Legatus

ଦିଲ୍ଲୀ ନ୍ୟୁବର୍ଣ୍ଣ ଚାଇଲ୍ଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ୨୦ ନବଜାତ

 Breaking News

ଦିଲ୍ଲୀ ନ୍ୟୁବର୍ଣ୍ଣ ଚାଇଲ୍ଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ୨୦ ନବଜାତ

ଦିଲ୍ଲୀ ନ୍ୟୁବର୍ଣ୍ଣ ଚାଇଲ୍ଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ; ଅଳ୍ପକେ ବର୍ତ୍ତିଲେ ୨୦ ନବଜାତ
June 09
11:20 2023

ନୂଆଦିଲ୍ଲୀ,୯/୬: ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ଏକ ହସ୍ପିଟାଲ୍ରୁ ଦିଲ୍ଲୀ ଅଗ୍ନିଶମ ସେବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି।
ପୁଲିସ କହିବା ଅନୁସାରେ, ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା।
ଦିଲ୍ଲୀ ଅଗ୍ନିଶମ ସେବା ନିର୍ଦେଶକ ଅତୁଲ୍ ଗର୍ଗ କହିଛନ୍ତି, ହସ୍ପିଟାଲ୍ରେ ନିଆଁ ଲାଗିଛି ବୋଲି ରାତି ୧.୩୫ରେ କଲ୍ ପାଇଲୁ। ପ୍ରଥମେ ୪ଟି ଦମକଳ ପଠାଇଲୁ। ହସ୍ପିଟାଲ୍ରେ ୨୦ଜଣ ନବଜାତ ଶିଶୁ ଅଛନ୍ତି ବୋଲି ସେମାନେ ଆମକୁ ସୂଚାନ ଦେବା ରାସ୍ତା ଅଣଓସାରିଆ ହୋଇଥିବାରୁ ଅସୁବିଧାର ସମ୍ମୁଖୀନ ହୋଇଥିବା କଥା କହିଲେ। ତେଣୁ, ଆମେ ଆଉ ୪ଟି ଦମକଳ ପଠାଇଲୁ। ଠିକଣା ସମୟରେ ଘଟଣାସ୍ଥଳରେ ପହଞ୍ଚି ପାରିଥିବାରୁ ନିଆଁ ଲିଭାଇବାରେ ସମର୍ଥ ହେଲୁ।
ନିଆଁ ଲାଗିଥିବା ହସ୍ପିଟାଲ୍ରୁ ଉଦ୍ଧାର କରାଯାଇଥିବା ଶିଶୁମାନଙ୍କୁ ବିଭିନ୍ନ ଡାକ୍ତରଖାନାକୁ ପଠାଇ ଦିଆଯାଇଛି ବୋଲି ସେ କହିଛନ୍ତି। ସେମାନଙ୍କ ମଧ୍ୟରୁ ୧୩ଜଣଙ୍କୁ ଆର‌୍ୟ୍ୟ ହସ୍ପିଟାଲ୍, ୨ଜଣଙ୍କୁ ଦ୍ବାରକା ମୋରେ ନ୍ୟୁବର୍ଣ୍ଣ ଚାଇଲ୍ଡ୍ ହସ୍ପିଟାଲ୍, ୨ଜଣଙ୍କୁ ଜନକପୁରୀର ଜେ.କେ. ହସ୍ପିଟାଲ୍କୁ ପଠାଇ ଦିଆଯାଇଛି। ଏହାଛଡ଼ା, ୩ଜଣଙ୍କୁ ବୈଶାଳୀସ୍ଥିତ ଉକ୍ତ ହସ୍ପିଟାଲ୍ରୁ ଘରକୁ ଡିସ୍ଚାର୍ଜ ମଧ୍ୟ କରାଯାଇଛି।
ହସ୍ପିଟାଲ୍ର ମାତ୍ର ଗୋଟିଏ ଫ୍ଲୋର୍ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ଡାକ୍ତରଖାନାର ‘ବେସ୍ମେଣ୍ଟ୍’ରେ ଥିବା କିଛି ଆସବାବ୍ପତ୍ର ପୋଡ଼ିଯାଇଛି ବୋଲି ଗର୍ଗ କହିଛନ୍ତି।
ଉକ୍ତ ହସ୍ପିଟାଲ୍ର ‘ଫାୟାର୍ ଏନ୍ଓସି’ ନ ଥିଲା ବୋଲି ମଧ୍ୟ ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

March 2025
M T W T F S S
 12
3456789
10111213141516
17181920212223
24252627282930
31