେଁ ରହିଛି? ଗତକାଲିି ଦିଲ୍ଲୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ତୁହାକୁ ତୁହା ବୈଠକ ବସିଛି। ହେଲେ ନିଷ୍କର୍ସ କଣ ବାହାରୁଛି କାହାକୁ ଜଣାନାହିଁ।
ଯାହା ଖବର ଆସୁଛି ଯେ ଲୋକସଭା ଆସନକୁ ନେଇ ବୁଝାମଣା ସରିଛି। କିନ୍ତୁ ବିଧାନସଭା ଆସନ କ୍ଷେତ୍ରରେ ଅଙ୍କ ଛିଡୁନି। ତେବେ ମେଣ୍ଟ ନେଇ ଦିଲ୍ଲୀରୁ ବଡ ଖବର ଆସିଛି। ଖୋଦ୍ ମନମୋହନ ସାମଲ ଦିଲ୍ଲୀରୁ ଫେରି ବଡ ବୟାନ ଦେଇଛନ୍ତି।
ପୂର୍ବରୁ ବିଜେଡି ସହ ଭାଜପାର ମେଣ୍ଟ ଚର୍ଚ୍ଚାକୁ ସିଧାସଳଖ ଖଣ୍ଡନ କରୁଥିବା ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ମେଣ୍ଟକୁ ନେଇ ସେ ସିଧାସଳଖ କିଛି କହି ନ ଥିଲେ ବି ବିଜେଡି ଓ ଭାଜପା ମେଣ୍ଟକୁ ନେଇ ବଡ ବୟାନ ଦେଇଛନ୍ତି। ପ୍ରାୟ ୪ ଦିନ ଧରି ଦିଲ୍ଲୀରେ ଡେରା ପକାଇଥିବା ମନମୋହନ ସାମଲ ଭାଜପାର ଶୀର୍ଷ ନେତୃବୃନ୍ଦଙ୍କ ସହ ଘନ ଘନ ବୈଠକ ପରେ ନିଜ ଟିମ ସହ ଆଜି ସକାଳେ ଓଡିଶା ଫେରିଛନ୍ତି। କିନ୍ତୁ ଓଡିଶା ଫେରିବା ପରେ ମେଣ୍ଟ ନେଇ ବିସ୍ଫୋରକ ବୟାନ ଦେଇଛନ୍ତି।
ମେଣ୍ଟ ଚର୍ଚ୍ଚା ନେଇ ମନମୋହନ ସାମଲ ସିଧାସଳଖ କିଛି କହି ନାହାନ୍ତି। ସେ କହିଛନ୍ତି, ‘ଆମର ପ୍ରକ୍ରିୟା ଯାହା ହେବା କଥା ଚାଲିଛି । ଆମେ ସବୁ ବିଷୟରେ ଆଲୋଚନା କରୁଛୁ।
ପୂର୍ବରୁ ମେଣ୍ଟ ସମ୍ଭାବନାକୁ ସିଧାସଳଖ ମନା କରୁଥିବା ମନମୋହନଙ୍କ ମିଜାଜରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ତାଙ୍କ ମନ୍ତବ୍ୟରୁ ଲାଗୁଛି ଦୁଇ ଦଳ ମଧ୍ୟରେ ଆସନ ଭାଗବଣ୍ଟା କ୍ଲିଅର ସରିଛି କେବଳ ଆନୁଷ୍ଠାନିକ ଘୋଷଣା ବାକି ଅଛି।
ସୂଚନାଥାଉ କି, ଦିଲ୍ଲୀରୁ ଫେରିବା ପୂର୍ବରୁ ବୁଧବାର ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବୈଠକ କରି ଆଲୋଚନା କରିଛନ୍ତି ରାଜ୍ୟ ନେତୃବୃନ୍ଦ । ଗତକାଲି ଶାହାଙ୍କ ଘରେ ବସିଥିବା ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସଙ୍ଗଠନ ସଂପାଦକ ମାନସ ମହାନ୍ତି, ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଓ ସହ ପ୍ରଭାରୀ ଲତା ଉସେଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930